ଆଶାକର୍ମୀଙ୍କ ପୁଅକୁ ପିଟିଲେ ସରପଞ୍ଚ

ଏରସମା,୭ା୬(ସ୍ବ.ପ୍ର.): ଏରସମା ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ସରପଞ୍ଚ ଜଣେ ଆଶାକର୍ମୀଙ୍କ ପୁଅକୁ ପିଟିଥିବା ଶନିବାର ରାତିରେ ଏରସମା ଥାନାରେ ଅଭିଯୋଗ ହୋଇଥିଲା। ରବିବାର ଏରସମା ବିଡିଓ କୈଳସ ଚନ୍ଦ୍ର ବେହେରା, ଥାନା ଆଇଆଇସି ପ୍ରଶାନ୍ତ କୁମାର ମାଝି ଏବଂ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଅମୀୟ ସ୍ବାଇଁ ଗ୍ରାମକୁ ଯାଇ ଘଟଣା ସମ୍ପର୍କରେ ତଦନ୍ତ କରିଛନ୍ତି।
ସୂଚନା ଅନୁସାରେ, ୮ଦିନ ତଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରାମତରା ଗ୍ରାମ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲା। ତେବେ ଏହି କାର୍ଯ୍ୟ ନିୟମ ଅନୁସାରେ ହେଉ ନ ଥିବା ଦର୍ଶାଇ ଗ୍ରାମର ଆଶାକର୍ମୀ ବିନୋଦିନୀ ଗିରିଙ୍କ ପୁଅ ପବିତ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଥିସହିତ କାର୍ଯ୍ୟର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ। ଏହାକୁ ନେଇ ସରପଞ୍ଚ କେଶବ ପାତ୍ର ଓ ପବିତ୍ରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଆଶାକର୍ମୀ ବିନୋଦିନୀ ଶନିବାର ସନ୍ଧ୍ୟାରେ ପୁଅ ପବିତ୍ରଙ୍କ ବାଇକ୍‌ରେ ବସି ସଙ୍ଗରୋଧ କେନ୍ଦ୍ରକୁ ଯାଉଥିଲେ। ଆଦିବାସୀ ପଡ଼ା ନିକଟରେ ସରପଞ୍ଚ କେଶବ ମା’ପୁଅଙ୍କୁ ଅଟକାଇ ଭିଡିଓ ରେକଡିଂ କାହିଁକି କରୁଥିଲୁ ବୋଲି ପବିତ୍ରଙ୍କୁ ପଚାରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କେଶବ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିବା ବିନୋଦିନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ବିନୋଦିନୀ ତାଙ୍କୁ ଅଟକାଇବାରୁ କେଶବ ତାଙ୍କ ହାତ ମୋଡି ଦେଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଆଶାକର୍ମୀଙ୍କ ପୁଅ ମଧ୍ୟ ଗାଳିଗୁଲଜ କରିଥିବା କେଶବ ପାଲଟା ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ସରପଞ୍ଚ ପାତ୍ର କହିଛନ୍ତି, ମଁୁ ଆକ୍ରମଣ କରିନାହିଁ। ମୋ ନାମରେ ମିଥ୍ୟା ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ପ୍ରଶାନ୍ତ ମାଝି କହିଛନ୍ତି, ଉଭୟଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?