ଆରମ୍ଭରୁ ଡବଲ ରୋଲ୍‌

ନବାଗତା ସୁମନପ୍ରିୟାଙ୍କୁ ତାଙ୍କର ଡେବ୍ୟୁ ସିନେମାରେ ଡବଲ ରୋଲ୍‌ରେ ଦେଖିବାକୁ ମିଳିବ। ଅପରପକ୍ଷରେ ଏଭଳିି ଭିନ୍ନ ଭୂମିକା ଦ୍ୱୟର ସଫଳତାକୁ ନେଇ ବେଶ୍‌ ଆଶା ରଖିଛନ୍ତି ଏହି ନବାଗତା। ଏଥିରେ ତାଙ୍କୁ ବୈଶାଳୀ ଏବଂ ଦୀପାଳି ଭୂମିକାରେ ଦେଖିବାକୁ ମିଳିବ। ଏ ସମ୍ପର୍କରେ ସୁମନପ୍ରିୟା କହନ୍ତି, ”ବୈଶାଳୀ ଜଣେ ନିପଟ ମଫସଲ ଝିଅ ହୋଇଥିବା ବେଳେ ଦୀପାଳିର ଆଚାର ବ୍ୟବହାର ସମ୍ପୂର୍ଣ୍ଣ ଅଲଗା। ସେ ଜଣେ ମଡର୍ନ ଗର୍ଲ। ଏହି ଫିଲ୍ମର କାହାଣୀ ଜଣେ ନାରୀ ଉପରେ ଆଧାରିତ। ଯେହେତୁ ଏଥିରେ ମୋତେ ଡବଲ୍‌ ରୋଲ୍‌ ମିଳିଛି, ତେଣୁ ଏହା ଏକ ଚ୍ୟାଲେଞ୍ଜ ସଦୃଶ। ତା’ ସହ ଦର୍ଶକ ମୋ ପରିଶ୍ରମର ମୂଲ୍ୟ ବୁଝିବେ ବୋଲି ଆଶା ରହିଛି।“ ଅବଶ୍ୟ କ୍ୟାମେରା ସାମ୍‌ନା କରିବା ତାଙ୍କ ପାଇଁ ନୂଆ କଥା ନୁହେଁ। ଏହାପୂର୍ବରୁ ସେ ପ୍ରାୟ ୨୫ଟି ସମ୍ବଲପୁରୀ ଭିଡିଓ ଆଲବମ୍‌ରେ ଅଭିନୟ କରିଛନ୍ତି। ଏହା ସହ ରିଲିଜ୍‌ ଅପେକ୍ଷାରେ ଥିବା ସମ୍ବଲପୁରୀ ଚଳଚ୍ଚିତ୍ର ‘କୁକୁଡ଼ା ଚୋର’ର ନାୟିକା ମଧ୍ୟ ସାଜିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ଝାରବେଡା’ରେ ମଧ୍ୟ ଅଭିନୟ କରିଛନ୍ତି କେସିଙ୍ଗାରେ ଜନ୍ମିତା ସୁମନପ୍ରିୟା। ‘ବୈଶାଳୀ ପ୍ରଡକ୍ସନ ବ୍ୟାନରରେ ଶୁଟିଂ ଚାଲିଥିବା ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ସୁଧୀର କୁମାର ଏବଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଆଶୁତୋଷ (ବାବୁ ଦା’)। ସିନେମାରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମ୍‌ଦାର। ଏହି ଫିଲ୍ମରେ ସୁମନପ୍ରିୟାଙ୍କ ଅପୋଜିଟ୍‌ରେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି ଅଭିଷେକ ରଥ। ଏମାନଙ୍କ ବ୍ୟତୀତ ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ପୃଥ୍ବୀରାଜ, ପ୍ରତିଭା ପଣ୍ଡା, ହରିହର ମହାପାତ୍ର, ରବି ମିଶ୍ର, ମନୀଷା ମିଶ୍ର, ଅସିତ୍‌ ପତି ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?