Posted inଖେଳ

ଆମନ୍ତ୍ରଣୀୟ ଟେନିସ ଟୁର୍ନାମେଣ୍ଟ ଖେଳିବେ ଆଣ୍ଡ୍ରେସ୍କୁ, କେନିନ୍‌

ମାୟାମି, ୨୪ା୫ (ଏଏଫ୍‌ପି)-ସାଉଥ୍‌ କାରୋଲିନାର ଚାର୍ଲଷ୍ଟନଠାରେ ଜୁନ୍‌ରେ ଏକ ଆମନ୍ତ୍ରଣୀୟ ମହିଳା ଟେନିସ୍‌ ଟୁର୍ନାମେଣ୍ଟ ହେବ। ଏଥିରେ ଗ୍ରାଣ୍ଡସ୍ଲାମ ବିଜୟିନୀ ବାଏଙ୍କା ଆଣ୍ଡ୍ରେସ୍କୁ ଓ ସୋଫିଆ କେନିନ୍‌ ଆକର୍ଷଣ କେନ୍ଦ୍ର ବିନ୍ଦୁ ହେବେ। ଟେନିସ ଚ୍ୟାନେଲ ଇଭେଣ୍ଟର ସିଧାପ୍ରସାରଣ କରିବ। ଏଥିରେ ମୋଡ ୧୬ଜଣ ଡବ୍ଲ୍ୟୁଟିଏ ଖେଳାଳି ଭାଗ ନେବେ। ସେମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯିବ। ଇଭେଣ୍ଟରେ ମୋଟ ୧୬ ସିଙ୍ଗଲ୍ସ ମ୍ୟାଚ ଓ ୮ଟି ଡବଲ୍ସ ଖେଳାଯିବ। ଟୁର୍ନାମେଣ୍ଟ ଜୁନ୍‌ ୨୩ରୁ ଆରମ୍ଭ ହେବ। କରୋନାଭାଇରସ୍‌ ମହାମାରୀ ଯୋଗୁ ଫ୍ରେଞ୍ଚ୍‌ ଓପନ ସସ୍‌ପେଣ୍ଡ ହୋଇଛି। ଓ୍ବିମ୍ବେଲଡନ ବାତିଲ ହୋଇଛି। ଏଟିପି ଓ ଡବଲ୍‌ୟୁଟିଏ ଟୁର୍‌ ଶଟ୍‌ ଡାଉନ୍‌ ପରେ ଏହା ସବୁଠାରୁ ବଡ଼ ଟେନିସ ଇଭେଣ୍ଟ ବୋଲି କୁହାଯାଉଛି। କାନାଡାର ଆଣ୍ଡ୍ରେସ୍କୁ ହେଉଛନ୍ତି ୟୁଏସ୍‌ ଓପନ ଚାମ୍ପିୟନ। ଅନ୍ୟପକ୍ଷରେ କେନିନ୍‌ ହେଉଛନ୍ତି ଅଷ୍ଟ୍ରେଲିଆନ ଓପନ ବିଜୟିନୀ। ଆମେରିକାର ମାଡିସନ କିଜ୍‌ ଓ ବେଥାନି ମ୍ୟାଟେକ୍‌-ସ୍ୟାଣ୍ଡ୍ସ ଦୁଇ ଦଳ ଅଧିନାୟିକା ରହିବେ। ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଭିକ୍ଟୋରିଆ ଆଜାରେଙ୍କା, ୨୦୧୭ ୟୁଏସ୍‌ ଓପନ୍‌ ଚାମ୍ପିୟନ ସ୍ଲୋଏନ୍‌ ଷ୍ଟିଫେନ୍ସ ଏବଂ ୨୦୧୬ ଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ମୋନିକା ପୁଇଗ୍‌ ମଧ୍ୟ ଏହି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଚାର୍ଲଷ୍ଟନ ବହୁଦିନ ହେଲା ଏକ ଡବ୍ଲ୍ୟୁଟିଏ ଇଭେଣ୍ଟ ଆୟୋଜନ କରିଆସୁଛି। ଚଳିତ ବର୍ଷ ଏହି ଇଭେଣ୍ଟ ଏପ୍ରିଲ ୬ରୁ ୧୨ ପର୍ଯ୍ୟନ୍ତ ଖେଳାଯାଇଥାନ୍ତା। ମାତ୍ର କୋଭିଡ୍‌-୧୯ ଯୋଗୁ ଏହାକୁ ବାତିଲ କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri