ଆମ୍ବ ଦେବ ସୁନ୍ଦର ତ୍ୱଚା: ଏଥିରେପ୍ରସ୍ତୁତ ଫେସ୍‌ପ୍ୟାକ୍‌ ଆପଣଙ୍କୁ ସୁନ୍ଦର, ସଫା ଦେଖାଯିବାରେ କରିବ ସାହାଯ୍ୟ

ଖରାଦିନ ଆରମ୍ଭ ହେଉ ହେଉ ଫଳ ରାଜା ଆମ୍ବ ଆସିଯାଏ। ଆମ୍ବରେ ପ୍ରସ୍ତୁତ ଫେସ୍‌ପ୍ୟାକ୍‌ ଆପଣଙ୍କୁ ସୁନ୍ଦର ଏବଂ ସଫା ଦେଖାଯିବାରେ ସାହାଯ୍ୟକରେ। ତେବେ ଆସନ୍ତୁ, ଜାଣିବେ ଆମ୍ବରେ ପ୍ରସ୍ତୁତ ଫେସ୍‌ପ୍ୟାକ୍‌ ସମ୍ପର୍କରେ ….

ଆମ୍ବ ଦହି ଫେସ୍‌ପ୍ୟାକ୍‌
ଯଦି ଆପଣଙ୍କ ତ୍ୱଚା ଅଏଲି ହୋଇଥାଏ ଏହି ଫେସ୍‌ପ୍ୟାକ୍‌ ଭଲ କାମ ଦେଇଥାଏ। ପିଗ୍‌ମେଣ୍ଟେସନ ଓ ଟ୍ୟାନିଂ ଦୂରକରିବାରେ ଏହା ସାହାଯ୍ୟ କରିଥାଏ। ଏହି ପ୍ୟାକ୍‌ ପ୍ରସ୍ତୁତ କରିବାକୁ ହେଲେ ଆମ୍ବ ପଲ୍ପରେ ଦହି ଏକ ଚାମଚ ଓ ମହୁ ମିଶାନ୍ତୁ। ଏହାକୁ ଭଲଭାବେ ମିଶାଇ ମୁହଁରେ ମୋଟା ପରସ୍ତ ଲଗାନ୍ତୁ। ଏହାକୁ ମୁହଁରେ ୧୦ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ ଓ ପୁଣି ସଫା ପାଣିରେ ଭଲଭାବେ ଧୋଇଦିଅନ୍ତୁ।
ଆମ୍ବ ପଲ୍ପ ଫେସ୍‌ପ୍ୟାକ୍‌
ଯଦି ଆପଣଙ୍କ ରଙ୍ଗ ଏତେ ସଫା ନୁହେଁ, ତେବେ ଆମ୍ବର ଫେସ୍‌ପ୍ୟାକ୍‌ ବ୍ୟବହାର କରିପାରିବେ। ଆମ୍ବରୁ ରସ କାଢ଼ି ଏହି ରସକୁ ୨ରୁ ୩ମିନିଟ୍‌ ପର୍ଯ୍ୟନ୍ତ ହାଲ୍‌କା ଭାବେ ମସାଜ୍‌ କରନ୍ତୁ। କିଛି ସମୟ ମସାଜ କରିବା ପରେ ୫ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ମୁହଁକୁ ଏମିତି ଛାଡ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ମୁହଁକୁ ସଫା କରିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ତ୍ୱଚାରେ ଚମକ ଆସିବା ସହ ସଫା ଦେଖାଯିବେ। ଏହାର ଫଳାଫଳ ଭଲ ପାଇବାକୁ ହେଲେ ଦିନରେ ତିନିଥର କରନ୍ତୁ।
ଆମ୍ବ ଓ ବେସନ ପ୍ୟାକ୍‌
ଏହି ପ୍ୟାକ୍‌ ପ୍ରସ୍ତୁତ କରିବାକୁ ହେଲେ ଆମ୍ବରସ ,ଦୁଇ ଚାମଚ ବେସନ ଓ ଅଧା ଚାମଚ ମହୁ, କିଛି ପେସା ହୋଇଥିବା ପେସ୍ତା ବାଦାମ । ଏକ ପାତ୍ରରେ ଆମ୍ବରସ ପକାନ୍ତୁ, ଏହାପରେ ବେସନରେ ପେସା ହୋଇଥିବା ବାଦାମ ଓ ମହୁ ପକାନ୍ତୁ। ଏବେ ଏହାକୁ ମିଶାଇ ଭଲଭାବେ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟକୁ ଲଗାଇ ୧୦-୧୨ମିନିଟ୍‌ ପର୍ଯ୍ୟନ୍ତ ରଖି ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌କୁ ସପ୍ତାହରେ ଦୁଇଥର ଲଗାଇଲେ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri