Posted inଖେଳ

ଇଂଲଣ୍ଡରେ କ୍ରିକେଟ ମହାକୁମ୍ଭ 

ଲଣ୍ଡନ, ୩୦।୫: କ୍ରିକେଟ ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପାଇଁ କ୍ଷେତ୍ର ପ୍ରସ୍ତୁତ। ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟ ମହାକୁମ୍ଭ। ଦୀର୍ଘ ଦେଢ଼ ମାସଧରି ଏବେ ଦେଖିବାକୁ ମିଳିବ ବ୍ୟାଟ୍‌, ବଲ୍‌ର ରୋମାଞ୍ଚ। ଆସିବ କ୍ରିକେଟ ଫିଭର। ଇଂଲଣ୍ଡର ୧୧ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ମେ ୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଭାଗନେବେ ବିଶ୍ୱର ଶ୍ରେଷ୍ଠ ୧୦ ଦଳ। ଆୟୋଜକ ଇଂଲଣ୍ଡ ସମେତ ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ଏଥିରେ ଭାଗ୍ୟ ପରୀକ୍ଷା କରିବେ। ଲଣ୍ଡନର କେନିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଜୁନ ୫ରେ ସାଉଥାମ୍ପଟନର ରୋଜ୍‌ ବାଉଲ୍‌ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରୁ ଭାରତ ଏହାର ଅଭିଯାନ ଆରମ୍ଭ କରିବ।
କ୍ରିକେଟ ବିଶ୍ୱକପର ୪୪ ବର୍ଷର ଇତିହାସରେ ଅଷ୍ଟ୍ରେଲିଆ ସର୍ବାଧିକ ୫ ଥର ଟାଇଟଲ ହାସଲ କରିଛି। ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ରେ ଏହି ଦଳ ପିନ୍ଧିଛି ବିଜୟ ମୁକୁଟ। ଅର୍ଥାତ୍‌ ଏହି ଦଳ ଏଥର ଡିଫେଣ୍ଡିଂ ଚାମ୍ପିୟନଭାବେ ବିଶ୍ୱକପରେ ଅବତୀର୍ଣ୍ଣ ହେବ। ଭାରତ ୧୯୮୩ ଓ ୨୦୧୧ରେ ଏବଂ ଓ୍ବେଷ୍ଟଇଣ୍ଡିଜ ୧୯୭୫ ଓ ୧୯୭୯ରେ ୨ ଥର ଲେଖାଏ ଚାମ୍ପିୟନ ହେବାର ସୌଭାଗ୍ୟ ପାଇଛନ୍ତି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ପାକିସ୍ତାନ(୧୯୯୨) ଓ ଶ୍ରୀଲଙ୍କା(୧୯୯୬) ଥରେ ଲେଖାଏ ଟ୍ରଫି ଜିତିବାର ସ୍ବାଦ ପାଇଥିବାବେଳେ ଇଂଲଣ୍ଡ ପାଇଁ ଏହା ଏପର୍ଯ୍ୟନ୍ତ ଅପହଞ୍ଚ ଇଲାକା ହୋଇ ରହିଛି। ଦଳ ୧୯୭୯, ୧୯୮୭ ଓ ୧୯୯୨ରେ ଫାଇନାଲ ଖେଳିଥିଲେ ହେଁ ୩ଥର ଯାକ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି। ଏଥର ଆୟୋଜକଭାବେ ଇଂଲଣ୍ଡ ଟାଇଟଲ ଦାବିଦାର ଭାବେ ଉଭା ହୋଇଛି। ଇଂଲଣ୍ଡ ପାଇଁ ବିଶ୍ୱକପ ଆୟୋଜନ ଏହା ପ୍ରଥମ କଥା ନୁହେଁ। ପୂର୍ବରୁ ଏହି ଦେଶରେ ୧୯୭୫, ୧୯୭୯, ୧୯୮୩ ଓ ୧୯୯୯ରେ ବିଶ୍ୱକପ ଆୟୋଜିତ ହୋଇସାରିଛି। ତେବେ ଏଥର ଖେଳାଳିଙ୍କ ଫର୍ମ ବିଶ୍ୱକପକୁ ହଟ୍‌ ଫେଭରାଇଟ ସିଟ୍‌ରେ ବସାଇଛି।
ଏଥର ପ୍ରତିଯୋଗିତାରେ ଭାଗ ନେଉଥିବା ଦଳଗୁଡ଼ିକ ପରସ୍ପର ସହିତ ଖେଳିବା ପରେ ଶ୍ରେଷ୍ଠ ୪ ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ପ୍ରଥମ ସେମିଫାଇନାଲ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡଠାରେ ଜୁଲାଇ ୯ ଓ ଦ୍ୱିତୀୟ ସେମିଫାଇନାଲ ଏଜବାଷ୍ଟନଠାରେ ଜୁଲାଇ ୧୧ରେ ଖେଳାଯିବ। ମେଗା ଫାଇନାଲ କ୍ରିକେଟର ମକ୍କା ଭାବେ ପରିଚିତ ଲଡର୍‌ସ ଗ୍ରାଉଣ୍ଡରେ ଜୁଲାଇ ୧୪ରେ ଅନୁଷ୍ଠିତ ହେବ। କ୍ରିକେଟର ଏହି ସର୍ବୋଚ୍ଚ ପ୍ରତିଯୋଗିତା ପାଇଁ କ୍ରୀଡ଼ା ପ୍ରେମୀଙ୍କ ନିକଟରେ ଏବେ ନାହିଁ ନ ଥିବା ଉତ୍କଣ୍ଠା। ଭାରତୀୟ ଦଳର ଶୁଭ ମନାସି ଏବେ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା। ଇଂଲଣ୍ଡ, ଅଷ୍ଟ୍ରେଲିଆ ସହିତ ଭାରତ ହଟ୍‌ ଫେଭରାଇଟ ତାଲିକାରେ ଥିବାରୁ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି। ଏବେ କେବଳ ଟୁର୍ନାମେଣ୍ଟ ଆରମ୍ଭକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ଦିନିକିଆ ବିଶ୍ୱକପ୍ ୨୦୨୭ ଫର୍ମାଟ୍ ବଦଳାଇଲା ICC; ଜୟ ଶାହାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ ୪ ଦେଶର ଅଧିନାୟକ

ନୂଆଦିଲ୍ଲୀ,୧୭।୭: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ଫର୍ମାଟ୍‌ରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ହଠାତ ବଡ଼…

ଭାରତକୁ ବିଶ୍ୱକପ୍ ଜିତାଇଥିବା କ୍ରିକେଟର ଏବେ ଜେଲ୍‌ରେ! ଲାଞ୍ଚ ଯାଚିବା ଅଭିଯୋଗରେ ଶ୍ରୀଲଙ୍କାରେ ଗିରଫ ହେଲେ…

କଲମ୍ବୋ,୧୭।୭: ଭାରତୀୟ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୨୦୧୮ ଅଣ୍ଡର-୧୯ ବିଶ୍ୱକପ ବିଜେତା ଦଳର ହିରୋ ତଥା ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ମନଜୋତ…

ହଠାତ ଲଣ୍ଡନରେ ପହଞ୍ଚିଲେ ରୋହିତଙ୍କ ମା’ବାପା, ଲର୍ଡସ ଦିନିକିଆ ପରେ ସନ୍ନ୍ୟାସ ନିଶ୍ଚିତ!

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଇଂଲଣ୍ଡ ବିପକ୍ଷରେ…

ଫାଇନାଲ ଦେଖିବାକୁ ଯିବେ ନାହିଁ ଆର୍ଜେଣ୍ଟିିନା ରାଷ୍ଟ୍ରପତି, କାହିଁକି ଜାଣନ୍ତୁ..

ବୁଏନ୍ସ ଏରିଜ, ୧୭ା୭: ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍‌ ମିଲେଇଙ୍କର ଏକ ଅନ୍ଧବିଶ୍ୱାସ ରହିଛି। ଏଥିପାଇଁ ସେ ରବିବାର ଆର୍ଜେଣ୍ଟିନା ଓ ସ୍ପେନ୍‌ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌…

‘ମୁଁ ଖେଳିବା ଛାଡିଦେବି…’, କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କଲା ରୋହିତ ଶର୍ମାଙ୍କ….

ନୂଆଦିଲ୍ଲୀ,୧୭।୭: ୧୯ ଜୁଲାଇ ଦିନ ରୋହିତ ଶର୍ମା ନିଜ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ…

ରାଜ୍ୟ ସଭାରେ ପ୍ରଥମେ ‘ବନ୍ଦେ ମାତରମ’ ବିଲ ଆଗତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା; ଅସମ୍ମାନ କଲେ କଠୋର ଦଣ୍ଡ

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନରେ ଯାହା ଜୁଲାଇ ୨୦ରୁ ଆରମ୍ଭ ହେଉଛି, ଅନେକ ବିଲ ଉପସ୍ଥାପନ ପାଇଁ ତାଲିକାଭୁକ୍ତ ହୋଇଛି ଯେଉଁଥିରେ ଜାତୀୟ ଗୀତ ‘ବନ୍ଦେ ମାତରମ’କୁ…

ସୋନମ ୱାଙ୍ଗଚୁକଙ୍କ ଅନଶନକୁ ନେଇ ସଜାଗ ହେଲେ କେନ୍ଦ୍ର ସରକାର, ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୧୭।୭: ସୋନମ ୱାଙ୍ଗଚୁକଙ୍କ ଅନଶନର ତୃତୀୟ ସପ୍ତାହ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ତତ୍ପର ହୋଇଉଠିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦିଲ୍ଲୀର ତିନୋଟି ହସ୍ପିଟାଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri