ଆଦିବାସୀ ପିଲାଙ୍କୁ ମିଳୁନି ଜାତିଗତ ପ୍ରମାଣପତ୍ର: ପାଠ ପଢ଼ି ନ ପାରିଲେ ଲାଲବାହିନୀରେ ମିଶିବା ପାଇଁ ଚେତାବନୀ

ମାଲକାନଗିରି, ୨୯।୫(ଡି.ଏନ୍‌.ଏ.) – ହାଇସ୍କୁଲରେ ପାଠ ପଢିବା ପାଇଁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ। କିନ୍ତୁ ବାରମ୍ବାର ଆବେଦନ କଲେ ମଧ୍ୟ ପ୍ରମାଣପତ୍ର ମିଳୁନି। ଫଳରେ ପିଲାମାନଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ମାଲକାନଗିରି ଜିଲା ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ଦୋରାଗୁଡ଼ା ଗ୍ରାମବାସୀ ଓ ପାଠପଢୁଆ ପିଲା ଦାବି କରିଛନ୍ତି। ଏଭଳି ନ ହେଲେ ଉପାୟଶୂନ୍ୟ ହୋଇ ମାଓବାଦୀ ସଙ୍ଗଠନରେ ସାମିଲ ହେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଗାଁରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ କୋୟା, ଭୂମିଆ, ହାଲବା, ପରଜା ସମ୍ପ୍ରଦାୟର ଆଦିବାସୀ ପରିବାର ବସବାସ କରୁଛନ୍ତି। ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିଛି। କିନ୍ତୁ ଜାତିଗତ ପ୍ରମାଣପତ୍ର ମିଳୁ ନ ଥିବାରୁ ପିଲାମାନେ ହାଇସ୍କୁଲରେ ପଢିବା ପାଇଁ ବିଭିନ୍ନ ଅସୁବିଧା ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁ ର କେତେକ ଛାତ୍ରୀ ଦୋରାଗୁଡା ସ୍କୁଲରୁ ପଞ୍ଚମ ପାସ୍‌ କଲାପରେ ସିନ୍ଧ୍ରିମାଳ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ଏହି ସମୟରେ ଆଦିବାସୀଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସେମାନଙ୍କୁ ମିଳିଥିଲା। ପରେ ହାଇସ୍କୁଲରେ ପଢିବା ପାଇଁ ଅନ୍ୟ ସ୍କୁଲରେ ନାମ ଲେଖାଇ ଥିଲେ ମଧ୍ୟ ସେହି ସବୁ ବିଦ୍ୟାଳୟରେ ପ୍ରଧାନଶିକ୍ଷକମାନେ ଜାତିଗତ ପ୍ରମାଣ ପତ୍ର ଦାଖଲ କରିବା ପାଇଁ ବାରମ୍ବାର କହୁଛନ୍ତି। ଗତ ଶିକ୍ଷା ବର୍ଷରେ ଗ୍ରାମର ନଅଜଣ ଛାତ୍ରୀଛାତ୍ର ପଡିଆ ବ୍ଲକର ଇରାଲ ଗୁଣ୍ଡି ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଇଥିଲେ ମଧ୍ୟ ଜାତିଗତ ପ୍ରମାଣ ପତ୍ର ନ ପାଇବାରୁ ପାଠ ଛାଡି ଘରେ ରହି କୁଲି ମଜୁରି କାମ କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଚଳିତ ଶିକ୍ଷାବର୍ଷରେ ଦୋରାଗୁଡା ଗ୍ରାମର ଛାତ୍ରୀ ଯମୁନା ଖିଲ ପେଡାକୋଣ୍ଡା ଉଚ୍ଚ ବିଦ୍ୟାଳୟରେ ପଢୁଥିବାବେଳେ ଜାତିଗତ ପ୍ରମାଣ ପତ୍ର ପାଇଁ ମାଲକାନଗିରିରେ ଅନ୍‌ଲାଇନରେ ଆବେଦନ କରିଥିବା ରସିଦ ଦେଖାଇ ପାଠ ପଢୁଛନ୍ତି। ଗାଁର ସବିତା ହନ୍ତାଳ ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ମଧ୍ୟ ଅନୁରୂପ ଜାତିଗତ ପ୍ରମାଣ ପତ୍ର ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିବା ରସିଦ ଦେଖାଇ ପାଠ ପଢୁଛନ୍ତି। କିନ୍ତୁ ଜାତିଗତ ପ୍ରମାଣପତ୍ର ପାଇଁ ଗତ ଦୁଇମାସ ଧରି ସିନ୍ଧ୍ରିମାଳ ରାଜସ୍ବ ନିରୀକ୍ଷକ ଏବଂ ମାଲକାନଗିରି ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଥିଲେ ମଧ୍ୟ କୌଣସି ଲାଭ ହେଉନି। ଜାତିଗତ ପ୍ରମାଣପତ୍ର ମିଳୁ ନ ଥିବାରୁ ମାଓବାଦୀ ସଙ୍ଗଠନରେ ମିଶିବୁ ବୋଲି ଗ୍ରାମର ପଦଲାମ ଭୂମିଆ, ଯମୁନା ଖିଲ ଓ ସବିତା ହନ୍ତାଳ ଗଣମାଧ୍ୟମ ଆଗରେ କହିଛନ୍ତି। ଏ ନେଇ ମାଲକାନଗିରି ତହସିଲଦାର ଡା. ଗୁଣନିଧି ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, କେଉଁ କାରଣରୁ ସେମାନଙ୍କୁ ଜାତିଗତ ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେଇଛି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। କୌଣସି ଛାତ୍ରୀଛାତ୍ରଙ୍କୁ ଜାତିଗତ ପ୍ରମାଣପତ୍ର ପାଇଁ ପାଠପଢାରୁ ବଞ୍ଚତ୍ତ କରାଯିବନି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ମଦ ଭାଟି ଉପରେ ଅଚାନକ ଚଢ଼ାଉ କଲା ଅବକାରୀ ବିଭାଗ: ମିଳିଲା ଏତେ ଟଙ୍କାର…

ଗୁଣପୁର, ୨।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ମାରିଗୁଡ଼ା ଗ୍ରାମରେ ଚାଲିଥିବା ଚୋରା ରନ୍ଧା ମଦ କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ୮…

ଗୁଣପୁରର ସୁଧାରାଣୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗୁଣପୁର,୧।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ସହର ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳସ୍ଥ ବେବର୍ତ୍ତା ସାହିର ବାସିନ୍ଦା ତଥା ସମାଜସେବୀ ଚିନାରି ସୁଧାରାଣୀ (୪୩ଙ୍କୁ ତାଙ୍କର ଉଲ୍ଲେଖନୀୟ ସାମାଜିକ…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…

ଓପିଏସ୍‌ସିରେ ଜିଲା ପାଇଁ ଗୌରବ ଆଣିଥିବା ସପ୍ତେଶ୍ୱରଙ୍କୁ ସମ୍ବର୍ଦ୍ଧନା

ଟିକିରି, ୧।୬(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲା କାଶୀପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ସପ୍ତେଶ୍ୱର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଟିକିରିସ୍ଥିତ…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ…

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ

ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍‌.ଭାସ୍କର ରାଓ। ରାୟଗଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri