ଆରମ୍ଭରୁ ଡବଲ ରୋଲ୍‌

ନବାଗତା ସୁମନପ୍ରିୟାଙ୍କୁ ତାଙ୍କର ଡେବ୍ୟୁ ସିନେମାରେ ଡବଲ ରୋଲ୍‌ରେ ଦେଖିବାକୁ ମିଳିବ। ଅପରପକ୍ଷରେ ଏଭଳିି ଭିନ୍ନ ଭୂମିକା ଦ୍ୱୟର ସଫଳତାକୁ ନେଇ ବେଶ୍‌ ଆଶା ରଖିଛନ୍ତି ଏହି ନବାଗତା। ଏଥିରେ ତାଙ୍କୁ ବୈଶାଳୀ ଏବଂ ଦୀପାଳି ଭୂମିକାରେ ଦେଖିବାକୁ ମିଳିବ। ଏ ସମ୍ପର୍କରେ ସୁମନପ୍ରିୟା କହନ୍ତି, ”ବୈଶାଳୀ ଜଣେ ନିପଟ ମଫସଲ ଝିଅ ହୋଇଥିବା ବେଳେ ଦୀପାଳିର ଆଚାର ବ୍ୟବହାର ସମ୍ପୂର୍ଣ୍ଣ ଅଲଗା। ସେ ଜଣେ ମଡର୍ନ ଗର୍ଲ। ଏହି ଫିଲ୍ମର କାହାଣୀ ଜଣେ ନାରୀ ଉପରେ ଆଧାରିତ। ଯେହେତୁ ଏଥିରେ ମୋତେ ଡବଲ୍‌ ରୋଲ୍‌ ମିଳିଛି, ତେଣୁ ଏହା ଏକ ଚ୍ୟାଲେଞ୍ଜ ସଦୃଶ। ତା’ ସହ ଦର୍ଶକ ମୋ ପରିଶ୍ରମର ମୂଲ୍ୟ ବୁଝିବେ ବୋଲି ଆଶା ରହିଛି।“ ଅବଶ୍ୟ କ୍ୟାମେରା ସାମ୍‌ନା କରିବା ତାଙ୍କ ପାଇଁ ନୂଆ କଥା ନୁହେଁ। ଏହାପୂର୍ବରୁ ସେ ପ୍ରାୟ ୨୫ଟି ସମ୍ବଲପୁରୀ ଭିଡିଓ ଆଲବମ୍‌ରେ ଅଭିନୟ କରିଛନ୍ତି। ଏହା ସହ ରିଲିଜ୍‌ ଅପେକ୍ଷାରେ ଥିବା ସମ୍ବଲପୁରୀ ଚଳଚ୍ଚିତ୍ର ‘କୁକୁଡ଼ା ଚୋର’ର ନାୟିକା ମଧ୍ୟ ସାଜିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ଝାରବେଡା’ରେ ମଧ୍ୟ ଅଭିନୟ କରିଛନ୍ତି କେସିଙ୍ଗାରେ ଜନ୍ମିତା ସୁମନପ୍ରିୟା। ‘ବୈଶାଳୀ ପ୍ରଡକ୍ସନ ବ୍ୟାନରରେ ଶୁଟିଂ ଚାଲିଥିବା ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ସୁଧୀର କୁମାର ଏବଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଆଶୁତୋଷ (ବାବୁ ଦା’)। ସିନେମାରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। ଏହି ଫିଲ୍ମରେ ସୁମନପ୍ରିୟାଙ୍କ ଅପୋଜିଟ୍‌ରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ଅଭିଷେକ ରଥ। ଏମାନଙ୍କ ବ୍ୟତୀତ ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ପୃଥ୍ବୀରାଜ, ପ୍ରତିଭା ପଣ୍ଡା, ହରିହର ମହାପାତ୍ର, ରବି ମିଶ୍ର, ମନୀଷା ମିଶ୍ର, ଅସିତ୍‌ ପତି ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri