ଜିଲାପାଳଙ୍କ ବିନା ଅନୁମୋଦନରେ ୬ କନିଷ୍ଠ କିରାଣିଙ୍କୁ ଡେପୁଟେଶନ୍‌ରେ ଡିଇଓ ଅଫିସରେ ନିୟୋଜିତ: ଅନିୟମିତତା ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ଦାବି

ଭବାନୀପାଟଣା,୧।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୩ କନିଷ୍ଠ କିରାଣି ଓ ୩ ବରିଷ୍ଠ କିରାଣି ପଦବୀ ରହିଛି । ଏହି ପଦବୀରେ ୬ ନିୟମିତ କିରାଣି ଜିଲା ଶିକ୍ଷା କାର୍ଯ୍ୟାଳୟରେ ଅବସ୍ଥାପିତ ହୋଇଥିଲେ ହେଁ ଜିଲାର ବିଭିନ୍ନ ହାଇସ୍କୁଲରୁ ଆହୁରି ୬ କନିଷ୍ଠ କିରାଣିଙ୍କୁ ଡେପୁଟେଶନ୍‌ରେ ଆଣି ବର୍ଷ ବର୍ଷ ହେଲା ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ଯଦିଓ ଜିଲାର ୬ଟି ହାଇସ୍କୁଲରୁ ଡେପୁଟେଶନରେ ଅଣାଯାଇଥିବା ଏହି ୬ କିରାଣିଙ୍କ ଡେପୁଟେଶନର ପ୍ରସ୍ତାବ ଜିଲାପାଳଙ୍କ ବିନା ଅନୁମୋଦନରେ ହୋଇଛି। ମାତ୍ର ଏହା ଦ୍ୱାରା ସଂପୃକ୍ତ ହାଇସ୍କୁଲଗୁଡିକରେ ଅଫିସ କାର୍ଯ୍ୟରେ ସମସ୍ୟା ଦେଖାଦେଉଛି ।
ଗତବର୍ଷ ୪୫ଜଣ ପ୍ରାଥମିକ ଶିକ୍ଷକଙ୍କର ଜିଲାପାଳଙ୍କ ବିନା ଅନୁମୋଦନରେ କରାଯାଇଥିବା ଡେପୁଟେଶନ୍‌ ବାତିଲ କରାଯାଇଛି। କିନ୍ତୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲାପାଳଙ୍କ ବିନା ଅନୁମୋଦନରେ କିଭଳି ୬ କନିଷ୍ଠ କିରାଣିଙ୍କୁ ଡେପୁଟେଶନରେ ବର୍ଷବର୍ଷ ଧରି ରଖାଯାଇଛି ତାହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ ଉଠିଛି। ଯେଉଁ ହାଇସ୍କୁଲଗୁଡିକରେ କିରାଣିମାନଙ୍କୁ ଡେପୁଟେଶନରେ ଅଣାଯାଇଛି ସେହି ହାଇସ୍କୁଲ ଗୁଡିକରେ ଶିକ୍ଷକମାନେ କିରାଣି କାର୍ଯ୍ୟକରୁଥିବାରୁ ଶିକ୍ଷାଦାନରେ ବାଧା ଉପୁଜିଛି ।
ନିକଟରେ ଜିଲାର ୨୦୮ ଜଣ ଚୁକ୍ତିଭିତ୍ତିକ ଶିକ୍ଷକଙ୍କର ବକେୟା ଦରମା ଦେବା ଓ ୯୧ଟି ବ୍ଲ୍ଳକ ଗ୍ରାଣ୍ଟ ହାଇସ୍କୁଲର ଆପ୍ରୁଭାଲ ପାଇଁ ସ୍କୁଲ ପିଛା ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଇଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଉନାହିଁ। ଏ ନେଇ ଭିଜିଲାନ୍ସ ବିଭାଗ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହେଉଥିବା ଏହି ସବୁ ଅନିୟମିତତା ସମ୍ପର୍କରେ ତଦନ୍ତ କରିବା ପାଇଁ ଶିକ୍ଷକ ମହଲରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri