ଆସିବ ନୂଆ ଯୋଜନା: ସୁପର ମାର୍କେଟରେ ମିଳିବ ତେଲ

ନୂଆଦିଲ୍ଲୀ,୧୯-୬- କେନ୍ଦ୍ରର ମୋଦି ସରକାର ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ଦ୍ରୁତଗତିରେ ବଡ଼ ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଗାଡ଼ିରେ ପେଟ୍ରୋଲ ଓ ଡିଜେଲ ଭର୍ତ୍ତି କରିବା ଲାଗି ଆଉ ପେଟ୍ରୋଲ ପମ୍ପରେ ଚକ୍କର କାଟିବାକୁ ପଡିବ ନାହିଁ। ଗ୍ରାହକଙ୍କୁ ସୁପର ମାର୍କେଟରେ ହିଁ ତେଲ ମିଳିଯିବ।
ମିଡିଆ ରିପୋର୍ଟ ଅନୁଯାୟୀ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଏକ କ୍ୟାବିନେଟ ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି। ତଦନୁଯାୟୀ, ରିଟେଲ ଦୋକାନରେ କାରବାର କରିବାକୁ ବଡ଼ ବଡ଼ କମ୍ପାନୀଙ୍କୁ ସୁଯୋଗ ମିଳିଯିବ। ବର୍ତ୍ତମାନ ନିୟମ ଅନୁଯାୟୀ, ତେଲର ଖୁଚୁରା ବ୍ୟବସାୟ କରିବାକୁ ହେଲେ କମ୍ପାନୀଙ୍କ ନିକଟରେ ଘରୋଇ ବଜାରରେ ଢାଞ୍ଚାଗତ ନିବେଶ ଲାଗି ୨୦୦୦ କୋଟି ଟଙ୍କା ରହିଥିବା ଆବଶ୍ୟକ। ସେହିପରି ୩୦ ଲକ୍ଷ ଟନ ତେଲ କିଣିବା ଲାଗି ଆବଶ୍ୟକ ରାଶି ସମାନ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ହେବ। ତେବେ ସରକାର ଏହି ନିୟମକୁ ଅଧିକ କୋହଳ କରିବାକୁ ଯାଉଛନ୍ତି। ସରକାରୀ ସ୍ତରରେ ଚୂଡାନ୍ତ ନିଷ୍ପତ୍ତି ନିଆଗଲେ, ଫ୍ୟୁଚର ଗ୍ରୁପ୍‌, ଓ୍ବାଲମାର୍ଟ ଭଳି ମଲ୍ଟି ବ୍ରାଣ୍ଡ ରିଟେଲ କମ୍ପାନୀ ପେଟ୍ରୋଲ ଓ ଡିଜେଲ ବିକିବେ। ସୂଚନାଯୋଗ୍ୟ ଯେ, ତେଲର ରିଟେଲ ବିକ୍ରିକୁ ନେଇ ନିୟମରେ ସଂଶୋଧନ କରିବା ଲାଗି ପରାମର୍ଶ ଦେବା ଉଦ୍ଦେଶ୍ୟରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଗତବର୍ଷ ଅକ୍ଟୋବରରେ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇଥିଲା। ତେଲର ରିଟେଲ ମାର୍କେଟରେ ପ୍ରତିଯୋଗିତା ବଢ଼ାଇବା ସରକାରଙ୍କ ଲକ୍ଷ୍ୟ ରହିଛି। ଏଥିପାଇଁ କମିଟି ସୁପାରିସ କରିବେ। ଏହି କମିଟିରେ ପୂର୍ବତନ ପେଟ୍ରୋଲିୟମ ସଚିବ ଜି.ସି.ଚତୁର୍ବେଦୀ, ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶୁତୋଷ ଜିନ୍ଦଲ, ଅର୍ଥନୀତିଜ୍ଞ କିରୀଟ ପାରିଖ ଏବଂ ଏମ.ଏ. ପ୍ରଧାନ ସାମିଲ ହୋଇଛନ୍ତି। ନିୟମ କୋହଳ ହେଲେ ସୌଦି ଆରାମକୋ ଭଳି ବିଶ୍ୱସ୍ତରର ତେଲ କମ୍ପାନୀ ଭାରତରେ ତେଲ ରିଟେଲ କାରବାରେ ପ୍ରବେଶ କରିବାକୁ ସୁଯୋଗ ପାଇବେ। ପୂର୍ବରୁ ଏହା ଭାରତର ତେଲର ରିଟେଲ ସେକ୍ଟରରେ ପ୍ରବେଶ କରିବାକୁ ଆଗ୍ରହ ପ୍ରକାଶ କରିସାରିଛି। ବ୍ରିଟେନ ଭଳି ଦେଶରେ ଏଭଳି ପ୍ରୟୋଗ ସଫଳ ହୋଇଛି। ସେଠାରୁ ହିଁ କେନ୍ଦ୍ର ସରକାର ଏହି ଆଇଡିଆ ପାଇଛନ୍ତି। ବ୍ରିଟେନର ପେଟ୍ରୋଲ ରିଟେଲର୍ସ ଆସୋସିଏଶନର ଅନୁମାନ ଅନୁଯାୟୀ, ଏପ୍ରିଲରେ ଦେଶରେ ବିକ୍ରି ହୋଇଥିବା ମୋଟ ପେଟ୍ରୋଲ ମଧ୍ୟରୁ କେବଳ ସୁପର ମାର୍କେଟରେ ହିଁ ୪୯ ପ୍ରତିଶତ ବିକ୍ରି ହୋଇଛି। ସେହିପରି ୪୩ ପ୍ରତିଶତ ଡିଜେଲ ବିକ୍ରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri