Posted inଖେଳ

ଆଦିତ୍ୟ ଚାମ୍ପିୟନ, ସାର୍ଥକଙ୍କୁ ତୃତୀୟ ସ୍ଥାନ

ଭୁବନେଶ୍ୱର, ୪।୬(କ୍ରୀଡ଼ା ପ୍ରତିନିଧି)-
କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ୧୨ତମ ଅନ୍ତର୍ଜାତୀୟ ଚେସ୍‌ ଫେଷ୍ଟିଭାଲର ‘ବି’ କାଟେଗୋରି ପ୍ରତିଯୋଗିତା ସୋମବାର ଶେଷ ହୋଇଛି। ୧୦ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ମୋଟ ୨୯୭ ପ୍ରତିଯୋଗୀ ଭାଗ ନେଇଥିବାବେଳେ ଗୁଜରାଟର ଆଦିତ୍ୟ ପି. ମେଲାନି ଓ ପଶ୍ଚିମବଙ୍ଗର ଗୌରବ ଦାସ ୮.୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇଛନ୍ତି। ଓଡ଼ିଶାର ସାର୍ଥକ ଦେବତା କାର୍ଜି ମନିନ୍ଦ୍ର(କିସ୍‌) ୮ ପଏଣ୍ଟ ଲେଫାଏ ହାସଲ କରି ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ୮ ପଏଣ୍ଟ ଲେଖାଏ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ ଆନ୍ଧ୍ର ପ୍ରଦେଶର ମଦୁରି ସତ୍ୟ ତେଜେଶ୍ୱର ଓ ପଶ୍ଚିମବଙ୍ଗର ଆକାଶ ତିଓ୍ବାରୀ। ୯ ଜଣ ଖେଳାଳି ୭.୫ ପଏଣ୍ଟ ଲେଖାଏ ପାଇଥିବାବେଳେ ୨୧ ଜଣ ୭ ପଏଣ୍ଟ ସହ ପ୍ରତିଯୋଗିତା ଶେଷ କରିଛନ୍ତି। ଆୟୋଜିତ ଉତ୍ସବରେ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲର ଅଧ୍ୟକ୍ଷା ଡ. ମୋନାଲିସା ବଳ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନ ଯୁଗ୍ମ ସମ୍ପାଦକ ବିଭୂ ଭୂଷଣ ମିଶ୍ର, ଉପସଭାପତି ରଞ୍ଜନ ମହାନ୍ତି, ମୁଖ୍ୟ ଆର୍ବିଟର ଆର.ଅନନ୍ତରାମ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାର ‘ସି’ କାଟେଗୋରି (୧୬୦୦ ରେଟିଂରୁ କମ୍‌) ମଙ୍ଗଳବାରଠାରୁ ଆରମ୍ଭ ହେବ।
ଜିଏମ୍‌ ଫାରୁଖ ଅଗ୍ରଣୀ
ଚେସ୍‌ ଫେଷ୍ଟିଭାଲର ମୁଖ୍ୟ ତଥା କାଟେଗୋରି-ଏର ପ୍ରତିଯୋଗିତାର ୫ମ ରାଉଣ୍ଡ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ୫ ରାଉଣ୍ଡ ଶେଷସୁଦ୍ଧା ତାଜିକସ୍ତାନ ଗ୍ରାଣ୍ଡମାଷ୍ଟର(ଜିଏମ୍‌) ଆମୋନାତୋଭ ଫାରୁଖ ୫ ପଏଣ୍ଟ ସହ ଏକକ ଅଗ୍ରଣୀ ହାସଲ କରିଛନ୍ତି। ଭେନେଜୁଏଲା ଜିଏମ୍‌ ଇତିରିଜଗା ବୋନେଲି, ରୁଷିଆ ଜିଏମ୍‌ ମାକ୍ସିମ ତୁରୋଭ, ୟୁକେନ ଜିଏମ ନେଭେରଭ ଭାଲେରି, ଚିଲି ଜିଏମ ଭାସ୍କ୍ବେଜ ସ୍କୋର୍ଡେର ରୋଡ୍ରିଗୋ ଏବଂ ଭାରତର (ତାମିଲନାଡ଼ୁ ଅନ୍ତର୍ଜାତୀୟ ମାଷ୍ଟର) ପି.ଶ୍ୟାମ ନିଖିଲ ୪.୫ ପଏଣ୍ଟ ଲେଖାଏ ପାଇ ପଛକୁପଛ ରହିଛନ୍ତି। ଓଡ଼ିଶା ଖେଳାଳିଙ୍କ ମଧ୍ୟରେ ରାଜେଶ ନାୟକ (୨୧୭୫ ରେଟିଂ) ଓ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ ୪ ପଏଣ୍ଟ ଲେଖାଏ ପାଇଛନ୍ତି। ୫ମ ରାଉଣ୍ଡରେ ରାଜେଶ ଆର୍ମେନିଆ ଗ୍ରାଣ୍ଡମାଷ୍ଟର ତେର-ସାହାକ୍ୟାନ ସାମ୍‌ଭେଲ(୨୬୧୧)ଙ୍କ ସହ ମ୍ୟାଚ ଡ୍ର ରଖି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଦେବାଶିଷ ଅନ୍ୟତମ ଓଡ଼ିଆ ଖେଳାଳି ସମ୍ବିତ ପଣ୍ଡାଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri