ଆମେରିକା, ୟୁରୋପକୁ ରୁହାନିଙ୍କ ଧମକ: ଆଗକୁ ଭୟାବହ ପରିଣତି

ତେହେରାନ,୧୬ା୧: ୨୦୧୫ ଇରାନ ଆଣବିକ ଚୁକ୍ତିରୁ ଆମେରିକା ଓହରିଯିବା ଏକ ବଡ଼ ବିପଦ। ମଧ୍ୟପ୍ରାଚ୍ୟରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକର ସୈନ୍ୟ ମୁତୟନର ପରିଣାମ ଭୟଙ୍କର ହେବ ବୋଲି ବୁଧବାର ଇରାନ ରାଷ୍ଟ୍ରପତି ହାସନ ରୁହାନି ଧମକ ଦେଇଛନ୍ତି।
ଦେଶର ସରକାରୀ ଟିଭି ଚ୍ୟାନେଲରେ ଏକ କ୍ରୋଧପୂର୍ଣ୍ଣ ଭାଷଣ ଦେଇ ରୁହାନି କହିଛନ୍ତି, ମଧ୍ୟପ୍ରାଚ୍ୟରେ ଆମେରିକାର ସୈନ୍ୟ ଆଦୌ ସୁରକ୍ଷିତ ନୁହନ୍ତି। ସେହିପରି ୟୁରୋପୀୟ ସୈନ୍ୟମାନଙ୍କ ପାଇଁ ମଧ୍ୟ ଆସନ୍ତା କାଲି ବଡ଼ ବିପଦ ସୃଷ୍ଟି ହୋଇପାରେ। ଆମେରିକା ତା’ର ପୂର୍ବ ଅପରାଧଗୁଡ଼ିକ ପାଇଁ ତେହେରାନକୁ କ୍ଷମାମାଗିବା ଉଚିତ। ଓ୍ବାଶିଂଟନ ସମ୍ପୃକ୍ତ ଅଞ୍ଚଳରେ ଅସ୍ଥିରତା ଓ ଅସୁରକ୍ଷା ସୃଷ୍ଟି ପାଇଁ ଉଦ୍ୟମ କରୁଥିବାରୁ ତୁରନ୍ତ ସେନା ପ୍ରତ୍ୟାହାର ନ କଲେ ପରିଣାମ ଭୋଗିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେହିପରି ୟୁରୋପୀୟ ସଂଘ (ଇୟୁ) ଆଣବିକ ଚୁକ୍ତିକୁ ନେଇ ନିଜ ପ୍ରତିଶ୍ରୁତି ପାଳନ କରୁ। ଇୟୁ ଏକ ସ୍ବାଧୀନ ବ୍ଲକ୍‌ ଭାବେ କାର୍ଯ୍ୟ କରିବାରେ ବିଫଳ ହୋଇଛି। ତେଣୁ ଇୟୁ ମଧ୍ୟ ଇରାନକୁ କ୍ଷମାମାଗିବା ଦରକାର। ଏହି ଅବସରରେ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କୁ ତାଚ୍ଛଲ୍ୟ କରିଛନ୍ତି। କାରଣ ବୋରିସ୍‌ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଏକ ନୂଆ ଆଣବିକ ଚୁକ୍ତି ପାଇଁ ପରାମର୍ଶ ଦେଇଥିଲେ। ଟ୍ରମ୍ପ୍‌ କେବେହେଲେ ନିଜ ପ୍ରତିଶ୍ରୁତି ରକ୍ଷା କରୁ ନ ଥିବାରୁ ବୋରିସ୍‌ଙ୍କ ପ୍ରସ୍ତାବ ହାସ୍ୟାସ୍ପଦ ବୋଲି କ୍ଷୁବ୍ଧ ରୁହାନି କହିଛନ୍ତି। ପ୍ରକାଶ ଯେ ଇରାକ ରାଜଧାନୀ ବାଗଦାଦସ୍ଥିତ ବିମାନବନ୍ଦରରେ ଗତ ୩ ତାରିଖରେ ଇରାନର କୁଦ୍‌ସ ଫୋର୍ସ କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ଆମେରିକା ଡ୍ରୋନ୍‌ ଆକ୍ରମଣରେ ହତ୍ୟା କରିଥିଲା। ସେବେଠୁ ଦୁଇଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

ଜେଲ ପରିବର୍ତ୍ତେ ହାଉସ ଆରେଷ୍ଟ ହେଲେ ମ୍ୟାନମାର ନେତା ଆଙ୍ଗ ସାନ ସୁ କି, କାହିଁକିଁ ଏମିତି ନିଷ୍ପତ୍ତି ନେଲା ସେନା

ବ୍ୟାଙ୍ଗକକ,୧୭।୪: ମ୍ୟାନମାରର ମାନବାଧିକାର ଓକିଲ ଅଙ୍ଗ ସାନ ସୁ କି ଅନେକ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଏହି ସମୟରେ ଦେଶରେ ପ୍ରବଳ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri