Posted inଖେଳ

ଇଂଲଣ୍ଡକୁ ହରାଇଲା ଶ୍ରୀଲଙ୍କା

ଲିଡ୍ସ,୨୨।୬ (ପି.ଟି.)- ଚଳିତ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏକ ବଡ଼ ବିପର୍ଯ୍ୟୟ ଘଟାଇଛି। ସ୍ଥାନୀୟ ହେଡିଂଲି ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ବିଶ୍ୱକପ୍‌ର ୨୭ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ରନରେ ଇଂଲଣ୍ଡକୁ ହରାଇଛି। ଏଥିସହିତ ଇଂଲଣ୍ଡ ଟୁର୍ନାମେଣ୍ଟରେ ତା’ର ଦ୍ୱିତୀୟ ପରାଜୟ ବରଣ କରିଛି। ପୂର୍ବରୁ ଇଂଲଣ୍ଡ ପାକିସ୍ତାନଠାରୁ ହାରିଥିଲା। ଦୁଇ ଏସୀୟ ଦେଶଠାରୁ ଇଂଲଣ୍ଡ ହାରିଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୨ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୪୭ ଓଭରରେ ୨୧୨ ରନରେ ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ଏଥିସହ ଶ୍ରୀଲଙ୍କା ୬ଟି ମ୍ୟାଚ୍‌ ଖେଳି ଦୁଇଟି ବିଜୟ, ୨ଟି ପରାଜୟ ଓ ୨ଟି ବିନା ଫଳାଫଳ ସହ ୬ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି। ଅନ୍ୟପଟେ ଇଂଲଣ୍ଡ ୬ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୨ ପରାଜୟ ସହ ୮ ପଏଣ୍ଟ ପାଇ ପୂର୍ବପରି ତୃତୀୟ ସ୍ଥାନରେ ରହିଛି। ୪୩ ରନ ବ୍ୟୟ କରି ଗୋଟିଏ ମେଡେନ ନେବା ସହ ମୂଲ୍ୟବାନ ୪ ଉଇକେଟ ଅକ୍ତିଆର କରିଥିବା ଶ୍ରୀଲଙ୍କା ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
୨୩୩ ରନ ଟାର୍ଗେଟର ପିଛା କରି ଇଂଲଣ୍ଡ ପ୍ରାରମ୍ଭିକ ଝଟ୍‌କା ଖାଇବା ସହ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦଳ ତରଫରୁ ବେନ୍‌ ଷ୍ଟୋକ୍ସ ସର୍ବାଧିକ ୮୨ ରନ କରି ଅପରାଜିତ ରହିଥିଲେ। ସେହିପରି ଜୋ ରୁଟ ୫୭ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଇଅନ ମୋର୍ଗାନ ୨୧, ମୋଇନ ଅଲି ୧୬, ଓପନର ଜେମ୍ସ ଭିନ୍ସ ୧୪, ଜୋସ ବଟଲର ୧୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ସ୍ପର୍ଶ କରି ନ ଥିଲେ। ବୋଲିଂରେ ଲସିଥ ମାଲିଙ୍ଗା ସର୍ବାଧିକ ୪, ଧନଞ୍ଜୟ ଡି ସିଲଭା ୩, ଇସୁରୁ ଉଡାନା୨ ଓ ନୂଆନ ପ୍ରଦୀପ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦୁଇ ଓପନର ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ସତ୍ତ୍ୱେ ୫୦ ଓଭରରେ ୯ ଉଇକେଟ ହରାଇ ୨୩୨ ରନ ସଂଗ୍ରହ କରିଛି। ମିଡଲ ଅର୍ଡରରେ ବ୍ୟାଟ୍ସମ୍ୟାନମାନେ ଲଢେଇ କରିଥିଲେ। ମାଥ୍ୟୁସ୍‌ ୮୫ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ସମ୍ମାନ ରକ୍ଷା କରିଥିଲେ। ୧୪୬ ମିନିଟ କ୍ରିଜ୍‌ରେ ରହି ୧୧୫ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଓ ୧ ଛକା ସହ ୮୫ ରନ କରି ମାଥ୍ୟୁସ୍‌ ଶେଷପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଦୁଇଟି ପାର୍ଟନରଶିପ୍‌ରେ ମାଥ୍ୟୁସ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଚତୁର୍ଥ ଉଇକେଟରେ କୁଶାଲ ମେଣ୍ଡିସ୍‌ଙ୍କ ସହ ମାଥ୍ୟୁସ ୭୧ ରନ ଓ ଷଷ୍ଠ ଉଇକେଟରେ ଧନଞ୍ଜୟ ଡି ସିଲଭାଙ୍କ ସହ ୫୭ ରନ ସଂଗ୍ରହ କରିଥିଲେ। ତେବେ ଏହା ପୂର୍ବରୁ କୁଶାଲ ମେଣ୍ଡିସ୍‌ ଓ ଅଭିଷ୍କା ଫର୍ନାଣ୍ଡୋ ତୃତୀୟ ଉଇକେଟରେ ୫୯ ରନ ସଂଗ୍ରହ କରିଥିଲେ। ଏହି ୩ଟି ପାର୍ଟନରଶିପ ବଳରେ ଶ୍ରୀଲଙ୍କା ଦୁଇଶହ ରନ ପାର କରିଥିଲା। ଅଭିଷ୍କା ୩୯ଟି ବଲର ସମ୍ମୁଖୀନ ହୋଇ ୬ ଚୌକା ଓ ୨ ଛକା ସହ ୪୯, କୁଶାଲ ମେଣ୍ଡିସ ୪୬ ରନ କରି ଆଉଟ ହୋଇଥିଲେ। ସେହିପରି ଧନଞ୍ଜୟ ଡି ସିଲଭା ୨୯ ରନର ଇନିଂସ ଖେଳିଥିଲେ। ବାକି ୭ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ଏହି କ୍ରମରେ ଇନିଂସ ଓପନ କରିଥିବା ଅଧିନାୟକ ଦିମୁଥ କରୁଣାରତ୍ନେ ୧, କୁଶାଲ ପେରେରା ୨, ଥିସାରା ପେରେରା ୨, ଇସୁରୁ ଉଡାନା ୬, ଲସିଥ ମାଲିଙ୍ଗା ୧ ରନ କରି ଆଉଟ ହୋଇଥିବା ବେଳେ ଜୀବନ ମେଣ୍ଡିସ ଖାତା ଖୋଲିପାରି ନ ଥିଲେ। ନୂଆନ ପ୍ରଦୀପ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ଓ ମାର୍କ ଉଡ ୩ଟି ଲେଖାଏ, ଆଦିଲ ରସିଦ ୨ ଓ କ୍ରିସ୍‌ ଓ୍ବକ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୫୦ ଓଭରରେ ୨୩୨/୯
(ଆଞ୍ଜେଲୋ ମାଥ୍ୟୁସ- ୮୫*, ଅଭିଷ୍କା ପର୍ନାଣ୍ଡୋ- ୪୯, କୁଶାଲ ମେଣ୍ଡିସ- ୪୬, ଧନଞ୍ଜୟ ଡି ସିଲଭା- ୨୯, ଆର୍ଚର- ୩/୫୨, ଉଡ- ୩/୪୦, ରସିଦ- ୨/୪୫ )।
ଇଂଲଣ୍ଡ ୪୭ ଓଭରରେ ୨୧୨ ଅଲଆଉଟ
(ଷ୍ଟୋକ୍ସ- ୮୨*, ରୁଟ- ୫୭, ମାଲିଙ୍ଗା – ୪/୪୩, ଡି ସିଲଭା- ୩/୩୨, ଉଡାନା- ୨/୪୧, ପ୍ରଦୀପ- ୧/୩୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri