ଆମେରିକା-ଇରାନ ଅଘୋଷିତ ଯୁଦ୍ଧ: କାହା ପାଖରେ ରହିଛି କେତେ ଅସ୍ତ୍ରଶସ୍ତ୍ର ?

ଓ୍ବାଶିଂଟନ/ତେହେରାନ,୮।୧: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଅଘୋଷିତ ଯୁଦ୍ଧ ନେଇ ଅନ୍ତର୍ଜାତୀୟ କ୍ଷେତ୍ରରେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଯଦି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଘୋଷଣା ହୁଏ ଏହାର ପ୍ରଭାବ ପୃଥିବୀର ପ୍ରତିଟି ଦେଶରେ ପଡ଼ିବ ବୋଲି କୁହାଯାଉଛି। ଏବେ ଦୁଇ ଦେଶର ସ୍ଥଳ,ଜଳ ଓ ବାୟୁସେନାର କେତେ ଶକ୍ତି ରହିଛି ଏବଂ ଉଭୟଙ୍କ ପାଖରେ ଥିବା ଯୁଦ୍ଧ ବିମାନ, ଯୁଦ୍ଧପୋତ ତଥା ଅସ୍ତ୍ରଶସ୍ତ୍ର ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆମେରିକା ପାଖରେ ୨୧ ଲକ୍ଷ ୪୧ ହଜାର ୯ଶହ ସୈନ୍ୟ ରହିଛନ୍ତି। ୧୨ ଲକ୍ଷ ୮୧ ହଜାର ୯ଶହ ସୈନ୍ୟ ସକ୍ରିୟ ଥିବା ବେଳେ ୮ ଲକ୍ଷ ୬୦ ହଜାର ରିଜର୍ଭ ସୈନ୍ୟ ରହିଛି। ସେହିପରି ୧୩ ହଜାର ୩ ଶହ ୯୮ ବିମାନ, ୨ ହଜାର ୩ ଶହ ୬୨ ଯୁଦ୍ଧ ବିମାନ, ୫ ହଜାର ୭ ଶହ ୬୦ ହେଲିକପ୍ଟର ରହିଛି। ଏହା ସହିତ ୬ ହଜାର ୨ ଶହ ୮୭ ଟ୍ୟାଙ୍କ୍‌, ୩୯ ହଜାର ୨ ଶହ ୨୩ ଯୁଦ୍ଧ ଯାନ, ୯ ଶହ ୯୨ ସ୍ବୟଂଚାଳିତ ତୋପ, ୮ ଶହ ୬୪ ଅନ୍ୟ ତୋପ, ୧ ହଜାର ୫୬ ରକେଟ ପ୍ରୋଜେକ୍ଟର ରହିଛି। ଆମେରିକା ପାଖରେ ୪ ଶହ ୧୫ ନାଭାଲ୍‌ ଆସେଟ୍‌, ୨୪ ଏୟାର କ୍ରାଫ୍ଟ କ୍ୟାରିଅର, ୨୨ ଫ୍ରିଗେଟ୍‌, ୬୮ ଡେଷ୍ଟ୍ରୟର, ୧୫ କୋର୍‌ବେଟସ୍‌, ୬୮ ସବମେରିନ୍‌, ୧୩ ପାଟ୍ରୋଲ ଭେସଲ୍‌ ରହିଛି। ସେହିପରି ଇରାନ୍‌ ପାଖରେ ୮ ଲକ୍ଷ ୭୩ ହଜାର ସୈନ୍ୟ ରହିଛନ୍ତି। ୫ ଲକ୍ଷ ୨୩ ହଜାର ସୈନ୍ୟ ସକ୍ରିୟ ଥିବା ବେଳେ ୩ ଲକ୍ଷ ୫୦ ହଜାର ରିଜର୍ଭ ସୈନ୍ୟ ରହିଛି। ସେହିପରି ଇରାନ ପାଖରେ ୫ ଶହ ୯ ବିମାନ, ଶହେ ୪୨ ଯୁଦ୍ଧ ବିମାନ, ଶହେ ୨୬ ହେଲିକପ୍ଟର ରହିଛି। ଏହା ସହିତ ହଜାରେ ୬ ଶହ ୩୪ ଟ୍ୟାଙ୍କ୍‌, ୨ ହଜାର ୩ ଶହ ୪୫ ଯୁଦ୍ଧ ଯାନ, ୫ ଶହ ୭୦ ସ୍ବୟଂଚାଳିତ ତୋପ, ୨ ହଜାର ୧ ଶହ ୨୮ ଅନ୍ୟ ତୋପ, ୧ ହଜାର ୯ ଶହ ରକେଟ ପ୍ରୋଜେକ୍ଟର ରହିଛି। ଇରାନ ପାଖରେ ୩ ଶହ ୯୮ ନାଭାଲ୍‌ ଆସେଟ୍‌, ୬ ଫ୍ରିଗେଟ୍‌, ୩ କୋର୍‌ବେଟସ୍‌, ୩୪ ସବମେରିନ୍‌, ୮୮ ପାଟ୍ରୋଲ ଭେସଲ୍‌ ରହିଛି। ଇରାନ୍‌ ପାଖରେ କୌଣସି ଡେଷ୍ଟ୍ରୟର ଏବଂ ଏୟାର କ୍ରାଫ୍ଟ କ୍ୟାରିଅର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?