ଆମେରିକାରେ ଭାରତୀୟ ବାପଝିଅ ଡାକ୍ତରଙ୍କ ମୃତ୍ୟୁ

ନ୍ୟୁୟର୍କ,୯ା୫: ଆମେରିକାର ନ୍ୟୁଜର୍ସିରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ବାପଝିଅଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଡା. ସତ୍ୟେନ୍ଦ୍ର ଦେବ ଖାନ୍ନା(୭୮) ଏବଂ ତାଙ୍କ ଝିଅ ଡା. ପ୍ରିୟା ଖାନ୍ନା(୪୩)। ସତ୍ୟେନ୍ଦ୍ର ଦୀର୍ଘବର୍ଷ ଧରି ନ୍ୟୁଜର୍ସିର ବିଭିନ୍ନ ହସ୍ପିଟାଲର ଶଲ୍ୟ ବିଭାଗରେ ଡାକ୍ତର ଓ ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ପ୍ରିୟା ଉଭୟ ଇଣ୍ଟରନାଲ ମେଡିସିନ ଏବଂ ନେଫ୍ରୋଲୋଜିରେ କୃତିତ୍ୱ ହାସଲ କରିଛନ୍ତି। ସେ ନ୍ୟୁଜର୍ସିର ଆର୍‌ଡବ୍ଲ୍ୟୁଜେ ବର୍ନବସ୍‌ ହେଲ୍‌ଥ ସଂସ୍ଥା ଅଧୀନ ୟୁନିୟନ ହସ୍ପିଟାଲରେ ଚିଫ୍‌ ଅଫ୍‌ ରେସିଡେଣ୍ଟସ୍‌ ଭାବେ କାର୍ଯ୍ୟ କରୁଥିଲେ। କରୋନା ରୋଗୀଙ୍କ ଚିକିତ୍ସା କରି ସେମାନେ ମଧ୍ୟ ସଂକ୍ରମିତ ହୋଇଯାଇଥିଲେ। ସତ୍ୟେନ୍ଦ୍ର କ୍ଲାରା ମାସ୍‌ ମେଡିକାଲ ସେଣ୍ଟରରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି, ଯେଉଁଠି ସେ ୩୫ ବର୍ଷ ଧରି କାର୍ଯ୍ୟ କରିଥିଲେ। ଝିଅ ପ୍ରିୟା ତାଙ୍କର ସମସ୍ତ ମେଡିକାଲ ଟ୍ରେନିଂ ନ୍ୟୁଜର୍ସିରେ କରିବା ପରେ ସାଉଥ୍‌ ଜର୍ସିର କୁପର ହେଲ୍‌ଥ ସିଷ୍ଟମ୍‌ରେ ନେଫ୍ରୋଲୋଜିରେ ଫେଲୋଶିପ୍‌ କରିଥିଲେ। ବାପାଙ୍କ ଭଳି ପ୍ରିୟା ମଧ୍ୟ କ୍ଲାରା ମାସ୍‌ ମେଡିକାଲରେ କାର୍ଯ୍ୟ କରିଥିଲେ ଏବଂ ସେହି ମେଡିକାଲରେ ହିଁ ତାଙ୍କର ମୃତ୍ୟୁ ଘଟିଛି। କରୋନା ରୋଗୀଙ୍କ ସେବାରେ ନିଜ ଜୀବନ ହାରିଦେଇଥିବା ଏହି ବାପଝିଅଙ୍କ ସେଠାକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ନ୍ୟୁଜର୍ସି ଗଭର୍ନର ଫିଲ୍‌ ମର୍ଫି କହିଛନ୍ତି। ସେମାନଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ବୋଲି ମର୍ଫି କହିବା ସହ ଉଭୟଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ସତ୍ୟେନ୍ଦ୍ର ଜଣେ ଭଦ୍ର, ଯତ୍ନବାନ ଏବଂ ଅଗ୍ରଣୀ ଚିକିତ୍ସିକ ଥିଲେ। ସେ ହେଉଛନ୍ତି ପ୍ରଥମ ସର୍ଜନ, ଯିଏକି ନ୍ୟୁଜର୍ସି ପ୍ରଦେଶରେ ଲାପ୍ରୋସ୍କୋପିକ୍‌ ସର୍ଜରୀ କରିଥିଲେ। ସହକର୍ମୀ ତାଙ୍କୁ ସବୁବେଳେ ମନେରଖିବେ ବୋଲ;ି ମର୍ଫି କହିଛନ୍ତି। ସେହିପରି ପ୍ରିୟା ୨ ଡାଏଲିସିସ୍‌ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହ ପରପିଢ଼ିର ଡାକ୍ତରମାନଙ୍କୁ ଶିକ୍ଷାଦାନ କରି ବିଶେଷ ଗୌରବର ଅଧିକାରିଣୀ ହୋଇପାରିଛନ୍ତି ବୋଲି ମର୍ଫି କହିଛନ୍ତି। ସତ୍ୟେନ୍ଦ୍ରଙ୍କ ସ୍ତ୍ରୀ କୋମଲିଶ୍‌ ଖାନ୍ନା ଜଣେ ଶିଶୁରୋଗ ବିଶେଷଜ୍ଞ। ଏହି ଦମ୍ପତିଙ୍କର ଆଉ ଦୁଇ ଝିଅ ସୁଗନ୍ଧା ଖାନ୍ନା ଓ ଅନିଷା ଖାନ୍ନା ମଧ୍ୟ ଡାକ୍ତର। ସୁଗନ୍ଧା ଜଣେ ଜରୁରିକାଳୀନ ଚିକିତ୍ସାଧିକାରୀ ଥିବାବେଳେ ଅନିଷା ହେଉଛନ୍ତି ଶିଶୁରୋଗ ବିଶେଷଜ୍ଞ। ଏହି ଚିକିତ୍ସିକ ପରିବାରର ଯନ୍ତ୍ରଣାକୁ ବ୍ୟକ୍ତ କରିହେବନି। ଏହି ପରିବାରକୁ ଯେତେ ସମବେଦନା ଜଣାଇଲେ ମଧ୍ୟ ତାହା କମ୍‌ ହେବ। କିନ୍ତୁ ସତ୍ୟେନ୍ଦ୍ର ଓ ପ୍ରିୟାଙ୍କ ସ୍ମୃତିରେ ଆମେ ଯଥାସମ୍ଭବ ଜୀବନରକ୍ଷା କରିବାକୁ ପ୍ରତିଶ୍ରୁତି ଦେଉଛି ବୋଲି ମର୍ଫି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍ସର ରୋଗରେ ମୃତ ପରିବାରଙ୍କୁ ଭେଟିଲେ ବିଧାୟକ, ଶେଷ ଦର୍ଶନ ସହ କରିବା ସହ…

ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ ): ଅସହାୟ, ଅବହେଳିତ ହେଉ ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଯାଇଥାନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।…

କାହିିଁକି ଇସ୍ତଫା ଦେବେ ସିଦ୍ଦାରାମାୟା, ଜଣାପଡିଲା ଅସଲ କାରଣ, କଂଗ୍ରେସ ଖେଳିଲା ବଡ଼ ଚାଲ୍‌

ନୂଆଦିଲ୍ଲୀ, ୨୭।୫: କଂଗ୍ରେସ ଦଳ କର୍ନାଟକରେ ଦୀର୍ଘ ଦିନ ଧରି ଚାଲିଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରାୟ ସମାଧାନ କରିସାରିଛି। ଦୀର୍ଘ ସମୟ ଧରି ଦୁଇ ଶକ୍ତିଶାଳୀ ନେତା,…

ଆଜି ଢିଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଶିଳ୍ପ ଉନ୍ନତିରେ ଏକ ବଡ଼ ପଦକ୍ଷେପ

ଭୁବନେଶ୍ୱର,୨୭।୫:  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଜଗତସିଂହପୁର ଜିଲାର ଢିଙ୍କିଆ ଗସ୍ତ କରିବେ। ସେଠାରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ

ଥିରୁଭାନନ୍ତପୁରମ,୨୭।୫:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଇଡି ପିନାରାଇ…

ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ! ଧର୍ମଘଟ ଘୋଷଣା କଲେ…

ନୂଆଦିଲ୍ଲୀ, ୨୭।୫: ଜୁନ ୧ ତାରିଖରେ ମିଳିବନି ପେଟ୍ରୋଲ-ଡିଜେଲ । ରାଜସ୍ଥାନର ପେଟ୍ରୋଲ ପମ୍ପ ଅପରେଟରମାନେ ଜୁନ ୧ ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି। ପେଟ୍ରୋଲିୟମ…

ଇରାନ-ଆମେରିକା ଯୁଦ୍ଧ ସମ୍ପର୍କରେ ପୁଣିଥରେ ଆସିଲା ଅଶୁଭ ସଙ୍କେତ: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ, ୨୭।୫: ବିଶ୍ୱ ପୁଣିଥରେ ଏପରି ଏକ ସନ୍ଧିରେ ପଡ଼ିଥିବା ପରି ମନେ ହେଉଛି ଯେଉଁଠାରେ ଏକ ଛୋଟ ଚିଙ୍ଗାରି ମଧ୍ୟ ସମଗ୍ର ମଧ୍ୟପ୍ରାଚ୍ୟକୁ ଜଳାଇ ପାରେ।…

ରାଜଧାନୀରେ ଏନ୍‌କାଉଣ୍ଟର୍: ଡ୍ରଗ୍ସ ଡିଲ୍‌ ବେଳେ ବାଜିଲା ଗୁଳି , କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍ ମାଝୀ ଗୁରୁତର

ଭୁବନେଶ୍ୱର,୨୭।୫:ରାଜଧାନୀରେ ଏନ୍‌କାଉଣ୍ଟର। ସକାଳୁ ସକାଳୁ ବାଜିଲା ଗୁଳି। ରାଜଧାନୀରେ କମିଶନରେଟ୍‌ ପୋଲିସ୍‌ ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଡ୍ରଗ୍ସ ମାଫିଆ…

ତୋରଣ ନିର୍ମାଣରେ ଅନିୟମିତତା ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଥାନାଛକ ସମ୍ମୁଖରେ ନିର୍ମିତ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ତୋରଣ ଭାଙ୍ଗିଯିବା ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ନିମ୍ନମାନର କାମ ହୋଇଥିବା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri