ଆର୍‌ବିଏସ୍‌କେ ଦେଲା ନୂଅଁ। ଜୀବନ୍‌

 

ଲାଠୋର, ୧୪ା୩ (ଡି.ଏନ.ଏ.)-
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଁଚେତ୍‌ ସଦର ଗଁ। ର ଝନେ ଦିବ୍ୟାଙ୍ଗ ଛାତ୍ରୀ ସୁବିଧା ହଂସ(୧୨) ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାଯ୍‌କରମ(ଆର୍‌ବିଏସ୍‌କେ) ଜରିଆରେ ନୂତନ ଜୀବନ୍‌ ପାଇଥିବାର କହିଛନ୍‌।
ସୂଚନା ଅନ୍‌ସାରେ ଟଙ୍କପାଣି ଗଁ। ର ରାହାସ ହଂସ। ପରିବାର କହେଲେ ମାଏକିନା ଭାନୁମତୀ, ୨ ପୁଓ ବୈବସୁତ, ଲିଙ୍ଗରାଜ ଆର ୨ ଝି’ ନୃପତୀ, ସୁବିଧାକୁଁ ନେଇ ସଁସାର। ସାନ୍‌ ଝି’ ସୁବିଧା ଜନ୍‌ମୁ ଦୁରୁଷ୍‌ଟିହୀନ ଆଏ। ହେଲେ ତାକର ପାଠ୍‌ପଢ଼ାରେ ବହୁତ୍‌ ମନ୍‌। ସେଥିରଲାଗି ମା’ବାପ୍‌ ତାକର ନଁା ଗଁା ସ୍କୁଲରେ ଲେଖି ଦେଇଥିଲେ। ଏହେଦେ ସୁବିଧା ଗଁା ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପଢ଼ୁଛନ୍‌। ଝି’ର ଆଏଁଖ୍‌ ନାଇଁ ଦିଶବାର ଲାଗି ମା’ବାପ୍‌ ତାକର ଭବିଷତ୍‌ ଚିନ୍‌ତାରେ ହରମେଶା ଘାରି ହେଉଥିଲେ। ଅଭାବ ଅନାଟନ ଲାଗି ତାକର ଉଚ ଚିକିଛା ବି କରେଇ ନାଇଁ ପାରୁଥାଇ। ଇ ସମିଆରେ ସ୍କୁଲକେ ଖପ୍ରାଖୋଲ ମୋବାଇଲ ଡାକ୍‌ତରୀଦଲ ବାଲ୍‌ ସୁଆସ୍‌ତିଅ କାଯ୍‌କରମରେ ଯାଇଥିଲାବେଲେ ସୁବିଧାକୁଁ ଚିନ୍‌ହଁଟ କରିଥିଲେ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ତାକର ଅଁାଖି ପରୀକ୍ଷା କରାଯାଇଥିଲା। ପଛେ ତାହାକୁ ପରୀକ୍ଷା ଆର ଚିକିଛା ଲାଗି ଭୁବନେଶ୍ୱରର ଏଲ୍‌ଭି ପ୍ରସାଦ ଆଏଁଖ୍‌ ଡାକ୍‌ତରଖାନାକେ ନିଆଯାଇଥିଲା। ସେଠାନେ ଦୁଇ ଖେପ୍‌ କରି ତାକର ଆଏଁଖ୍‌ ଅପରେଶନ କରାଯାଇଥିଲା। ଏହେଦେ ସୁବିଧା ସବୁ ଫଟିକ ଦେଖି ପାରୁଥିଲାବେଲେ ସେ ଗୁଟେ ନୂଅଁା ଜୀବନ୍‌ ପାଇଥିବାର କହିଛନ୍‌। ଫିଦିନ ନିଜର ସାଂଗସାଥି ସଂଗେ ସ୍କୁଲ ଯାଉଛନ୍‌, ଖେଲ୍‌କୁଦ କରୁଛନ୍‌। ତାକର ଚିକିଛାର ସବୁ ଖରଚ୍‌ ରାଏଜ୍‌ ସରକାର ବହନ୍‌ କରିଛନ୍‌। ଇଥିରଲାଗି ସୁବିଧାକଁର ମା’ବାପ୍‌ ଡାକ୍‌ତରୀଦଲ ଆର ରାଏଜ୍‌ ସରକାରକୁଁ କୁରୁତ୍‌ କୁରୁତ୍‌ ହେଇ ଧଏନ୍‌ବାଦ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri