ଆବଶ୍ୟକତା ଠାରୁ କମ ବର୍ଷା: ଖରିଫ ଚାଷ କ୍ଷତିଗ୍ରସ୍ତ; ଚିନ୍ତାରେ ଚାଷୀ

ଝୁମ୍ପୁରା, ୨।୮ (ଡି.ଏନ.ଏ.)-ଆବଶ୍ୟକତାଠାରୁ ବର୍ଷାର ପରିମାଣ ଖୁବ କମ ରହିଥିବାରୁ ଝୁମ୍ପୁରା ବ୍ଲକରେ ଖରିଫ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଝୁମ୍ପୁରା ବ୍ଲକର ୨୨ଟି ପଞ୍ଚାୟତରେ ପ୍ରାୟତଃ ସବୁ ଜାଗାରେ ଖରିଫ ଋତୁର ଧାନ ଫସଲ ସହିତ ମକା, ଅନ୍ୟ ଫସଲ କରାଯାଇଥାଏ। ପାଣି ଅଭାବରୁ ବେଉଷଣ କାମ ଅଟକି ଯାଇଛି। କୃଷି ବିଭାଗର ସୂଚନା ଅନୁଯାୟୀ ଝୁମ୍ପୁରା ବ୍ଲକରେ ୧୮ହଜାର ୫ଶହ ୫୫ ହେକ୍ଟର ଜମିରେ ଖରିଫ ଋତୁରେ ଧାନ ଚାଷ କରାଯାଉଥିବା ବେଳେ, ମକା ସହିତ ଅନ୍ୟ ଫସଲ ୭ହଜାର ୪ଶହ ୯୧ ହେକ୍ଟରରେ କରାଯାଇଥାଏ। ଖରିଫ ଋତୁରେ ଧାନ ଚାଷ ସହିତ ଅନ୍ୟ ଫସଲ ହେଉଥିବା ମୋଟ ଜମିର ଶତକଡା ୯ଭାଗ ଜମି ଜଳସେଚିତ ଅଟେ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ, ଚେକ ଡ୍ୟାମ, ପୋଖରୀ ଇତ୍ୟାଦିରୁ ଖରିଫ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇଥାଏ।
କିନ୍ତୁ ପର୍ଯ୍ୟାପ୍ତ ଜଳସେଚନର ସୁବିଧା ନ ଥିବା ବେଳେ, ବର୍ଷାର ଅନିୟମିତତା ଯୋଗୁଁ ଚାଷୀମାନେ ଚଳିତ ବର୍ଷ ୭ ହଜାର ୪ଶହ ୯୧ ହେକ୍ଟର ଜମିରେ ଧାନ ଫସଲ କରିଥିବାବେଳେ, ୪ହଜାର ୩ଶହ ୮୦ହେକ୍ଟର ଜମିରେ ମକା ଚାଷ ସହିତ ଅନ୍ୟାନ୍ୟ ଫସଲ ହୋଇଛି ବୋଲି ଝୁମ୍ପୁରା କୃଷି ଅଧିକାରୀ ଅଙ୍କିତା ରୁପ୍‌ ସୂଚନା ଦେଇଛନ୍ତି। ହେଲେ ବର୍ଷାର ଅନିୟମିତତା ଯୋଗୁଁ ଚଳିତ ବର୍ଷ ଖରିଫ ଚାଷ ହୋଇଥିବା ଜମି ସବୁରେ ବେଉଷଣ କାର୍ଯ୍ୟ ହୋଇ ପାରୁନାହିଁ। ସୂଚନା ଅନୁଯାୟୀ ଝୁମ୍ପୁରା ବ୍ଲକରେ ବିଗତ ବର୍ଷ ମାନଙ୍କରେ ବର୍ଷାର ପରିମାଣ ହିସାବକୁ ନିଆଗଲେ, ୩୧୮ଏମ.ଏମ ବର୍ଷା ହୋଇଥିବା ବେଳେ, ଚଳିତ ବର୍ଷ ଜୁଲାଇ ୩୧ତାରିଖ ସୁଦ୍ଧା ମାତ୍ର ୧୩୮ଏମ.ଏମ ବର୍ଷା ହୋଇଛି। ଝୁମ୍ପୁରା ବ୍ଲକର ୨୨ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ବସନ୍ତପୁର, ମଲଦା, ନୟାଗଡ, ନହବେଡା, କୁଟୁଗାଁ, ଗୁମୁରା, ନିଶ୍ଚିନ୍ତପୁର, ଅର୍ଶଳା, ଗୁଣ୍ଡୁଣିଆଁ, ଚଉଠିଆ ଗ୍ରାମ ପଞ୍ଚାୟତ ଗୁଡିକରେ ଖରିଫ ଚାଷ ବିଶେଷ ପ୍ରଭାବିତ ହୋଇଥିବା ରିପୋର୍ଟ ସହିତ ବର୍ଷା ପରିମାଣର ରିପୋର୍ଟ ଭୁବନେଶ୍ୱର ସ୍ଥିତ କୃଷି ବିଭାଗ ନିର୍ଦ୍ଦେଶକଙ୍କୁ ପଠାଯାଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ମକା ଚାଷରେ ପୋକର ପାଦୁର୍ଭାବ ଯୋଗଁୁ ମକା ଚାଷୀ କ୍ଷତିଗ୍ରସ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ମକା ଗଛ ଗୁଡିକରେ ପୋକ ଲାଗିଥିବା ମକା ଗଛକୁ ଚାଷୀମାନେ ଝୁମ୍ପୁରାସ୍ଥିତ କୃଷି ଅଧିକାରୀ, କୃଷି କର୍ମଚାରୀଙ୍କୁ ଦେଖାଇଛନ୍ତି। ଚଳିତ ବର୍ଷ ଝୁମ୍ପୁରା ବ୍ଲକରେ ୭୪୩ ହେକ୍ଟର ଜମିରେ ମକା ଚାଷ କରାଯାଇଥିବା ନେଇ କୃଷି ବିଭାଗ ସୂଚନା ଦେଇଛି। ମକା ଚାଷ ପୋକ ନିରାକରଣ ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି। ମକା ଚାଷୀଙ୍କୁ କାର୍ଟାପ୍‌ ହାଇଡ୍ରା କ୍ଲୋରାଇଡ୍‌ , ଇମାନେକ୍ଟିନ୍‌ ବେୱାଟେ କୀଟନାଶକ ଔଷଧ ଯୋଗାଇ ଦିଆଯାଉଛି ବୋଲି ଝୁମ୍ପୁରା କୃଷି ଅଧିକାରୀ ଅଙ୍କିତ ସୂଚନା ଦେଇଛନ୍ତି। ତେବେ ବର୍ଷା ଠିକ ଭାବେ ନ ହେଲେ ଏବଂ ମକା ଚାଷରୁ ପୋକ ହଟାଇବା ପାଇଁ ଔଷଧ ଶୀଘ୍ର ପ୍ରୟୋଗ ନ ହେଲେ ଚଳିତ ଖରିଫ ଋତୁରେ ଧାନ ଏବଂ ମକା ସହିତ ଅନ୍ୟାନ୍ୟ ଫସଲ ପ୍ରଭାବିତ ହେବ ବୋଲି ଚାଷୀ ସମୂହ ଚିନ୍ତାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?