ଆଜି ମହାଶିବରାତ୍ରି: ଚଳଚଞ୍ଚଳ ଆଖଣ୍ଡଳମଣି ପୀଠ

ଆରଡ଼ି,୨୧।୨ (ଡି.ଏନ.ଏ.)-ମହାଶିବରାତ୍ରି ପାଇଁ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ଜିଲା, ପୋଲିସ ଓ ମନ୍ଦିର ପ୍ରଶାସନ ତତ୍ପର ହୋଇପଡ଼ିଛନ୍ତି। ଶୁକ୍ରବାର ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି କରାଯିବ। କନିକା ରାଜାଙ୍କ ପକ୍ଷରୁ ପହିଲି ଘର୍ଷଣ କରାଯିବା ପରେ ୫ଟା ୧୫ରେ ପାଳିଆଙ୍କ ଦ୍ୱାରା ପହିଲି ଖେଚୁଡି ଭୋଗ, ୫ଟା ୪୫ରୁ ରାତି ୧୧ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦିଅଁ ଦର୍ଶନ ଓ ଘର୍ଷଣ ଭୋଗ କରାଯିବ। ରାତି ୧ଟା ୩୦ରୁ ୩ଟା ୧୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ସୁନାବେଶ ଦର୍ଶନ ଓ ୪ଟା ୩୦ରୁ ୫ ଟା ମଧ୍ୟରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ପୀଠରେ ମହାଦୀପ ଦର୍ଶନ ଲାଗି ଦୂରଦୂରାନ୍ତରୁ ଭକ୍ତଙ୍କ ଆଗମନ ବି ଧୀରେ ଧୀରେ ହେଲାଣି। ସ୍ଥାୟୀ ବ୍ୟବସାୟୀମାନେ ନିଜର ଦୋକାନ ସଜାଇବାରେ ଲାଗିଛନ୍ତି। ଉଠାଦୋକାନୀ ମଧ୍ୟ ନିଜର ଦୋକାନ ମେଲି ଦେଲେଣି। ପାରମ୍ପରିକ ପ୍ରଥା ଅନୁସାରେ ଶିବରାତ୍ରି ପୂର୍ବଦିନ ମନ୍ଦିର ପ୍ରଶାସନ ପକ୍ଷରୁ ପୀଠରେ ଅବସ୍ଥାନ କରୁଥିବା ୨୭୦ ସେବାୟତ ପରିବାରଙ୍କୁ ମିଠା ପ୍ୟାକେଟ ବଣ୍ଟନ କରାଯାଇଛି। ଏହାଦ୍ୱାରା ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୁଦୃଢ଼ ହୁଏ ବୋଲି ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ସୂଚନା ଦେଇଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥା ସହ ପୀଠର ଅନ୍ୟାନ୍ୟ ସ୍ଥାନରେ ବାଉଁଶ ଖୁଣ୍ଟ ପୋତା ଚାଲିଛି। ପୂର୍ବବର୍ଷ ପରି ପୀଠକୁ ଲାଗି ରହିଥିବା ତିନିତର, ଧାନଖଣିଆ, ମୂଅଁା-ମାନପୁର ଘାଟ ଶିବରାତ୍ରିର ସନ୍ଧ୍ୟା ସାଢ଼େ ୬ଟାରୁ ବନ୍ଦ ରହିବା ପାଇଁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ପୂର୍ବଦିନ ଉପଜିଲାପାଳ ପୀଠରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପୀଠରେ ଥିବା ନଦୀଘାଟରେ ପ୍ରଶାସନ ପକ୍ଷରୁ ଓଡ୍ରାଫ ଟିମ୍‌ ଏବଂ ଅଗ୍ନିଶମ ବାହିନୀ ପୂର୍ବଦିନଠାରୁ ପହଞ୍ଚିଛନ୍ତି। ୨୪ ଘଣ୍ଟା ଉଭୟ ଟିମ୍‌ ନଦୀଘାଟରେ ସଜାଗ ରହିବା, ପୀଠ ବାହାରେ ଆମ୍ବୁଲାନ୍ସ ଯାନ ରଖାଯିବା, ସ୍ବାସ୍ଥ୍ୟକେନ୍ଦ୍ର ବ୍ୟତୀତ ଅନ୍ୟାନ୍ୟ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଆଲର୍ଟ ରଖିବା, ୨୪ ଘଣ୍ଟା ବିଦ୍ୟୁତ୍‌ ସେବା ଯୋଗାଇଦେବା, ଜଳ ଯୋଗାଣ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗ କର୍ମଚାରୀ ପୀଠ ମଣ୍ଡନ କରିସାରିଲେଣି। ମନ୍ଦିର ବେଢ଼ା ଓ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଆରଡ଼ି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ସୂଚନା ଦେଇଛନ୍ତି। ଏଥର ପୀଠରେ ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ୪ ଡିଏସ୍‌ପି, ୮ ଇନ୍ସପେକ୍ଟର, ୨୫ ସବଇନ୍ସପେକ୍ଟର, ୩୦ ଏଏସ୍‌ଆଇ, ୧୮ ପ୍ଲାଟୁନ ପୋଲିସ ଫୋର୍ସ, ୫୦ରୁ ଅଧିକ ମହିଳା ଫୋର୍ସ ପୀଠରେ କର୍ତ୍ତବ୍ୟ ସମ୍ପାଦନ କରିବେ। ସେମାନଙ୍କ ମଧ୍ୟରୁ ଅନେକ ଏବେ ପୀଠ ଓ ନିକଟରେ ଥିବା ବିଭିନ୍ନ ବିଦ୍ୟାଳୟରେ ରହିଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୦ ଜଣ ଟ୍ରାଫିକ ପୋଲିସ ଏଠାରେ ନିଯୁକ୍ତ ହେବା ସହ ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ସେମାନଙ୍କୁ ସାହାଯ୍ୟ ସକାଶେ ନିଯୁକ୍ତ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ପୋଲିସ ଅଧିକାରୀ ଓ ଅନ୍ୟ କର୍ମଚାରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri