Posted inଫୁରସତ

ଆବୁଧାବିରେ ହେବ ସର୍ବ ବୃହତ୍‌ ଆକ୍ୱାରିୟମ୍‌

ଆବୁଧାବି: ଆବୁଧାବିରେ ନିର୍ମାଣାଧୀନ ମଧ୍ୟପ୍ରାଚ୍ୟର ବୃହତ୍ତମ ଆକ୍ୱାରିୟମକୁ ୨୦୧୯ରେ ହିଁ ସମ୍ପୂର୍ଣ୍ଣ କରାଯିବ। ଅଲ୍‌ କ୍ୱାନା(ୟୁଏଇ) ର ଏହି ୭,୦୦୦ ବର୍ଗ ମିଟର ପରିମିତ ଆକ୍ୱାରିୟମର ୧୦ଟି ଜୋନ୍‌ ରହିବ। ଏଠାକୁ ବର୍ଷକୁ ୧ ମିଲିଅନ୍‌ ପର୍ଯ୍ୟଟକ ଆସିବେ ବୋଲି ଆକଳନ କରାଯାଇଛି। ଏହି ଆକ୍ୱାରିୟମରେ ୩୩,୦୦୦ରୁ ଊର୍ଦ୍ଧ୍ୱ ସାମୁଦ୍ରିକ ଜୀବ ରହିବେ। ଲୋକମାନେ ଏହା ସମ୍ବନ୍ଧରେ ବହୁ ତଥ୍ୟ ପାଇବାକୁ ସକ୍ଷମ ହେବେ। ବିଶ୍ୱର ବଛା ବଛା ୮୦ ଜଣ ମେରାଇନ ଏକ୍ସପର୍ଟ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ଏହାର ନିର୍ମାଣ ଶେଷ ହେବା ପରେ ଶିକ୍ଷା କ୍ଷେତ୍ରରେ ଏହା ମୁଖ୍ୟ ଭୂମିକା ନେବ ବୋଲି କୁହାଯାଉଛି। ଏହି ଆକ୍ୱାରିୟମକୁ ବର୍ଷକୁ ୫୦, ୦୦୦ ସ୍କୁଲ ପିଲା ବୁଲି ଦେଖି ସେଠାରେ ସାମୁଦ୍ରିକ ଜୀବ ସମ୍ବନ୍ଧରେ ଅନେକ କିଛି ଶିଖିପାରିବେ । ପ୍ରଶାନ୍ତ ମହାସାଗର ଅଞ୍ଚଳ ତଥା ଅମାଜନର ମଧୁର ଜଳ ଏବଂ ମେରୁ ଅଞ୍ଚଳର ବହୁ ଜୀବଙ୍କୁ ବି ଏଠାରେ ଦେଖିବାକୁ ମିଳିବ। ନ୍ୟାଶନାଲ ଆକ୍ୱାରିୟମର କେନ୍ଦ୍ର ଭାଗରେ ୟୁଏଇ ଓ ଆରବିୟନ ଗଲ୍ଫର ବହୁ ସାମୁଦ୍ରିକ ଜୀବଙ୍କ ସମ୍ପର୍କରେ ଶିକ୍ଷା ଲାଭ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?