Posted inଖେଳ

ଆଶେସ ସିରିଜ୍‌ରୁ ବିଦା ହେଲେ ଦୁଇ ଅମ୍ପାୟର

ମାଞ୍ଚେଷ୍ଟର,୨୮।୮: ଚଳିତ ଆଶେସ ସିରିଜ୍‌ର ପ୍ରଥମ ୩ ଟେଷ୍ଟରେ ବହୁମାତ୍ରାରେ ଅମ୍ପାୟରଙ୍କ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିରେ ହେଡିଂଲେ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କୁ ଏଲବିଡବ୍ଲ୍ୟୁ ଦେବାରେ ବିଫଳ ହୋଇଥିଲେ, ଯାହାକି ମ୍ୟାଚ୍‌ର ଫଳାଫଳ ବଦଳି ପାରିଥାନ୍ତା ଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ରହିଛି। ଏଥିଯୋଗୁ ସିରିଜ୍‌ର ଅବଶିଷ୍ଟ ମ୍ୟାଚ୍‌ରେ ଦୁଇ ନୂଆ ଅମ୍ପାୟର ଦାୟିତ୍ୱ ସମ୍ଭାଳିବେ। ଅମ୍ପାୟର ଜୋଏଲ ଓ୍ବିଲିସନଙ୍କ ସହ ଗତ ମ୍ୟାଚ୍‌ରେ ୭ଟି ଭୁଲ ନିଷ୍ପତ୍ତି କରିଥିବା କ୍ରିସ ଗାଫନି ଓଲ୍ଡ ଟ୍ରାଫର୍ଡ ମ୍ୟାଚ୍‌ ପରିଚାଳନା କରିବେ ନାହିଁ। ପ୍ରଥମ ଆଶେସ ଟେଷ୍ଟରେ ଓ୍ବିଲିସନଙ୍କ ୮ ନିଷ୍ପତ୍ତିକୁ ଦୁଇ ଦଳ ଡିଆରଏସ୍‌ ଦ୍ୱାରା ବଦଳାଇଥିଲେ। ଏହାପରେ ହେଡିଂଲେ ଦୃଶ୍ୟ ଅମ୍ପାୟରଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇଂଲଣ୍ଡକୁ ଜିତିବା ପାଇଁ ୨ ରନ୍‌ ଦରକାର ଥିବାବେଳେ ନାଥନ ଲିଅନଙ୍କ ବଲ ଷ୍ଟୋକ୍ସଙ୍କ ପ୍ୟାଡ୍‌ରେ ବାଜିଥିଲା। ଏହାକୁ ଓ୍ବିଲିସନ ନଟଆଉଟ୍‌ ଦେଇଥିଲେ। କିନ୍ତୁ ରିପ୍ଲେରେ ଇଂଲଣ୍ଡକୁ ଜିତିଥିବା ଷ୍ଟୋକ୍ସ ପୂରା ଆଉଟ୍‌ ଥିବା ଦେଖିବାକୁ ମିଳିଥିଲା। ଦୁଇ ଅମ୍ପାୟରଙ୍କ ବଦଳରେ ମାରାଇସ ଇରାସମୁସ ଓ ରୁଚିରା ପାଲିୟାଗୁରୁଗେ ମ୍ୟାଚ୍‌ ପରଚାଳନା କରିବେ। ୩ୟ ଅମ୍ପାୟର ଦାୟିତ୍ୱରେ ରହିବେ କୁମାର ଧର୍ମସେନା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଟୁଇଟ ଉପରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା ଭାଇରାଲ, କହିଲେ ‘କ୍ରିକେଟର ଭଗବାନ’…

ନୂଆଦିଲ୍ଲୀ,୨୮।୫: ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆନ ପ୍ରିମିୟର ଲିଗରେ ଚମକାଇ ଚାଲିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସନରାଇଜର୍ସ…

ଟିମ ଇଣ୍ଡିଆରେ ବୈଭବ ସୁର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ପକ୍କା? ବହୁ ଆଗରୁ ଫ୍ୟାନ ହୋଇସାରିଛନ୍ତି କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୮।୫: ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଶେୟାର କରିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୟାଲ୍ସ…

ମାତ୍ର ୩ ଶବ୍ଦରେ ଜବାବ ଦେଲେ ବୈଭବ

ନୂଆଦିଲ୍ଲୀ,୨୮।୫: IPL 2026 ଏଲିମିନେଟର ମ୍ୟାଚ ସମୟରେ ସମଗ୍ର ବିଶ୍ୱ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଚମତ୍କାରିତା ଦେଖିଥିଲା। ବୈଭବ ମାତ୍ର 29 ବଲରେ 97 ରନ କରିଥିଲେ,…

Vaibhav Suryavanshi Car Collection: ଲାଇସେନ୍ସ ବିନା ମଧ୍ୟ, ବୈଭବଙ୍କ ପାଖରେ ରହିଛି ବହୁ ମୂଲ୍ୟବାନ କାର କଲେକ୍ସନ, ଦାମ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୨୮।୫: ବର୍ତ୍ତମାନ କ୍ରିକେଟ ଜଗତରେ କେବଳ ଗୋଟିଏ ନାମ ପ୍ରାଧାନ୍ୟ ବିସ୍ତାର କରୁଛି, ଏବଂ ସେହି ନାମଟି ଆଉ କାହାରି ନୁହେଁ ବରଂ ୧୫ ବର୍ଷୀୟ ବାମହାତୀ…

ଆଉଟ୍‌ ହେବା ପରେ କାହାକୁ ଗାଳି ଦେଲେ ବୈଭବ ସୂର୍ଯ୍ୟବଂଶୀ? ଚମକାଉଛି Video

ନୂଆଦିଲ୍ଲୀ,୨୮।୫: ଆଇପିଏଲ୍‌ ୨୦୨୬ର ଏଲିମିନେଟର୍‌ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ରାଜସ୍ଥାନର ବିଜୟର ହିରୋ ସାଜିଛନ୍ତି ୧୫…

ବୈଭବ ସୂର୍ଯ୍ୟବଂଶୀ ନଂ-୧, ଟପ୍‌-୫ ଦୌଡ଼ରୁ ବାହାରିଲେ କୋହଲି, ଓରେଞ୍ଜ କ୍ୟାପ କବ୍‌ଜା କରିନେଲେ…

ନୂଆଦିଲ୍ଲୀ, ୨୮।୫: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଶେଷ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ ପହଞ୍ଚିଛି, ଏବଂ ଦ୍ୱିତୀୟ ଫାଇନାଲିଷ୍ଟ…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

IPL ଇତିହାସରେ ପ୍ରଥମଥର ପାଇଁ ଘଟିଲା ଏମିତି: ସବୁ ଦଳର ଖେଳାଳି…

ନୂଆଦିଲ୍ଲୀ,୨୭।୫: IPL 2026 ଲିଗ ମାର୍ଚ୍ଚ ୨୮ରେ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟ ଏବେ ଏହାର ଦ୍ୱିତୀୟ ମାସ ସମାପ୍ତ ହେବାକୁ ଯାଉଛି। ଏହି ସିଜିନ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri