ଆମ୍ବ ଦେବ ସୁନ୍ଦର ତ୍ୱଚା: ଏଥିରେପ୍ରସ୍ତୁତ ଫେସ୍‌ପ୍ୟାକ୍‌ ଆପଣଙ୍କୁ ସୁନ୍ଦର, ସଫା ଦେଖାଯିବାରେ କରିବ ସାହାଯ୍ୟ

ଖରାଦିନ ଆରମ୍ଭ ହେଉ ହେଉ ଫଳ ରାଜା ଆମ୍ବ ଆସିଯାଏ। ଆମ୍ବରେ ପ୍ରସ୍ତୁତ ଫେସ୍‌ପ୍ୟାକ୍‌ ଆପଣଙ୍କୁ ସୁନ୍ଦର ଏବଂ ସଫା ଦେଖାଯିବାରେ ସାହାଯ୍ୟକରେ। ତେବେ ଆସନ୍ତୁ, ଜାଣିବେ ଆମ୍ବରେ ପ୍ରସ୍ତୁତ ଫେସ୍‌ପ୍ୟାକ୍‌ ସମ୍ପର୍କରେ ….

ଆମ୍ବ ଦହି ଫେସ୍‌ପ୍ୟାକ୍‌
ଯଦି ଆପଣଙ୍କ ତ୍ୱଚା ଅଏଲି ହୋଇଥାଏ ଏହି ଫେସ୍‌ପ୍ୟାକ୍‌ ଭଲ କାମ ଦେଇଥାଏ। ପିଗ୍‌ମେଣ୍ଟେସନ ଓ ଟ୍ୟାନିଂ ଦୂରକରିବାରେ ଏହା ସାହାଯ୍ୟ କରିଥାଏ। ଏହି ପ୍ୟାକ୍‌ ପ୍ରସ୍ତୁତ କରିବାକୁ ହେଲେ ଆମ୍ବ ପଲ୍ପରେ ଦହି ଏକ ଚାମଚ ଓ ମହୁ ମିଶାନ୍ତୁ। ଏହାକୁ ଭଲଭାବେ ମିଶାଇ ମୁହଁରେ ମୋଟା ପରସ୍ତ ଲଗାନ୍ତୁ। ଏହାକୁ ମୁହଁରେ ୧୦ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ ଓ ପୁଣି ସଫା ପାଣିରେ ଭଲଭାବେ ଧୋଇଦିଅନ୍ତୁ।
ଆମ୍ବ ପଲ୍ପ ଫେସ୍‌ପ୍ୟାକ୍‌
ଯଦି ଆପଣଙ୍କ ରଙ୍ଗ ଏତେ ସଫା ନୁହେଁ, ତେବେ ଆମ୍ବର ଫେସ୍‌ପ୍ୟାକ୍‌ ବ୍ୟବହାର କରିପାରିବେ। ଆମ୍ବରୁ ରସ କାଢ଼ି ଏହି ରସକୁ ୨ରୁ ୩ମିନିଟ୍‌ ପର୍ଯ୍ୟନ୍ତ ହାଲ୍‌କା ଭାବେ ମସାଜ୍‌ କରନ୍ତୁ। କିଛି ସମୟ ମସାଜ କରିବା ପରେ ୫ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ମୁହଁକୁ ଏମିତି ଛାଡ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ମୁହଁକୁ ସଫା କରିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ତ୍ୱଚାରେ ଚମକ ଆସିବା ସହ ସଫା ଦେଖାଯିବେ। ଏହାର ଫଳାଫଳ ଭଲ ପାଇବାକୁ ହେଲେ ଦିନରେ ତିନିଥର କରନ୍ତୁ।
ଆମ୍ବ ଓ ବେସନ ପ୍ୟାକ୍‌
ଏହି ପ୍ୟାକ୍‌ ପ୍ରସ୍ତୁତ କରିବାକୁ ହେଲେ ଆମ୍ବରସ ,ଦୁଇ ଚାମଚ ବେସନ ଓ ଅଧା ଚାମଚ ମହୁ, କିଛି ପେସା ହୋଇଥିବା ପେସ୍ତା ବାଦାମ । ଏକ ପାତ୍ରରେ ଆମ୍ବରସ ପକାନ୍ତୁ, ଏହାପରେ ବେସନରେ ପେସା ହୋଇଥିବା ବାଦାମ ଓ ମହୁ ପକାନ୍ତୁ। ଏବେ ଏହାକୁ ମିଶାଇ ଭଲଭାବେ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟକୁ ଲଗାଇ ୧୦-୧୨ମିନିଟ୍‌ ପର୍ଯ୍ୟନ୍ତ ରଖି ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌କୁ ସପ୍ତାହରେ ଦୁଇଥର ଲଗାଇଲେ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri