Posted inଜାତୀୟ

ରାଜ୍ୟ ସଭାରେ ‘ଟ୍ରିପଲ୍‌ ତଲାକ୍‌’ ବିଲ ପାସ୍‌

ନୂଆଦିଲ୍ଲୀ,୩୦।୭: ଲୋକ ସଭା ପରେ ଏବେ ରାଜ୍ୟ ସଭାରେ ପାରିତ ହେଲା ‘ଟ୍ରିପଲ୍‌ ତଲାକ୍‌ ବିଲ୍‌’। ଭୋଟିଂ ଡିଭିଜନ ଜରିଆରେ ମୁସଲମାନ ମହିଳାଙ୍କ ବିବାହ ସମ୍ପର୍କିତ ଏହି ବିଲ୍‌ ମଙ୍ଗଳବାର ପାସ୍‌ ହୋଇଛି। ବିଲ୍‌ ସପକ୍ଷରେ ଗୃହରେ ୯୯ ସଦସ୍ୟ ମତଦାନ କରିଥିବା ବେଳେ ବିିପକ୍ଷରେ ୮୪ଜଣ ମତଦାନ କରିଥିଲେ। ତେବେ ବିଲ୍‌ ପାରିତ ହେବା ଫଳରେ ମୁସଲିମ୍‌ ମହିଳାମାନଙ୍କୁ ତିନି ତଲାକ କହିବା ଅଥବା ଫୋନ୍‌ କଲ୍‌, ଚିଠି ମାଧ୍ୟମରେ ତଲାକ ଦେବା ବେଆଇନ ହେବ। ଏଥିଯୋଗୁ ଜଣଙ୍କ ଉପରେ ଫୌଜଦାରି ମାମଲା ରୁଜୁ ହେବା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ।

ପ୍ରକାଶଯୋଗ୍ୟ, ରାଜ୍ୟ ସଭାରେ ତିନି ତଲାକ୍‌ ବିଲ୍‌ ଉପରେ ତର୍କ ବିତର୍କ ଜାରି ରହିଥିବା ବେଳେ ଏହାକୁ ବିରୋଧ କରି ଜେଡିୟୁ ସଦସ୍ୟମାନେ ଗୃହତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ

ପୁରୀ,୨୭ା୭ (ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…

ସମୁଦ୍ର ପଥ ପୁଣି ଅଶାନ୍ତ! ଜାହାଜ ଉପରେ ଆକ୍ରମଣ ପରେ, ଇରାନର ବଡ଼ ଚେତାବନୀ

ତେହରାନ,୨୭।୭: କାସ୍ପିଆନ ସାଗରରେ ଏକ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଇରାନ ଏବଂ ୟୁକ୍ରେନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନ ୟୁକ୍ରେନକୁ କଡ଼ା…

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

ପ୍ରତିବାଦରେ ଉପହାସ

ବିଶ୍ୱବିଖ୍ୟାତ ଔପନ୍ୟାସିକ ଚେକୋସ୍ଲୋଭାକିଆର ମିଲାନ କୁଣ୍ଡେରା ଅନେକ ବର୍ଷ ପୂର୍ବେ କହିଥିଲେ- ଯେତେବେଳେ କ୍ଷମତାରେ ଥିବା ଶକ୍ତିଶାଳୀ ଲୋକଙ୍କୁ ଦେଖି ସାଧାରଣ ନାଗରିକ ଉପହାସ କରିଥାନ୍ତି, ସେତେବେଳେ…

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri