ଇରାକରେ ସରକାର ବିରୋଧୀ ବିକ୍ଷୋଭ ଜୋରଦାର: ଇସ୍ତଫା ଦେବେ ପ୍ରଧାନମନ୍ତ୍ରୀ ମେହଦି

ବାଗଦାଦ୍‌,୧ା୧୨: ଇରାକ୍‌ରେ ଅକ୍ଟୋବରରୁ ଲାଗିରହିଥିବା ସରକାର ବିରୋଧୀ ବିକ୍ଷୋଭ କ୍ରମେ ଅଧିକ ସହରକୁ ବ୍ୟାପିଚାଲିଛି। ବିକ୍ଷୋଭ ହିଂସାରେ ୩୫୪ ଲୋକଙ୍କ ଜୀବନ ଗଲାଣି ଓ ୮୦୦୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି। ଚାପରେ ପଡ଼ି ପ୍ରଧାନମନ୍ତ୍ରୀ ଆଦେଲ ଅବଦୁଲ ମେହଦି ଇସ୍ତଫା ଦେବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏହା ସତ୍ତ୍ୱେ ଆନ୍ଦୋଳନ କମିବା ନାଁ ନେଉନାହିଁ। ଶନିବାର ବାଗ୍‌ଦାଦ ସମେତ ଦକ୍ଷିଣ ଇରାକର ବିଭିନ୍ନ ସହରରେ ବିକ୍ଷୋଭ କରାଯାଇଥିଲା।
ଇରାକରେ ବ୍ୟାପୁଥିବା ଦୁର୍ନୀତିକୁ ନେଇ ଦୀର୍ଘଦିନ ହେଲା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଏଥିସହିତ ଇରାକ ରାଜନୀତିରେ ଇରାନର ପ୍ରଭାବ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଥିଲା। ଲେବାନନ୍‌ରେ ସରକାର ବିରୋଧୀ ଆନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀ ଅକ୍ଟୋବରରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଇରାନରେ ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ କିଛି ସପ୍ତାହ ହେଲା ଆନ୍ଦୋଳନ ଓ ଦଙ୍ଗା ଲାଗି ରହିଛି। ଏହାର ପ୍ରଭାବ ଇରାକ ଉପରେ ପଡିଥିଲା। ଇରାକବାସୀ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ। ଇରାକ୍‌ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଘୋଷଣା ଇରାନ ପାଇଁ ବଡ଼ ଝଟ୍‌କା ବୋଲି କୁହାଯାଉଛି। କାରଣ ୨୦୧୮ରେ ମେହଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଇରାନ କଥାରେ ପରିଚାଳିତ ହେଉଥିଲେ ବୋଲି ସେଠାକାର ଏକ ଗୋଇନ୍ଦା ରିପୋର୍ଟରୁ ଜଣାପଡିଛି। ମେହଦି ଇରାନ ସହ ଇରାନ ସହ ଜଡିତ ଏକ ବୃହତ୍‌ ଶିହା ଦଳର ସଦସ୍ୟ ଭାବେ ସେ ଅନେକ ବର୍ଷ କାର୍ଯ୍ୟ କରିଥିଲେ।
ମେହଦି ଇସ୍ତଫା ଘୋଷଣା କରିବା ପରେ ବାଗଦାଦର ତହରିର୍‌ ସ୍କୋୟାରରେ ଆନ୍ଦୋଳନକାରୀ ଉତ୍ସବ ପାଳନ କରିଥିଲେ। ଗୁରୁବାର ଇରାନ ବାଣିଜି୍ୟକ ଦୂତାବାସ ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ ଯୋଗୁ ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଇରାକ୍‌ରେ ଆନ୍ଦୋଳନ ଆରମ୍ଭ ହେବା ଦିନଠାରୁ ଆଜିପର୍ଯ୍ୟନ୍ତ ୩୫୪ ଜଣଙ୍କ ମୃତ୍ୟୁ ଘଟିଥିବା ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ପକ୍ଷରୁ କୁହାଯାଇଥିଲେ ହେଁ ପ୍ରକୃତ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଅଧିକାଂଶ ରିପୋର୍ଟରେ କୁହାଯାଇଛି। ରାଜନୈତିକ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦାବି କରି ବାଗଦାଦ୍‌ ଓ ସମଗ୍ର ଦକ୍ଷିଣ ଇରାକର ଯୁବସମାଜ ଓ ଗରିବ ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ। ଲାଇସେନ୍ସ, ଠିକାଦାରି, ଚାକିରି ସବୁଥିରେ ଉତ୍କୋଚ ଦେବାକୁ ପଡୁଥିବାରୁ ଏଭଳି ରାଜନୈତିକ ଦଳର ଉଚ୍ଛେଦ ସେମାନେ ଦାବି କରିଥିଲେ। ଏପରିକି ସିକ୍ୟୁରିଟି ଗାର୍ଡ ଭଳି ନିମ୍ନ ପଦବୀ ପାଇଁ ଆବେଦନ କଲେ ୫୦୦୦ ଡଲାର ଦେବାକୁ ସମ୍ପୃକ୍ତ ଦଳ ପକ୍ଷରୁ ଦାବି କରାଯାଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ଗ୍ରୀସ୍‌

ଏଥେନ୍ସ,୨୯ା୩: ଗ୍ରୀସ୍‌ର ଦକ୍ଷିଣ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬ ଥିଲା। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) ସ୍ଥାନୀୟ...

ଗୋଟିଏ ମଞ୍ଚରେ ଏକାଠି ହେଲେ ବର୍ତ୍ତମାନ-ପୂର୍ବତନ ରାଷ୍ଟ୍ରପତି, ବାଇଡେନଙ୍କୁ ସମର୍ଥନ କଲେ ଓବାମା-କ୍ଲିଣ୍ଟନ

ଓ୍ବାଶଇଂଟନ,୨୯।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବିଲ କ୍ଲିଣ୍ଟନଙ୍କୁ ଏକାଠି ଗୋଟିଏ ମଞ୍ଚରେ ଏକ ଧନ ସଂଗ୍ରହ କାର୍ଯ୍ୟକ୍ରମରେ...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି,...

ବ୍ରିଜ୍‌ ଉପରୁ ତଳକୁ ଖସିଲା ବସ୍‌: ଚାଲିଗଲା ୪୫ ଜୀବନ

କେପଟାଉନ୍‌,୨୯।୩: ଦକ୍ଷିଣ ଆଫ୍ରିକାର ଏକ ବସ ବ୍ରିଜ୍‌ ଉପରୁ ତଳକୁ ଖସିପଡିଛି। ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆଠ ବର୍ଷର...

ଏହି କଥା ନେଇ ଭାବପ୍ରବଣ ହୋଇଗଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: କହିଲେ, ମୋ ୨ ଝିଅ…

ଲଣ୍ଡନ,୨୯।୩: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାବପ୍ରବଣ ହୋଇପଡିଛନ୍ତି। ସୁନକ କହିଛନ୍ତି ଯେ, ମୋର ଦୁଇ ଝିଅ ଅଛନ୍ତି, କୃଷ୍ଣା (୧୨) ଏବଂ ଅନୁଷ୍କା (୧୧)...

ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଲାଗି ଭାରତ-ଚାଇନା ମଧ୍ୟରେ ଜୋର୍‌ଦାର ଆଲୋଚନା

ନୂଆଦିଲ୍ଲୀ,୨୮।୩: ପୂର୍ବ ଲଦାଖରେ ଦୀର୍ଘଦିନର ସୀମା ବିବାଦ ପରେ ଭାରତ ଏବଂ ଚାଇନାର ଶୀର୍ଷ କୂଟନୀତିଜ୍ଞମାନଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି। ପ୍ରକୃତ ନିୟନ୍ତ୍ରଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri