ଆମେରିକା, ୟୁରୋପକୁ ରୁହାନିଙ୍କ ଧମକ: ଆଗକୁ ଭୟାବହ ପରିଣତି

ତେହେରାନ,୧୬ା୧: ୨୦୧୫ ଇରାନ ଆଣବିକ ଚୁକ୍ତିରୁ ଆମେରିକା ଓହରିଯିବା ଏକ ବଡ଼ ବିପଦ। ମଧ୍ୟପ୍ରାଚ୍ୟରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ସୈନ୍ୟ ମୁତୟନର ପରିଣାମ ଭୟଙ୍କର ହେବ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ହାସନ ରୁହାନି ଧମକ ଦେଇଛନ୍ତି।
ଦେଶର ସରକାରୀ ଟିଭି ଚ୍ୟାନେଲରେ ଏକ କ୍ରୋଧପୂର୍ଣ୍ଣ ଭାଷଣ ଦେଇ ରୁହାନି କହିଛନ୍ତି, ମଧ୍ୟପ୍ରାଚ୍ୟରେ ଆମେରିକାର ସୈନ୍ୟ ଆଦୌ ସୁରକ୍ଷିତ ନୁହନ୍ତି। ସେହିପରି ୟୁରୋପୀୟ ସୈନ୍ୟମାନଙ୍କ ପାଇଁ ମଧ୍ୟ ଆସନ୍ତା କାଲି ବଡ଼ ବିପଦ ସୃଷ୍ଟି ହୋଇପାରେ। ଆମେରିକା ତା’ର ପୂର୍ବ ଅପରାଧଗୁଡ଼ିକ ପାଇଁ ତେହେରାନକୁ କ୍ଷମାମାଗିବା ଉଚିତ। ଓ୍ବାଶିଂଟନ ସମ୍ପୃକ୍ତ ଅଞ୍ଚଳରେ ଅସ୍ଥିରତା ଓ ଅସୁରକ୍ଷା ସୃଷ୍ଟି ପାଇଁ ଉଦ୍ୟମ କରୁଥିବାରୁ ତୁରନ୍ତ ସେନା ପ୍ରତ୍ୟାହାର ନ କଲେ ପରିଣାମ ଭୋଗିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେହିପରି ୟୁରୋପୀୟ ସଂଘ (ଇୟୁ) ଆଣବିକ ଚୁକ୍ତିକୁ ନେଇ ନିଜ ପ୍ରତିଶ୍ରୁତି ପାଳନ କରୁ। ଇୟୁ ଏକ ସ୍ବାଧୀନ ବ୍ଲକ୍‌ ଭାବେ କାର୍ଯ୍ୟ କରିବାରେ ବିଫଳ ହୋଇଛି। ତେଣୁ ଇୟୁ ମଧ୍ୟ ଇରାନକୁ କ୍ଷମାମାଗିବା ଦରକାର। ଏହି ଅବସରରେ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କୁ ତାଚ୍ଛଲ୍ୟ କରିଛନ୍ତି। କାରଣ ବୋରିସ୍‌ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଏକ ନୂଆ ଆଣବିକ ଚୁକ୍ତି ପାଇଁ ପରାମର୍ଶ ଦେଇଥିଲେ। ଟ୍ରମ୍ପ୍‌ କେବେହେଲେ ନିଜ ପ୍ରତିଶ୍ରୁତି ରକ୍ଷା କରୁ ନ ଥିବାରୁ ବୋରିସ୍‌ଙ୍କ ପ୍ରସ୍ତାବ ହାସ୍ୟାସ୍ପଦ ବୋଲି କ୍ଷୁବ୍ଧ ରୁହାନି କହିଛନ୍ତି। ପ୍ରକାଶ ଯେ ଇରାକ ରାଜଧାନୀ ବାଗଦାଦସ୍ଥିତ ବିମାନବନ୍ଦରରେ ଗତ ୩ ତାରିଖରେ ଇରାନର କୁଦ୍‌ସ ଫୋର୍ସ କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ଆମେରିକା ଡ୍ରୋନ୍‌ ଆକ୍ରମଣରେ ହତ୍ୟା କରିଥିଲା। ସେବେଠୁ ଦୁଇଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା….ଦିଲ୍ଲୀ ଅଗ୍ନିକାଣ୍ଡରେ ୨୧ ମୃତ, ଜୀବନ ବଞ୍ଚାଇବା ପାଇଁ ଛୁଆଙ୍କୁ ଧରି ତୃତୀୟ ମହଲାରୁ ଡ଼େଇଁଲେ ମହିଳା

ନୂଆଦିଲ୍ଲୀ,୩ା୬: ବୁଧବାର ସକାଳେ ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗରରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଆଁରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ…

ଟିଏମସିରେ ବିଦ୍ରୋହ ଭିତରେ ମମତାଙ୍କ ବଡ଼ ଚାଲ! ଭାଙ୍ଗିଦେଲେ ଦଳର…

କୋଲକାତା,୩।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ଭିତରେ ସୃଷ୍ଟି ହୋଇଥିବା ତୀବ୍ର ବିଦ୍ରୋହକୁ ଦବାଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ମମତାଙ୍କୁ ଜୋରଦାର ଝଟ୍‌କା, ଋତବ୍ରତ ବାନାର୍ଜୀ ହେଲେ ଟିଏମସିର…

କୋଲକାତା,୩।୬: ବର୍ତ୍ତମାନ, ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ସୃଷ୍ଟି ହେଉଥିବା ଆଭ୍ୟନ୍ତରୀଣ ଅଶାନ୍ତି ପଶ୍ଚିମବଙ୍ଗ ରାଜନୀତିରେ ତୀବ୍ର ଆଲୋଚନାର ବିଷୟ। ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ,…

କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ୧୦ହଜାର କୋଟି….

ନୂଆଦିଲ୍ଲୀ, ୩।୬: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ମଧ୍ୟରେ, କେନ୍ଦ୍ର ସରକାର ବିମାନ ଚଳାଚଳ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସରକାର ୧୦,୦୦୦ କୋଟିର…

ପୋଖରୀରେ ଭାସୁଥିଲା ମହିଳାଙ୍କ ମୃତଦେହ, ଲୋକେ ଗାଧୋଇବାକୁ ଯିବାବେଳେ…

ବୈଶିଙ୍ଗା,୩ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ନିକଟସ୍ଥ ନୂଆସାହି ଗ୍ରାମ ପୋଖରୀରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ପେଟ୍ରୋଲ ପମ୍ପରେ କେତେ ଭିଡ଼ ଅଛି ଘରେ ବସି ଜାଣନ୍ତୁ, ମୋବାଇଲରେ ସର୍ଚ୍ଚ କରନ୍ତୁ ଏମିତି…

ନୂଆଦିଲ୍‌ଲୀ,୩।୬: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମୟ ବଞ୍ଚାଇବା ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଅନେକ ସମୟରେ ଗାଡ଼ିରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଗଲା…

ବଡ଼ଭାଇଙ୍କ ଶେଷକୃତ୍ୟ ପାଇଁ ନିଜ ଗାଁରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଅଶ୍ରୁଳ ଆଖିରେ ଭାଇଙ୍କୁ ବିଦାୟ ଦେଇ…

କେନ୍ଦୁଝର,୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପାଙ୍କ ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କ ଆକସ୍ମିକ ମୃତ୍ୟୁ ଘଟିବା ପରେ ତାଙ୍କ ନିଜ ଗାଁ କେନ୍ଦୁଝର ଜିଲାର ରାଇକଳାକୁ…

ମଞ୍ଚ ଉପରେ ଖାଲି ପାଦ…ହାତରେ ସମ୍ବିଧାନର କପି, ଏପରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର

ବେଙ୍ଗାଲୁରୁ,୩ା୬: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ବୁଧବାର ଦିନ ସେ କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri