Posted inଖେଳ

ଇଂଲଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ

ଲଣ୍ଡନ,୧୮ା୮(ଏଏଫ୍‌ପି)-ଚଳିତ ଆଶେସ ସିରିଜରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ସ୍ଥାନୀୟ ଲଡର୍‌ସଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ସେ ୯୨ ରନ (୧୬୧ ବଲ୍‌, ୧୪ ଚୌକା) କରି ଅଳ୍ପକେ ଶତକରୁ ବଞ୍ଚତ୍ତ ହୋଇଛନ୍ତି। ସ୍ମିଥ୍‌ଙ୍କ ଯୋଗୁ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୫୮ ରନ ଜବାବରେ ଅଷ୍ଟ୍ରେଲିଆ ସମସ୍ତ ଉଇକେଟ ହରାଇ ୨୫୦ରନ କରିବାରେ ସମର୍ଥ ହୋଇଛି। ବର୍ଷାଯୋଗୁ ଚତୁର୍ଥ ଦିବସ ଖେଳ ଆଗୁଆ ସ୍ଥଗିତ ରଖାଯାଇଥିଲା। ସେତେବେଳେ ଇଂଲଣ୍ଡ ୪ ଉଇକେଟ ବିନିମୟରେ ୯୬ରନ ସଂଗ୍ରହ କରିଥିଲା ଏବଂ ମୋଟ ଉପରେ ୧୦୪ ରନ ଅଗ୍ରଣୀ ଲାଭ କରିସାରିଥିଲା। ଆଶେସରେ କ୍ରମାଗତ ୭ ଥର ୫୦ କିମ୍ବା ତାଠାରୁ ଅଧିକ ରନ ସଂଗ୍ରହ କରିବାରେ ସ୍ମିଥ୍‌ ପ୍ରଥମ ବ୍ୟାଟ୍ସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି। ବର୍ଷାଯୋଗୁ ବୁଧବାର ମ୍ୟାଚର ପ୍ରଥମ ଦିବସ ଖେଳ ଆଦୌ ସମ୍ଭବ ହୋଇ ନ ଥିଲ। ପୁନଶ୍ଚ ଶୁକ୍ରବାର ମଧ୍ୟାହ୍ନଭୋଜନ ପରେ ଖେଳ ହୋଇପାରି ନ ଥିଲା। ରବିବାର ହେଉଛି ମ୍ୟାଚର ଅନ୍ତିମ ଦିବସ। ଶନିବାର ଅଷ୍ଟ୍ରେଲିଆ ପୂର୍ବଦିନର ଅସମାପ୍ତ ସ୍କୋର ୮୦/୪ରୁ ଖେଳ ଆରମ୍ଭ କରିଥିଲା। ସ୍ମିଥ୍‌ ଏବଂ ମାଥ୍ୟୁ ଓ୍ବେଡ୍‌ ଯଥାକ୍ରମେ ୧୩ ଓ ବିନା କୌଣସି ରନରେ ଅପରାଜିତ ଥିଲେ। ଉଭୟେ ୫ମ ଉଇକେଟ ଯୋଡ଼ିରେ ୨୧ ରନ ଯୋଗ କରିପାରିଥିଲେ। ଓ୍ବେଡ୍‌ ମାତ୍ର ୬ ରନ କରି ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବଲ୍‌ରେ ରୋରି ବନର୍‌ସଙ୍କ ଦ୍ୱାରା କ୍ୟାଚ୍‌ ଆଉଟ ହୋଇଯାଇଥିଲେ। ସ୍ମିଥ୍‌ କ୍ରିସ୍‌ ଓକ୍ସଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିବା ପୂର୍ବରୁ ଟିମ୍‌ ପେନ୍‌ (୨୪) ଏବଂ ପ୍ୟାଟ୍‌ କୁମିନ୍ସ (୨୦)ଙ୍କ ସହିତ ଯଥାକ୍ରମେ ୬୦ ଏବଂ ୪୬ ରନର ଭାଗୀଦାରି କରିଥିଲେ। ସ୍ମିଥ୍‌ ୮୦ରନ କରି ଖେଳୁଥିବାବେଳେ ଜୋଫ୍ରା ଆର୍ଚରଙ୍କ ଏକ ବଉନ୍ସର ତାଙ୍କ ବେକ ଓ ମୁଣ୍ଡ ମଧ୍ୟଭାଗରେ ବାଜିଥିଲା। ସେ ତଳରେ ପଡ଼ିଯାଇଥିଲେ। ତେବେ ସେ ପରେ ଖେଳ ଜାରି ରଖିଥିଲେ। ପିଟର ସିଡଲ ୯ ଏବଂ ନାଥାନ ଲିଅନ ୬ ରନ କରି ଆଉଟ ହୋଇଥିବା ବେଳେ ଜୋସ୍‌ ହାଜଲେଉଡ୍‌ ୩ ରନ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଷ୍ଟୁଆର୍ଟ ବ୍ରଡ ୬୫ ରନ ବିନିମୟରେ ୪ଟି ଉଇକେଟ ନେଇଥିବାବେଳେ କ୍ରିସ୍‌ ଓକ୍ସ ୩ ଏବଂ ଜୋଫ୍ରା ଆର୍ଚର ୨ ଉଇକେଟର ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri