ଇମ୍ରାନ ଉଠାଇଲେ କଶ୍ମୀର ପ୍ରସଙ୍ଗ

ଜାତିସଂଘ,୨୮।୯(ପି.ଟି.): ଜମ୍ମୁ-କଶ୍ମୀରରୁ ଭାରତ ‘ଅମାନବୀୟ କର୍ଫ୍ୟୁ’ ହଟାଉ। ଏହାସହ ସମସ୍ତ ‘ରାଜନୈତିକ ବନ୍ଦୀ’ଙ୍କୁ ତୁରନ୍ତ ମୁକ୍ତ କରୁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଶୁକ୍ରବାର ଜାତିସଂଘରେ ଦାବି କରିଛନ୍ତି। ୟୁଏନ୍‌ଜିଏରେ ମୋଦି କଶ୍ମୀର ସମ୍ପର୍କରେ ପଦୁଟିଏ କହି ନ ଥିବାବେଳେ ଇମ୍ରାନ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଏହି ପ୍ରସଙ୍ଗ ଉଠାଇଥିଲେ।
ଇମ୍ରାନ ୫୦ ମିନିଟ ଭାଷଣର ଅଧା ସମୟ କଶ୍ମୀର ପ୍ରସଙ୍ଗରେ କହିଥିଲେ। ଭାରତ ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର କରି ଜାତିସଂଘ ସୁରକ୍ଷା ପରିଷଦର ୧୧ ସଂକଳ୍ପନାମା, ଶିମ୍‌ଲା ରାଜିନାମା ଓ ନିଜ ସମ୍ବିଧାନକୁ ଉଲ୍ଲଂଘନ କରିଛି। ଏହାକୁ ନେଇ ଆଣବିକ ଅସ୍ତ୍ରସମ୍ପନ୍ନ ଦୁଇ ପଡ଼ୋଶୀ ମୁହଁାମୁହଁି ହେଲେ ପରିଣାମ ଭୟାବହ ହେବ। ୯/୧୧ ଆକ୍ରମଣ ପରେ ଇସ୍‌ଲାମୋଫୋବିଆ (ଇସ୍‌ଲାମ ପ୍ରତି ଭୟ ଓ ଘୃଣା) ବ୍ୟାପକ ଭାବେ ବୃଦ୍ଧି ପାଇଛି। ଇସ୍‌ଲାମୋଫୋବିଆ ବିଶ୍ୱକୁ ଭାଗଭାଗ କରୁଛି। ମୁସ୍‌ଲିମ ମହିଳାଙ୍କୁ ଅନ୍ୟ ଦେଶରେ ସେମାନଙ୍କ ବୁର୍ଖା କାଢ଼ିବାକୁ କୁହାଯାଉଛି। ବିଦେଶରେ ଜଣେ ମହିଳା ତାଙ୍କ ପୋଷାକ କାଢ଼ିପାରିବେ। କିନ୍ତୁ ବୁର୍ଖା କାହିଁକି ପିନ୍ଧିପାରିବେ ନାହିଁ। ଏହାର କାରଣ ହେଉଛି କେତେଜଣ ଆତଙ୍କବାଦ ସହ ଇସ୍‌ଲାମକୁ ଯୋଡ଼ୁଛନ୍ତି। ଭାରତ ସବୁବେଳେ ଆମ ବିରୋଧରେ ଆତଙ୍କବାଦର ଅଭିଯୋଗ ଆଣୁଛି। କିନ୍ତୁ ପାକିସ୍ତାନରେ ଆତଙ୍କବାଦୀ ନାହାନ୍ତି। ଜାତିସଂଘର ଅଧିକାରୀମାନେ ପାକିସ୍ତାନ ଆସି ଯାଞ୍ଚ କରିପାରନ୍ତି। ସେହିପରି ପାକିସ୍ତାନକୁ ଏକ ଶିକ୍ଷା ଦିଆଯାଇଛି ବୋଲି ମୋଦି ନିର୍ବାଚନ ବେଳେ ପ୍ରଚାର କରିଥିଲେ। ଏହା ଏକ ମିଛ ଥିଲା। ପୁଲଓ୍ବାମା ଆକ୍ରମଣ ପରେ ଭାରତ ଆମ ଉପରେ ଦୋଷ ଦେଇଥିଲା। ଆମେ ପ୍ରମାଣ ମାଗିବାରୁ ସେମାନେ ପାକିସ୍ତାନକୁ ଯୁଦ୍ଧବିମାନ ପଠାଇଥିଲେ। ମୋଦିଙ୍କ ଜୀବନ ହେଉଛି ଆର୍‌ଏସ୍‌ଏସ୍‌, ଯାହାକି ଆଡୋଲ୍ଫ ହିଟ୍‌ଲର ଓ ବେନିତୋ ମୁସୋଲିନିଙ୍କ ଆଦର୍ଶରେ ଅନୁପ୍ରାଣିତ। ପାରମ୍ପରିକ ଯୁଦ୍ଧ ଆରମ୍ଭ ହେଲେ ଆମେ କ’ଣ କରିବୁ ବୋଲି ନିଜକୁ ନିଜେ ମୁଁ ବହୁଥର ପ୍ରଶ୍ନ କରିଛି। ଦୁଇ ଆଣବିକ ଅସ୍ତ୍ରସମ୍ପନ୍ନ ଦେଶ ଲଢ଼େଇ କଲେ ଯାହା ହୁଏ ତାହା ସମସ୍ତେ ଚିନ୍ତା କରନ୍ତୁ ବୋଲି ଇମ୍ରାନ କହିଛନ୍ତି। କେତେକ ଦେଶ ଜଳବାୟୁ ପରିବର୍ତ୍ତନକୁ ନେଇ ଗମ୍ଭୀର ନୁହନ୍ତି। ପାକିସ୍ତାନରେ ତାଙ୍କ ଦଳ ପିପିପି କ୍ଷମତାକୁ ଆସିବା ପରେ ଲକ୍ଷ ଲକ୍ଷ ବୃକ୍ଷ ରୋପଣ କରାଯାଇଛି। କିନ୍ତୁ ଗୋଟିଏ ଦେଶ ସବୁକିଛି କରିପାରିବ ନାହିଁ। ଇମ୍ରାନ ଭାଷଣ ଦେବାବେଳେ ମୋଦି ସଭା ଛାଡ଼ି ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri