ଆମେରିକାର ପ୍ରଥମ କରୋନା ମୃତକଙ୍କ ହୃତ୍‌ପିଣ୍ଡ ଫାଟିଯାଇଥିଲା

ନ୍ୟୁୟର୍କ,୩୦ା୪: ମହାମାରୀ କରୋନାର ସର୍ବାଧିକ ପ୍ରକୋପ ଆମେରିକାରେ ଦେଖିବାକୁ ମିଳୁଛି। ଅଦ୍ୟାବଧି ଦେଶରେ ପ୍ରାୟ ସାଢ଼େ ୧୦ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ୬୦ହଜାରରୁ ଊର୍ଦ୍ଧ୍ୱ ଆମେରିକୀୟଙ୍କ ଜୀବନ ଗଲାଣି। ହେଲେ ଆମେରିକାର ପ୍ରଥମ କରୋନା ମୃତ୍ୟୁ ହୃତ୍‌ପିଣ୍ଡ ଫାଟିଯିବା ଯୋଗୁ ଘଟିଥିବା ନେଇ ଏକ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ‘ଦ ମର୍କୁରି ନ୍ୟୁଜ୍‌’ରେ ପ୍ରକାଶିତ ଖବର ଅନୁଯାୟୀ, କାଲିଫର୍ନିଆର ସାନ୍‌ ଜୋସ୍‌ ସହରର ପାଟ୍ରିସିଆ ଦାଉଦ(୫୭) ଫ୍ଲୁରେ ପୀଡ଼ିତ ଥିବାବେଳେ ହୃଦ୍‌ଘାତଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ଗତ ଫେବୃୟାରୀ ୬ରେ ନିଜ ଘରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ତାଙ୍କ ମୃତ୍ୟୁ ହୃଦ୍‌ଘାତଜନିତ ବୋଲି ସମସ୍ତେ ଭାବିଥିଲେ। ହେଲେ ନିୟମିତ ବ୍ୟାୟମ କରିବା ସହ ଭଲ ସ୍ବାସ୍ଥ୍ୟ ଥିବାରୁ ଦାଉଦ୍‌ଙ୍କର ହୃଦ୍‌ଘାତରେ ମୃତ୍ୟୁ ହେବା କଥାକୁ ତାଙ୍କ ସ୍ବାମୀ ସହଜରେ ଗ୍ରହଣ କରିପାରି ନ ଥିଲେ। ଅନ୍ୟପକ୍ଷରେ ସେତେବେଳେ କାଲିଫର୍ନିଆରେ କରୋନା ମହାମାରୀର ସଂକ୍ରମଣ ଦେଖିବାକୁ ମିଳିସାରିଥିଲା। ତେଣୁ ଦାଉଦଙ୍କ ସ୍ବାମୀ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ଟେଷ୍ଟ କରାଯିବା ପରେ ଦାଉଦ୍‌ କରୋନା ସଂକ୍ରମିତ ଥିଲେ ବୋଲି ଜଣାପଡ଼ିଥିଲା। ତଦନୁଯାୟୀ ଏହାକୁ ଆମେରିକାର ପ୍ରଥମ କରୋନା ମୃତ୍ୟୁ ଭାବେ ଗଣତି କରାଯାଇଥିଲା।
ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ସୀମକ୍ଷା କରି ଫୋରେନସିକ୍‌ ପାଥୋଲୋଜିଷ୍ଟ ଜୁଡି ମେଲିନେକ୍‌ କହିଛନ୍ତି ଯେ, ରୋଗ ପ୍ରତିରୋଧକ ଶକ୍ତି ଏହି ଭୂତାଣୁ ଉପରେ ଆକ୍ରମଣ କରୁଥିଲା। ଭୂତାଣୁକୁ ଆକ୍ରମଣ କରିବା ଦ୍ୱାରା ତାହା ହୃତ୍‌ପିଣ୍ଡକୁ କ୍ଷତି ପହଞ୍ଚାଇଥିଲା। ମାଂସପେଶୀ ସଂକ୍ରମିତ ହୋଇଥିଲା। ଫଳରେ ହୃତ୍‌ପିଣ୍ଡ ଫାଟିଯାଇଥିଲା ବୋଲି ମେଲିନେକ୍‌ କହିଛନ୍ତି।
କାଲିଫର୍ନିଆର ସାନ୍ତା କ୍ଲାରା କଣ୍ଟ୍ରିରେ ଦାଉଦଙ୍କ ମୃତ୍ୟୁ ପରେ ଫେବୃୟାରୀ ୧୭ ଏବଂ ମାର୍ଚ୍ଚ ୬ରେ ଆଉ ୨ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ଏହି ୩ ମୃତ୍ୟୁ ସେହି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଯୋଗୁ ହୋଇଥାଇପାରେ ବୋଲି କୁହାଯାଉଛି। ସାନ୍ତା କ୍ଲାରା କଣ୍ଟ୍ରିର ସ୍ବାସ୍ଥ୍ୟ ଅଧିକାରୀ ଡା. ସାରା କୋଡି କହିଛନ୍ତି ଯେ, ଏହି ୩ଜଣଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥିଲା। ତେଣୁ ଆମେ ଭାବୁଛି ଯେ, ସେମାନେ ଗୋଷ୍ଠୀ ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ଫେବୃୟାରୀ ପ୍ରାରମ୍ଭରେ ସଂକ୍ରମଣ ବ୍ୟାପିଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri