ଆମେରିକା ସଂଘୀୟ କମିଶନଙ୍କ ସୁପାରିସ: ସିଏବି ପାସ୍‌ ହେଲେ ଶାହାଙ୍କ ଉପରେ କଟକଣା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୧ା୧୨(ପି.ଟି./ଆଇଏଏନ୍‌ଏସ୍‌): ଭାରତର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି) ଗୃହୀତ ହେଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ କଟକଣା ଜାରି କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା କମିଶନ (ୟୁଏସ୍‌ସିଆଇଆର୍‌ଏଫ୍‌) ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ଏହି ପ୍ରସଙ୍ଗ ଉପରେ ହସ୍ତକ୍ଷେପ କରିବା ଅଧିକାର ଆମେରିକୀୟ ସଂସ୍ଥାର ନାହିଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ସମାଲୋଚନା କରିଛି।
ସଂଶୋଧନ ବିଲ୍‌ ସୋମବାର ମଧ୍ୟରାତ୍ରିରେ ଲୋକ ସଭାରେ ଗୃହୀତ ହୋଇଛି। ବୁଧବାର ଉକ୍ତ ବିଲ୍‌ ରାଜ୍ୟ ସଭାରେ ଗୃହୀତ ହେବା ପରେ ଆଇନରେ ପରିଣତ ହେବ। ପ୍ରସ୍ତାବିତ ଆଇନାନୁସାରେ ପାକିସ୍ତାନ, ବାଂଲାଦେଶ ଓ ଆଫ୍‌ଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆସି ଏଠାରେ ଧାର୍ମିକ ଅତ୍ୟାଚାରର ଶିକାର ହେଉଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଭାରତରେ ଶରଣାର୍ଥୀ ଭାବେ ପରିଗଣିତ ହେବେ ନାହିଁ। ସେମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବ। ତେଣୁ ୟୁଏସ୍‌ସିଆଇଆର୍‌ଏଫ୍‌ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଉକ୍ତ ବିଲ୍‌ରେ ନିର୍ଦ୍ଦିଷ୍ଟ ଭାବେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ବାଦ୍‌ ଦିଆଯିବା ଦୁର୍ଭାଗ୍ୟଜନକ। ଏହି ବିଧେୟକ ଏକ ବିପଜ୍ଜନକ ଦିଗ ଦେଇ ଗତି କରୁଛି। ଏହା ଭାରତର ମହାନ୍‌ ଇତିହାସ, ଧର୍ମନିରପେକ୍ଷ ବହୁଳବାଦ ଓ ଭାରତୀୟ ସମ୍ବିଧାନର ପରିପନ୍ଥୀ।
ଯେ, ୧୯୯୮ରେ ଗଠିତ ୟୁଏସ୍‌ସିଆଇଆର୍‌ଏଫ୍‌ ହେଉଛି ଆମେରିକାର ଏକ ସ୍ବାଧୀନ ଦ୍ୱିଦଳୀୟ ସଂଘୀୟ ସରକାର କମିଶନ, ଯାହା ଅନ୍ତର୍ଜାତୀୟ ସ୍ତରରେ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରିଥାଏ। ୨୦୦୨ ଗୁଜରାଟ ଦଙ୍ଗା ପରିପ୍ରେକ୍ଷୀରେ ଏହି କମିଶନ ୨୦୦୫ରେ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କର ଭିଜା ପ୍ରତ୍ୟାହାର ପାଇଁ ଆମେରିକାକୁ ସୁପାରିସ କରିଥିଲା। ଅନ୍ୟପକ୍ଷରେ ବିଲ୍‌ ଉପରେ ୟୁଏସ୍‌ସିଆଇଆର୍‌ଏଫ୍‌ର ଏହି ମନ୍ତବ୍ୟ ଠିକ୍‌ ନୁହେଁ କି ଆବଶ୍ୟକ ମଧ୍ୟ ନୁହେଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଏକ ଖବରଦାତା ସମ୍ମିଳନୀରେ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri