ଇଲେକ୍ଟୋରାଲ ବଣ୍ଡ୍‌: ଏସ୍‌ବିଆଇର ମିଛ

ନୀତିନ୍‌ ସେଠୀ
ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁସାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ତଥ୍ୟ ମଗାଗଲା ବେଳେ ଏହା ତ୍ରୁଟିପୂର୍ଣ୍ଣ, ଅସମ୍ପୂର୍ଣ୍ଣ ବା ସ୍ଥଳବିଶେଷରେ ମିଥ୍ୟା ତଥ୍ୟ ଦେଇଥିବା ବେଳେ ସ୍କିମ୍‌ ସମ୍ବନ୍ଧୀୟ ସବୁ ସୂଚନା ନିୟମିତଭାବେ ଅର୍ଥ ମନ୍ତ୍ରଣାଳୟକୁ ଦେଉଥିବା ହଫ୍‌ପୋଷ୍ଟ ସମୀକ୍ଷା କରିଥିବା ତଥ୍ୟରୁ ଜଣାପଡ଼ିଛି।
ସ୍ବଚ୍ଛତା କର୍ମୀ ଭେଙ୍କଟେଶ ନାୟକ ସୂଚନା ଅଧିକାର ଆଇନ ଅନୁସାରେ ଏସ୍‌ବିଆଇକୁ ୧୩ଟି ପ୍ରଶ୍ନର ଉତ୍ତର ମାଗିଥିଲେ। କିନ୍ତୁ ବ୍ୟାଙ୍କ ଦେଇଥିବା ତ୍ରୁଟିପୂର୍ଣ୍ଣ ଓ ମିଥ୍ୟା ସୂଚନାରୁ ଜଣାପଡ଼ିଛି ଯେ, ଏହା ମୋଦି ସରକାରରେ ଥିବା ତା’ର ରାଜନୈତିକ ମୁନିବମାନଙ୍କୁ ସୁରକ୍ଷା ଦେବା ପାଇଁ ସଦା ତତ୍ପର। ବ୍ୟାଙ୍କ ଦେଇଥିବା ଉତ୍ତରଗୁଡ଼ିକରେ ଏହାର ଉପ ମହାପ୍ରବନ୍ଧକ ନରେଶ କୁମାର ରାହେଜା ଓ କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ ଦସ୍ତଖତ କରିଥିଲେ। ଅସ୍ବଚ୍ଛତାକୁ ନେଇ ସମାଲୋଚନା କରାଯାଉଥିବା ଏହି ବିବାଦୀୟ ସ୍କିମ୍‌ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ କେଉଁ ସଂସ୍ଥା କେଉଁ ଦଳକୁ କେତେ ଟଙ୍କା ଦେଲେ ତାହା ସରକାର ଜାଣିପାରିବେ କିନ୍ତୁ ବିରୋଧୀ ଦଳଗୁଡ଼ିକ ଏବଂ ସାଧାରଣ ଜନତା କିଛି ବି ଜାଣିପାରିବେ ନାହିଁ।
୨୦୧୯ ଡିସେମ୍ବରରେ ହଫ୍‌ପୋଷ୍ଟ ଇଣ୍ଡିଆ ଜାଣିବାକୁ ପାଇଲା ଯେ ପ୍ରତ୍ୟେକ ଇଲେକ୍ଟୋରାଲ ବଣ୍ଡ୍‌ରେ ଏକ ଗୋପନୀୟ ସଂଖ୍ୟା ବା କୋଡ୍‌ ନମ୍ବର ଲେଖାଯିବାର ବ୍ୟବସ୍ଥା ରହିଛି ଯେଉଁଥିରୁ ବଣ୍ଡ୍‌ଟି କାହାକୁ ଦିଆଗଲା ତାହା ବ୍ୟାଙ୍କ ଜାଣିପାରିବ। ଅର୍ଥାତ୍‌ ଦାତାଙ୍କ ନାମ ଗୋପନ ରଖାଯିବାର ଯେଉଁ ନିୟମ ରହିଛି ଏହା ହେଉଛି ତା’ର ଉଲ୍ଲଂଘନ। ପୁଣି ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ବ୍ୟାଙ୍କ ମିଆଦ ପୂରିଯାଇଥିବା ବଣ୍ଡ୍‌କୁ ମଧ୍ୟ ଗ୍ରହଣ କରିଥିବା ଜଣାପଡ଼ିଛି।
ସ୍ବଚ୍ଛତା କର୍ମୀ ନାୟକ ଜାଣିବାକୁ ଚାହିଁଥିଲେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ ଦାତାମାନେ କେମିତି ବ୍ୟବହାର କରିଛନ୍ତି। ଅର୍ଥାତ୍‌ ଫେବୃୟାରୀ ୨୦୧୭ରେ ଘୋଷିତ ଓ ମାର୍ଚ୍ଚ ୨୦୧୮ରେ କାର୍ଯ୍ୟକାରୀ ହୋଇଥିବା ଯୋଜନାରେ କେତେକ ଇଲେକ୍ଟୋରାଲ ବଣ୍ଡ୍‌ ଛପା ହୋଇଛି, କେତେ ବିକ୍ରି ହୋଇଛି ଓ କିଣାଯାଇଛି ଏବଂ କେବେ ଏଗୁଡ଼ିକୁ ଭଙ୍ଗାଯାଇଛି ତା’ର ତାରିଖଯୁକ୍ତ ତଥ୍ୟ ପ୍ରଦାନ କରିବାକୁ ଆବେଦନ କରାଯାଇଥିଲା। ଏ ପ୍ରଶ୍ନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ କାରଣ ଏଗୁଡ଼ିକ ବିୟରର ବଣ୍ଡ୍‌ ହୋଇଥିବାରୁ ଏହାଦ୍ୱାରା କଳା ଟଙ୍କାକୁ ଧଳା କରିବାର ସମ୍ଭାବନା ରହିଛି ଏବଂ ବିପୁଳ ପରିମାଣରେ ଏହାର ବ୍ୟବହାର କରାଗଲେ ତାହାଦ୍ୱାରା ଭାରତୀୟ ମୁଦ୍ରା ବିଶ୍ୱସନୀୟତା ହରାଇବାର ଆଶଙ୍କା ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଉଦ୍‌ବେଗ ପ୍ରକାଶ କରିଥିଲା। କିନ୍ତୁ ୨୦୧୮ ଓ ୨୦୧୯ରେ କେତେ ବଣ୍ଡ୍‌ ବିକ୍ରି ହୋଇଛି ବୋଲି ପ୍ରଶ୍ନର ଉତ୍ତରରେ ବ୍ୟାଙ୍କ ଉତ୍ତର ଦେଇଥିଲା ଯେ, ଏସବୁ ତଥ୍ୟ ବ୍ୟାଙ୍କ ପାଖରେ ଉପଲବ୍ଧ ନାହିଁ, ତେଣୁ ତଥ୍ୟ ଦେଇହେବ ନାହିଁ। ଏହା ସମ୍ପୂର୍ଣ୍ଣ ମିଛ। କାରଣ ଆଉ ଜଣେ ସ୍ବଚ୍ଛତା କର୍ମୀ ଲୋକେଶ ବାତ୍ରା ଆର୍‌ଟିଆଇରେ ପ୍ରାପ୍ତ ତଥ୍ୟ ଅନୁସାରେ ଏସ୍‌ବିଆଇ ପାଖରେ ସବୁ ତଥ୍ୟ ରହିଛି। ଏହା ନିୟମିତ ଭାବେ ଅର୍ଥ ମନ୍ତ୍ରଣାଳୟକୁ ତଥ୍ୟ ଯୋଗାଉଛି ଏବଂ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ବଣ୍ଡ୍‌ ଛାପୁଛି।
ଏପ୍ରିଲ ୪, ୨୦୧୮ରେ ପ୍ରଥମ ଦଫା ବଣ୍ଡ୍‌ ବିକ୍ରି କରାଯାଇଥିଲା ଯାହାର ସମ୍ପୂର୍ଣ୍ଣ ତଥ୍ୟ ଅର୍ଥ ମନ୍ତ୍ରଣାଳୟକୁ ଦିଆଯାଇଥିଲା। ପ୍ରତ୍ୟେକ ବିକ୍ରି ଓ ଭଙ୍ଗାଣ ପରେ ବ୍ୟାଙ୍କ ମନ୍ତ୍ରଣାଳୟକୁ ଜଣାଉଥିଲା। କେଉଁ କେଉଁ ତାରିଖରେ ଏସ୍‌ବିଆଇର କେଉଁ କେଉଁ ଶାଖାରେ କେତେ ବଣ୍ଡ୍‌ ବିକ୍ରି ଓ ଭଙ୍ଗାଣ ହୋଇଛି ତାହାର ବିବରଣୀ ଦେବାକୁ ଆବେଦନ କରାଯାଇଥିବା ବେଳେ ଏସ୍‌ବିଆଇ ଦାବି କରିଥିଲା ଯେ ବିଭିନ୍ନ ବ୍ୟାଙ୍କ ଶାଖାରେ ହୋଇଥିବା କାରବାର ସମ୍ପର୍କରେ ବ୍ୟାଙ୍କର ମୁଖ୍ୟାଳୟ ପାଖରେ ତଥ୍ୟ ନାହିଁ। ଏହା ମଧ୍ୟ ମିଛ। କାରଣ ହଫ୍‌ପୋଷ୍ଟ ଦ୍ୱାରା ପ୍ରାପ୍ତ ତଥ୍ୟ ଅନୁସାରେ ଏସ୍‌ବିଆଇର ଟ୍ରାଞ୍ଜାକ୍ସନ ବିଜ୍‌ନେସ ୟୁନିଟ୍‌ ନାମରେ ଏକ ସ୍ବତନ୍ତ୍ର ଟିମ୍‌ ରହିଛି। ଇଲେକ୍ଟୋରାଲ ବଣ୍ଡ୍‌ ସ୍ମିମ୍‌କୁ ପରିଚାଳନା କରିବା ଏହାର କାମ। ଏହି ଟିମ୍‌ ପାଖରେ ସମସ୍ତ କାରବାରର ଏକ କେନ୍ଦ୍ରୀକୃତ ରେକର୍ଡ ରହିଛି। ଏହା ପ୍ରତି ୧୦-ଦିନିଆ ବିକ୍ରିକାଳ ଶେଷରେ ସମସ୍ତ ଶାଖାରୁ ତଥ୍ୟ ଏକତ୍ରିତ କରି ଅର୍ଥ ମନ୍ତ୍ରଣାଳୟକୁ ଯୋଗାଇଥାଏ। ବ୍ୟାଙ୍କର ୨୪୦୦୦ରୁ ଊର୍ଦ୍ଧ୍ୱ ଶାଖା ଥିବାବେଳେ ମାତ୍ର ୩୨ଟି ମନୋନୀତ ଶାଖାରେ ଇଲେକ୍ଟୋରାଲ ବଣ୍ଡ୍‌ର ବିକ୍ରି ଓ ଭଙ୍ଗାଣ କାର୍ଯ୍ୟ କରାଯାଏ। ଅଥଚ ବ୍ୟାଙ୍କ ଉତ୍ତରରେ କହିଲା କ’ଣ ନା ଏତେ ଶାଖାରେ ହେଉଥିବା କାରବାର ସମ୍ବନ୍ଧରେ ତଥ୍ୟ ଏକାଠି କରିବାକୁ ଗଲେ ବ୍ୟାଙ୍କର ମାନବସମ୍ବଳକୁ ଅସମାନୁପାତିକ ଭାବେ ଅଲଗା କାମରେ ନିୟୋଜିତ କରିବାକୁ ପଡ଼ିବ ଏବଂ ବ୍ୟାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ସେହି ଏକା ବାହାନା ଦେଖାଇ ପ୍ରତ୍ୟେକ ମୂଲ୍ୟବର୍ଗର ବଣ୍ଡ୍‌ର ବିକ୍ରି, ଖର୍ଦ୍ଦି ଓ ଭଙ୍ଗାଣ ସମ୍ପର୍କରେ ତାରିଖଭିତ୍ତିକ ସୂଚନା ଦେବାକୁ ବ୍ୟାଙ୍କ ମନା କରିଦେଲା। ଅଥଚ ସ୍ବଚ୍ଛତା କର୍ମୀ ଲୋକେଶ ବାତ୍ରାଙ୍କ ହାତରେ ପଡ଼ିଥିବା ଅର୍ଥ ମନ୍ତ୍ରଣାଳୟର ରେକର୍ଡ ଅନୁସାରେ ଏସ୍‌ବିଆଇ ନିୟମିତ ଭାବେ ମନ୍ତ୍ରଣାଳୟକୁ ତଥ୍ୟ ଯୋଗାଉଥିଲା।
ନାୟକ ଆହୁରି ଜାଣିବାକୁ ଚାହିଁଥିଲେ ଯେ ଇଲେ୍ଯଯୋରାଲ ବଣ୍ଡ୍‌ ଯୋଜନାର ଆବର୍ତ୍ତୀ ମୂଲ୍ୟ (ରେକରିଂ କଷ୍ଟ) କ’ଣ ଥିଲା। ଏସ୍‌ବିଆଇ ଏହାର ଉତ୍ତର ନ ଦେଇ କହିଲା ଯେ ଆବେଦକ ଯେଉଁ ତଥ୍ୟ ମାଗିଛନ୍ତି ତାହା ବ୍ୟବସାୟିକ ଗୋପନୀୟତା ଅନ୍ତର୍ଗତ। ଏ ତଥ୍ୟ ପ୍ରଦାନ କରିହେବ ନାହିଁ କାରଣ ତା’ଦ୍ୱାରା ବ୍ୟାଙ୍କର ପ୍ରତିଯୋଗିତାମୂଳକ ସ୍ଥିତି ଉପରେ ଆଞ୍ଚ ଆସିବ। ଆର୍‌ଟିଆଇ ଆଇନର ଧାରା ୮(୧)(ଡି) ଅନୁସାରେ ଏପରି ତଥ୍ୟ ଦେବାକୁ ବାରଣ କରାଯାଇଛି। ବ୍ୟାଙ୍କର ଏ ଯୁକ୍ତି ଅସମର୍ଥନୀୟ କାରଣ ଇଲେକ୍ଟୋରାଲ ବଣ୍ଡ୍‌ କାରବାରରେ ଏସ୍‌ବିଆଇର ମନୋପଲି ରହିଛି। ଅନ୍ୟ କୌଣସି ବ୍ୟାଙ୍କକୁ ଏ କାରବାର ପାଇଁ ଅନୁମତି ଦିଆଯାଇ ନାହିଁ। ତେଣୁ ପ୍ରତିଯୋଗିତାର ପ୍ରଶ୍ନ ଉଠୁଛି କେଉଁଠୁ? ଅଥଚ ଏପରି ଆଳ ଦେଖାଇ ବ୍ୟାଙ୍କ ତଥ୍ୟ ଦେଇ ନ ଥିବା ବେଳେ ଅର୍ଥ ମନ୍ତ୍ରଣାଳୟକୁ ନିୟମିତ ଭାବେ ତଥ୍ୟ ପ୍ରଦାନ କରିଆସୁଥିଲା।
moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri