Posted inଖେଳ

ଇଂଲଣ୍ଡ ବିଶ୍ୱର ଏକମାତ୍ର ଦେଶ

ଲଣ୍ଡନ, ୧୬।୭- ଆଇସିସି ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି। ଏଥିସହ କ୍ରିକେଟ୍‌ ବିଶ୍ୱକପ୍‌ର ୪୪ ବର୍ଷର ଇତିହାସରେ ପ୍ରଥମଥର ଲାଗି କ୍ରିକେଟ୍‌ର ଜନକଭାବେ ପରିଚିତ ଇଂଲଣ୍ଡ ବିଶ୍ୱ ବିଜେତା ହୋଇଛି। ଏହି ବିଜୟ ସହିତ ବିଶ୍ୱର ପ୍ରଥମ ଦେଶ ଭାବେ ଇଂଲଣ୍ଡ କ୍ରିକେଟ୍‌ ବିଶ୍ୱକପ୍‌, ଫୁଟ୍‌ବଲ ବିଶ୍ୱକପ୍‌ ଓ ରଗ୍‌ବୀ ବିଶ୍ୱକପ୍‌ ଜିତିବାର ବିରଳର କୃତିତ୍ୱ ଲାଭ କରିଛି।
ଇତିହାସରେ ଇଂଲଣ୍ଡ ପ୍ରଥମଥର ଲାଗି ୧୯୬୬ରେ ମେଜର ଟାଇଟଲ ଜିତିଥିଲା। ଫିଫା ବିଶ୍ୱକପ୍‌ର ୮ମ ସଂସ୍କରଣ ଇଂଲଣ୍ଡରେ ୧୯୬୬ରେ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ଆୟୋଜକ ଇଂଲଣ୍ଡ ୪-୨ ଗୋଲ ବ୍ୟବଧାନରେ ପଶ୍ଚିମ ଜର୍ମାନୀକୁ ପରାସ୍ତ କରି ବିଶ୍ୱକପ୍‌ ମୁକୁଟ ପିନ୍ଧିଥିଲା। ଏହାପରେ ଇଂଲଣ୍ଡ ରଗ୍‌ବୀ ବିଶ୍ୱକପ୍‌ ଟ୍ରଫି ହାତେଇଥିଲା। ୨୦୦୩ରେ ଅଷ୍ଟ୍ରେଲିଆରେ ରଗ୍‌ବୀ ବିଶ୍ୱକପ୍‌ ଆୟୋଜିତ ହୋଇଥିଲା। ଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆକୁ ୧୭-୨୦ ପଏଣ୍ଟରେ ପରାସ୍ତ କରି ଇଂଲଣ୍ଡ ଚାମ୍ପିୟନ ହୋଇଥିଲା। ୧୯୬୬ (ଫିଫା ବିଶ୍ୱକପ୍‌) ପରେ ଇଂଲଣ୍ଡର ଏହା ୨ୟ ବିଶ୍ୱକପ୍‌ ଟ୍ରଫିଥିଲା। ଶେଷରେ ରବିବାର ଅନୁଷ୍ଠିତ ରୋମାଞ୍ଚକଭରା ଆଇସିସି ପୁରୁଷ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଟାଇ (ନ୍ୟୁଜିଲାଣ୍ଡ- ୨୪୧/୮, ଇଂଲଣ୍ଡ- ୨୪୧/୧୦)ରହିଥିଲା। ଏହାପରେ ସୁପର୍‌ ଓଭରରେ ମଧ୍ୟ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫ ରନ କରିଥିବାବେଳେ ନ୍ୟୁଜିଲାଣ୍ଡ ସମାନ ସଂଖ୍ୟକ ରନ୍‌ କରିବାରୁ ମ୍ୟାଚ୍‌ ପୁଣି ଟାଇରେ ସମାପ୍ତ ହୋଇଥିଲା। ଫଳରେ ମ୍ୟାଚ୍‌ରେ ଅଧିକ ବାଉଣ୍ଡରୀ ମାରିଥିବାରୁ ଇଂଲଣ୍ଡକୁ ଚାମ୍ପିୟନ ଘୋଷିତ କରାଯାଇଥିଲା।
ମଧ୍ୟ ଆଇସିସି ମହିଳା ବିଶ୍ୱକପ୍‌ (୫୦ ଓଭର) ଟାଇଟଲ ହାସଲ କରିବାରେ ସଫଳ ହୋଇଛି। ୨୦୧୭ ଆଇସିସି ମହିଳା ବିଶ୍ୱକପ୍‌ ଫାଇନାଲରେ ହେଥର୍‌ ନାଇଟ୍‌ଙ୍କ ନେତୃତ୍ୱରେ ଇଂଲଣ୍ଡ ୯ ରନରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ଉଇକେଟ୍‌ ହରାଇ ୨୨୮ ରନ କରିଥିବାବେଳେ ଭାରତ ୪୮.୪ ଓଭରରେ ୨୧୯ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri