ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଡିଲେଶ୍ୱରୀ

ସମ୍ବଲପୁର,୩ା୧୨(ବ୍ୟୁରୋ)- କେନ୍ଦ୍ର ସରକାର ଭିନେ ଭିନେ ସରକାରୀ ଯୋଜନାରେ ଦୁରନୀତି ବଁଦ୍‌ କରବାକେ ସାରାଦେଶରେ ଆଧାର କାର୍ଡ ଲାଗୁକରିଛନ୍‌। ସରକାରୀ ଯୋଜନାରେ ସେବା ପାଇବାର ଲାଗି ହେଲେ ଆଧାର କାର୍ଡ ନିହାତି ଜରୁରୀ କରାଯାଇଛେ। ହେଲେ ସରକାରୀ ଯୋଜନାରେ ଆଧାର କାର୍ଡ ଜରୁରୀ କଲାଦିନୁ ଅନେକ ହକ୍‌ଦାର ହିତାଧିକାରୀ ସରକାରୀ ଯୋଜନାରୁ ବାଦ୍‌ ପଡ଼ୁଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସମ୍ବଲପୁର ମହାନଗର ନିଗମ ବୁଢ଼ାରଜା ରାମଗଡ଼ ପଡ଼ାରେ।
ସୂଚନା ହିସାବେ ଯୁଯୁମୁରା ବ୍ଲକ ସେସୁଆତଲ ଗଁାର ମୂଲ ବାସିନ୍‌ଦା ପରମେଶ୍ୱର ସାହୁ। ସେ ପେଟ୍‌ପାଟନାର ଲାଗି କୁଟୁମବସିଆ ଆସି ସମ୍ବଲପୁର ବୁଢ଼ାରଜା ରାମଗଡ଼ ପଡ଼ାରେ ରହୁଛନ୍‌। ପରମେଶ୍ୱରକଁର ପରିବାର କହେଲେ ମାଏକିନା ଆରତି ଆର ଦିବ୍ୟାଙ୍ଗ ଝି’ ଡିଲେଶ୍ୱରୀ ସାହୁ(୧୪)। ସେ ଝନେ ମାନସିକ୍‌ ଆର ଶାରୀରିକ ଦିବ୍ୟାଙ୍ଗ ଆଏ। ମା’ବାପ୍‌ ଅନେକ ଥର ଚେଷ୍‌ଟା କଲା ଉତାରୁ ବି ତାକର ଆଧାର କାର୍ଡ ତିଆର ହେଇ ନାଇଁପାରବାର। ଘର ଖଁଡ଼େ ଆର ଚାଉଲ ୩୫ କେ.ଜି. ଲାଗି ପରଶାସନକେ ଯେତେ ଗୁହାରପାତ କଲେ ବି ଆଧାର କାର୍ଡ ନଁାଇଁନ ବଲି ଫିରେଇ ଦେଉଛନ୍‌। ଏହେଦେ ଆବାସ ଯୋଜନାରେ ଘର ଖେଁଡ଼େ ପାଏବାର ଲାଗି ଆଧାର କାର୍ଡ ବାଧକ ସାଜିଛେ ବଲି ଡିଲେଶ୍ୱରୀକଁର ମା’ ଆରତି ଜିଲାପାଳକଁର ଅଭିଯୋଗ ଶୁନାନିକେ ଆସିଥିଲାବେଲେ କହିଛନ୍‌। ସେ ଆହୁରି କହିଛନ୍‌ ଯେ ପିଲା ଦିନୁ ମୋର ଝି’ ଏନ୍‌ତା ହେଇ ରହିଛେ। ଯେତେ ଚିକିଛା କଲେ ବି ଭଲ ନାଇଁ ହେବାର। ଆମେ ଗରିବ୍‌ ଲୋକ ସେଥିରଲାଗି ଚଲବାରେ ବଡ଼ା ଅସ୍‌ବିଧା ହେଉଛେ। ଝି’କେ ୭ ଟଁକା ଭତା ଆର ୨୫ କେ.ଜି. ଚାଉଲ ମିଲୁଛେ। ହେଲେ ୩୫ କେ.ଜି. ଚାଉଲ ହେଲେ ଭଲ ହେତା। ମୋର ଆପ୍‌ନେ ପରମେଶ୍ୱର ଗୁଟେ ମୋଟର ଗ୍ୟାରେଜରେ କାମ୍‌ କରୁଛନ୍‌। ସେ ଯାହା ରୁଜଗାର କରୁଛନ୍‌ ସେଟା ପେଟ୍‌କେ ଅଁଟ୍‌ଲେ ଦିହିକେ ନାଇଁ। ମୋତେ ସବୁବେଲେ ଝି’ର ଦେଖ୍‌ଭାଲ, ସେବା ଯତନ କରବାକେ ପଡ଼ୁଛେ। ସେଥିରଲାଗି ମୁଇଁ ବାହାରକେ କାମ୍‌ବୁତା କରବାକେ ଯାଇ ନାଇଁପାରବାର। ଏହେଦେ ଆମେ ଗୁଟେ କୁରିଆ ଘରେ ରହୁଛୁଁ। ଆମର ପରିସ୍ଥିତି ଯାହା ଜୀବନ୍‌ରେ ଘର ଖଁଡ଼େ ତିଆରି ପାରମୁ କି ନାଇଁ କେଯାନେ। ସହରରେ ଆମର ନଁାରେ ଜମିବାଡ଼ି ନଁାଇଁନ। ହେଲେ ଗଁାରେ ଘରବାରି ଜମି ଖଁଡେ ଅଛେ। ସେଠାନେ ପ୍ରଧାନମନ୍ତ୍ରୀ ଆବାସ ହେଉ କି ବିଜୁ ପକ୍କାଘର ଯୋଜନାରେ ଘର ଖଁଡ଼େ ଦେବାକେ ଜିଲାପାଳକୁଁ ଗୁହାରି କରବାକେ ଆସିଥିଲୁଁ ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?