ଆମେରିକାରେ ଭାରତୀୟ ବାପଝିଅ ଡାକ୍ତରଙ୍କ ମୃତ୍ୟୁ

ନ୍ୟୁୟର୍କ,୯ା୫: ଆମେରିକାର ନ୍ୟୁଜର୍ସିରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ବାପଝିଅଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଡା. ସତ୍ୟେନ୍ଦ୍ର ଦେବ ଖାନ୍ନା(୭୮) ଏବଂ ତାଙ୍କ ଝିଅ ଡା. ପ୍ରିୟା ଖାନ୍ନା(୪୩)। ସତ୍ୟେନ୍ଦ୍ର ଦୀର୍ଘବର୍ଷ ଧରି ନ୍ୟୁଜର୍ସିର ବିଭିନ୍ନ ହସ୍ପିଟାଲର ଶଲ୍ୟ ବିଭାଗରେ ଡାକ୍ତର ଓ ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ପ୍ରିୟା ଉଭୟ ଇଣ୍ଟରନାଲ ମେଡିସିନ ଏବଂ ନେଫ୍ରୋଲୋଜିରେ କୃତିତ୍ୱ ହାସଲ କରିଛନ୍ତି। ସେ ନ୍ୟୁଜର୍ସିର ଆର୍‌ଡବ୍ଲ୍ୟୁଜେ ବର୍ନବସ୍‌ ହେଲ୍‌ଥ ସଂସ୍ଥା ଅଧୀନ ୟୁନିୟନ ହସ୍ପିଟାଲରେ ଚିଫ୍‌ ଅଫ୍‌ ରେସିଡେଣ୍ଟସ୍‌ ଭାବେ କାର୍ଯ୍ୟ କରୁଥିଲେ। କରୋନା ରୋଗୀଙ୍କ ଚିକିତ୍ସା କରି ସେମାନେ ମଧ୍ୟ ସଂକ୍ରମିତ ହୋଇଯାଇଥିଲେ। ସତ୍ୟେନ୍ଦ୍ର କ୍ଲାରା ମାସ୍‌ ମେଡିକାଲ ସେଣ୍ଟରରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି, ଯେଉଁଠି ସେ ୩୫ ବର୍ଷ ଧରି କାର୍ଯ୍ୟ କରିଥିଲେ। ଝିଅ ପ୍ରିୟା ତାଙ୍କର ସମସ୍ତ ମେଡିକାଲ ଟ୍ରେନିଂ ନ୍ୟୁଜର୍ସିରେ କରିବା ପରେ ସାଉଥ୍‌ ଜର୍ସିର କୁପର ହେଲ୍‌ଥ ସିଷ୍ଟମ୍‌ରେ ନେଫ୍ରୋଲୋଜିରେ ଫେଲୋଶିପ୍‌ କରିଥିଲେ। ବାପାଙ୍କ ଭଳି ପ୍ରିୟା ମଧ୍ୟ କ୍ଲାରା ମାସ୍‌ ମେଡିକାଲରେ କାର୍ଯ୍ୟ କରିଥିଲେ ଏବଂ ସେହି ମେଡିକାଲରେ ହିଁ ତାଙ୍କର ମୃତ୍ୟୁ ଘଟିଛି। କରୋନା ରୋଗୀଙ୍କ ସେବାରେ ନିଜ ଜୀବନ ହାରିଦେଇଥିବା ଏହି ବାପଝିଅଙ୍କ ସେଠାକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ନ୍ୟୁଜର୍ସି ଗଭର୍ନର ଫିଲ୍‌ ମର୍ଫି କହିଛନ୍ତି। ସେମାନଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ବୋଲି ମର୍ଫି କହିବା ସହ ଉଭୟଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ସତ୍ୟେନ୍ଦ୍ର ଜଣେ ଭଦ୍ର, ଯତ୍ନବାନ ଏବଂ ଅଗ୍ରଣୀ ଚିକିତ୍ସିକ ଥିଲେ। ସେ ହେଉଛନ୍ତି ପ୍ରଥମ ସର୍ଜନ, ଯିଏକି ନ୍ୟୁଜର୍ସି ପ୍ରଦେଶରେ ଲାପ୍ରୋସ୍କୋପିକ୍‌ ସର୍ଜରୀ କରିଥିଲେ। ସହକର୍ମୀ ତାଙ୍କୁ ସବୁବେଳେ ମନେରଖିବେ ବୋଲ;ି ମର୍ଫି କହିଛନ୍ତି। ସେହିପରି ପ୍ରିୟା ୨ ଡାଏଲିସିସ୍‌ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହ ପରପିଢ଼ିର ଡାକ୍ତରମାନଙ୍କୁ ଶିକ୍ଷାଦାନ କରି ବିଶେଷ ଗୌରବର ଅଧିକାରିଣୀ ହୋଇପାରିଛନ୍ତି ବୋଲି ମର୍ଫି କହିଛନ୍ତି। ସତ୍ୟେନ୍ଦ୍ରଙ୍କ ସ୍ତ୍ରୀ କୋମଲିଶ୍‌ ଖାନ୍ନା ଜଣେ ଶିଶୁରୋଗ ବିଶେଷଜ୍ଞ। ଏହି ଦମ୍ପତିଙ୍କର ଆଉ ଦୁଇ ଝିଅ ସୁଗନ୍ଧା ଖାନ୍ନା ଓ ଅନିଷା ଖାନ୍ନା ମଧ୍ୟ ଡାକ୍ତର। ସୁଗନ୍ଧା ଜଣେ ଜରୁରିକାଳୀନ ଚିକିତ୍ସାଧିକାରୀ ଥିବାବେଳେ ଅନିଷା ହେଉଛନ୍ତି ଶିଶୁରୋଗ ବିଶେଷଜ୍ଞ। ଏହି ଚିକିତ୍ସିକ ପରିବାରର ଯନ୍ତ୍ରଣାକୁ ବ୍ୟକ୍ତ କରିହେବନି। ଏହି ପରିବାରକୁ ଯେତେ ସମବେଦନା ଜଣାଇଲେ ମଧ୍ୟ ତାହା କମ୍‌ ହେବ। କିନ୍ତୁ ସତ୍ୟେନ୍ଦ୍ର ଓ ପ୍ରିୟାଙ୍କ ସ୍ମୃତିରେ ଆମେ ଯଥାସମ୍ଭବ ଜୀବନରକ୍ଷା କରିବାକୁ ପ୍ରତିଶ୍ରୁତି ଦେଉଛି ବୋଲି ମର୍ଫି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri