Posted inଖେଳ

ଇଣ୍ଡିଆ ଗ୍ରୀନ୍‌ ଦଳରେ ଓଡ଼ିଶାର ରାଜେଶ

ନୂଆଦିଲ୍ଲୀ, ୬।୮ (ପି.ଟି.)- ଭାରତର ଏକମାତ୍ର ଦିବା-ରାତ୍ର ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଟୁର୍ନାମେଣ୍ଟ ଦୁଲୀପ୍‌ ଟ୍ରଫି ପୁଣିଥରେ ରେଡ୍‌ ବଲ୍‌ ଫର୍ମାଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛି। ଗତ ୩ଟି ସିଜନ ଧରି ପିଙ୍କ୍‌ ବଲରେ ଖେଳାଯାଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତାର ଚଳିତ ସଂସ୍କରଣ ରେଡ୍‌ ବଲ୍‌ରେ ଖେଳାଯିବ। ଟିଭି କଭରେଜ୍‌ରେ ସମସ୍ୟା ଦେଖାଦେବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଭାରତୀୟ ଘରୋଇ କ୍ରିକେଟ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହେଉଥିବା ଏହି ଟୁର୍ନାମେଣ୍ଟ ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଭାରତର ଭବିଷ୍ୟତ ଷ୍ଟାର୍‌ କୁହାଯାଉଥିବା ୩ ଉଦୀୟମାନ ଖେଳାଳି ଶୁବମନ ଗିଲ୍‌, ପ୍ରିୟଙ୍କ ପଞ୍ଚଲ ଓ ବିଦର୍ଭ ରଣ୍‌ଜୀ ଦଳର ଅଧିନାୟକ ଫୈଜ ଫଜଲଙ୍କୁ ଯଥାକ୍ରମେ ଇଣ୍ଡିଆ ବ୍ଲୁ, ଇଣ୍ଡିଆ ରେଡ୍‌ ଓ ଇଣ୍ଡିଆ ଗ୍ରୀନ୍‌ ଟିମ୍‌ର ନେତୃତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ରଣ୍‌ଜୀ ଦଳ ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି ଫଜଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଗ୍ରୀନ ଦଳରେ ସ୍ଥାନ ପାଇଛନ୍ତି।
୫ରୁ ୯ ତାରିଖ ପର୍ଯ୍ୟନ୍ତ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଷ୍ଟାର୍‌ ସ୍ପୋଟର୍‌ସରେ ଫାଇନାଲ ମ୍ୟାଚ୍‌ର ସିଧାପ୍ରସାରଣ କରାଯିବ। ସମସ୍ତ ମ୍ୟାଚ୍‌ ରେଡ୍‌ ବଲ୍‌ରେ ଖେଳାଯିବ ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜିଏମ୍‌ (କ୍ରିକେଟ୍‌ ଅପରେଶନ) ସବା କରିମ୍‌ ମଙ୍ଗଳବାର କହିଛନ୍ତି। ‘ଚିନ୍ନାସ୍ବାମୀ ଷ୍ଟାଡିୟମରେ ଫ୍ଲଡ୍‌ ଲାଇଟ୍‌ ବ୍ୟବସ୍ଥା ରହିଛି, କିନ୍ତୁ ଯେହେତୁ କୌଣସି ସିଧାପ୍ରସାରଣର ବ୍ୟବସ୍ଥା ନାହିଁ ତେଣୁ ଆମେ ଲାଇଟ୍‌ରେ ପିଙ୍କ୍‌ ବଲରେ ମ୍ୟାଚ୍‌ ଖେଳିବୁ ନାହିଁ। କେବଳ ଫାଇନାଲ ମ୍ୟାଚ୍‌ ଦିବା-ରାତ୍ର ବିଶିଷ୍ଟ ହେବ ଏବଂ ଏହା ସିଧାପ୍ରସାରଣ କରାଯିବ’ ବୋଲି କରିମ୍‌ ପ୍ରକାଶ କରିଛନ୍ତି। ଭାରତୀୟ କ୍ରିକେଟ୍‌ ଦଳ ଟେଷ୍ଟ ଚାମ୍ପିୟନଶିପ୍‌ରେ ପିଙ୍କ୍‌ ବଲ୍‌ରେ କୌଣସି ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ନ ଥିବାରୁ ଦୁଲୀପ୍‌ ଟ୍ରଫିକୁ ରେଡ୍‌ ବଲରେ ଆୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା କରିମ୍‌ କହିଛନ୍ତି।
ଇଣ୍ଡିଆ-ଏ’ ପକ୍ଷରୁ ଖେଳୁଥିବା ଅଭିମନ୍ୟୁ ଈଶ୍ୱରନ, ଅନ୍‌ମୋଲପ୍ରୀତ୍‌ ସିଂ, ରୁତୁରାଜ ଗାଏକ୍ୱାଡ, ଶ୍ରେୟାସ ଗୋପାଳ, ଜୟନ୍ତ ଯାଦବ, ଅକ୍ଷର ପଟେଲଙ୍କ ସମେତ ଡିଫେଣ୍ଡିଂ ରଣ୍‌ଜୀ ଟ୍ରଫି ଚାମ୍ପିୟନ ବିଦର୍ଭ ସମେତ ଅନ୍ୟ ଦଳର ଖେଳାଳିଙ୍କୁ ଇଣ୍ଡିଆ ବ୍ଲୁ, ଗ୍ରୀନ୍‌ ଓ ରେଡ୍‌ ଦଳରେ ସାମିଲ କରାଯାଇଛି।
ଦୁଲୀପ୍‌ ଟ୍ରଫି ଦଳ-
ଇଣ୍ଡିଆ ବ୍ଲୁ: ଶୁବମନ ଗିଲ୍‌ (ଅଧିନାୟକ), ରୁତୁରାଜ ଗାଏକ୍ୱାଡ, ରଜତ ପଟିଦାର, ଅନ୍‌ମୋଲପ୍ରୀତ୍‌ ସିଂ, ରିକି ଭୁଇ, ଅଙ୍କିତ ବାଓ୍ବନେ, ସ୍ନେଲ ପଟେଲ (ଉଇକେଟ୍‌କିପର), ଶ୍ରେୟାସ ଗୋପାଳ, ସୌରଭ କୁମାର, ଜଲଜ ସକ୍ସେନା, ତୁଷାର ଦେଶପାଣ୍ଡେ, ବସିଲ ଥାମ୍ପି, ଦ୍ୱିଓ୍ବେଶ ପଠାନିଆ, ଅନିକେତ୍‌ ଚୌଧାରୀ ଆଶୁତୋଷ ଅମର।
ଇଣ୍ଡିଆ ଗ୍ରୀନ୍‌: ଫୈଜ ଫଜଲ (ଅଧିନାୟକ), ଅକ୍ଷୟ ରେଡ୍ଡୀ, ଧ୍ରୁବ ସୋରୀ, ପ୍ରିୟଙ୍କ ଗର୍ଗ, ସିଦ୍ଦେଶ ଲାଡ୍‌, ଆକାଶଦୀପ୍‌ ନାଥ, ରାହୁଲ ଚହର, ଧମେନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, ଅଙ୍କିତ ରାଜପୁତ୍‌, ଇଶାନ ପୋରେଲ, ତନବୀର ଉଲ୍‌-ହକ, ଅକ୍ଷୟ ଓ୍ବାଡକର (ଉଇକେଟ୍‌କିପର), ରାଜେଶ ମହାନ୍ତି ଓ ମିଲିନ୍ଦ କୁମାର।
ଇଣ୍ଡିଆ ରେଡ୍‌: ପ୍ରିୟଙ୍କ ପଞ୍ଚଲ (ଅଧିନାୟକ), ଅଭିମନ୍ୟୁ ଈଶ୍ୱରନ, ଅକ୍ଷର ପଟେଲ, କରୁନ ନାୟାର, ଇଶାନ କିଶାନ (ଉଇକେଟ୍‌କିପର), ହର୍‌ପ୍ରୀତ୍‌ ଭାଟିଆ, ଆଦିତ୍ୟ ସରଓ୍ବତେ, ମହିପାଲ ଲୋମ୍ରୋ, ଅକ୍ଷୟ ଓ୍ବାଖରେ, ବରୁନ ଆରୁନ, ରୋନିତ୍‌ ମୋରେ, ଜୟଦେବ ଉନାଡକଟ୍‌, ସନ୍ଦୀପ ଓ୍ବାରିୟର ଓ ଅଙ୍କିତ କାଲ୍‌ସି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri