ଆଜି ୧୧ ଜିଲାରେ ଝଡ଼ତୋଫାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ମଙ୍ଗଳବାର ୧୧ ଜିଲାକୁ ଝଡ଼ତୋଫାନ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଙ୍ଗଳବାର ଝଡ଼ତୋଫାନ ସହ ବଜ୍ରପାତ ହେବା ଆଶଙ୍କା ରହିଛି। ଏହି ସମୟରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଓଡ଼ିଶାର ଉତ୍ତର ଉପକୂଳର ବିଭିନ୍ନ ଜିଲା ସହ ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ ଜିଲାରେ ମଙ୍ଗଳବାର ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କହିଛି ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହୋଇଛି। ପୁରୀରେ ସର୍ବାଧିକ ୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୪ ମିମି, ବାଲେଶ୍ୱରରେ ୩ ମିମି, ବାରିପଦାରେ ୨.୨ ମିମି, ଟିଟିଲାଗଡ଼ ଓ ଦାରିଙ୍ଗବାଡ଼ିରେ ୨ ମିମି ରେକର୍ଡ କରାଯାଇଛି। ମୌସୁମୀ ଓ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ମରିବି ପଛେ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri