ଆଜିର ଅର୍ଥନୀତି/ ଭଣ୍ଡାର ନୀତି ସୁଧାର

ଖାଦ୍ୟଶସ୍ୟ ଭଣ୍ଡାରଘରେ ସାଇତି ରଖିବା ଏକ ଖର୍ଚ୍ଚବହୁଳ ଓ କଷ୍ଟକର କାର୍ଯ୍ୟ। ପ୍ରତି କୁଇଣ୍ଟାଲ ଗହମ ଓ ଚାଉଳକୁ ସାଇତି ରଖିବା ପାଇଁ କେନ୍ଦ୍ର ସରକାର ପ୍ରାୟ ୯ ଟଙ୍କା, ଅର୍ଥାତ୍‌ ଟନ୍‌ ପିଛା ୯୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ତା’ଛଡ଼ା ମଣ୍ଡିରୁ ଗୋଦାମଘରକୁ ପରିବହନ କରି ନେବା, ରାଜ୍ୟ ରାଜ୍ୟ ଭିତରେ ପରିବହନ ବାବଦ ଭଡ଼ା, ପରିବହନରେ ବିଳମ୍ବଜନିତ ବ୍ୟୟ ଏବଂ ଅନେକ ଆନୁଷଙ୍ଗିକ ଖର୍ଚ୍ଚ ବି ରହିଛି। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)କୁ ଖାଦ୍ୟଶସ୍ୟ ସଂଗ୍ରହ ଓ ସଂରକ୍ଷଣର ଦାୟିତ୍ୱ ଓ ଅଧିକାର ଦିଆଯାଇଛି। କେନ୍ଦ୍ର ବଜେଟରେ ସରକାର ଖାଦ୍ୟ ପାଇଁ ଯେଉଁ ସବ୍‌ସିଡି ଦେଉଛନ୍ତି, ସେଇଥିରୁ ଏ ଖର୍ଚ୍ଚ ଭରଣା କରାଯାଏ। ଏଫ୍‌ସିଆଇ ଏହାକୁ ଦେଶର ଯେକୌଣସି ସ୍ଥାନରେ ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ବ୍ୟାବହାରିକ ଓ ବଫର ଷ୍ଟକ୍‌ ଭାବେ ସାଇତି ରଖେ। ବଫର ମାନେ ମରୁଡ଼ି, ଶସ୍ୟହାନି ଭଳି ପରିସ୍ଥିତିରେ ଗଚ୍ଛିତ ଖାଦ୍ୟଶସ୍ୟର ଯଥାର୍ଥ ଉପଯୋଗ କରିବା ଏବଂ ଦରବୃଦ୍ଧି ଭଳି ପରିସ୍ଥିତିର ମୁକାବିଲା କରିବା। ତେବେ ଏତେ ପରିମାଣର ଖାଦ୍ୟଶସ୍ୟକୁ ସାଇତି ରଖିବା ପାଇଁ ଦେଶରେ ଯଥେଷ୍ଟ ଭଣ୍ଡାର ଭିତ୍ତିଭୂମିର ଅଭାବ ରହିଛି। ଏଫ୍‌ସିଆଇର ନିଜସ୍ବ ଭଣ୍ଡାରଘର ପୂର୍ଣ୍ଣ ହୋଇଗଲେ ଏହା କେନ୍ଦ୍ରୀୟ ଓ୍ବେୟାର୍‌ହାଉସିଂ କର୍ପୋରେଶନ (ସିଡବ୍‌ଲ୍ୟୁସି ଓ ରାଜ୍ୟ ଓ୍ବେୟାର୍‌ହାଉସିଂ କର୍ପୋରେଶନ (ଏସ୍‌ଡବ୍‌ଲ୍ୟୁସି)ର ଭଣ୍ଡାର ଘରେ ବ୍ୟାବହାରିକ ଓ ବଫର ଷ୍ଟକ୍‌ଗୁଡ଼ିକୁ ସାଇତି ରଖେ। ସେତକ ବି ଯଦି ଯଥେଷ୍ଟ ନ ହୁଏ ତେବେ ଏଫ୍‌ସିଆଇ ଘରୋଇ ଗୋଦାମ ଘରଗୁଡ଼ିକୁ ଭଡ଼ାରେ ନିଏ। ବର୍ତ୍ତମାନ ଦେଶରେ ବଫର ଷ୍ଟକ୍‌ ଭାବେ ଯେତିକି ଖାଦ୍ୟଶସ୍ୟ ରଖାଯାଉଛି, ତାହା ଆବଶ୍ୟକତାଠାରୁ ଅଢ଼େଇଗୁଣ ଅଧିକ।
ବର୍ତ୍ତମାନ ରାଜସ୍ବ ଆଦାୟରେ ହ୍ରାସ, ଆର୍ଥିକ ମାନ୍ଦାବସ୍ଥା, ବିତ୍ତୀୟ ନିଅଣ୍ଟ ପରିମାଣ ବୃଦ୍ଧି, ଅଭିବୃଦ୍ଧି ହ୍ରାସ ଓ ଉପଭୋକ୍ତାଙ୍କ ଚାହିଦା ହ୍ରାସ ପାଇ ଚାଲିଥିବା ବେଳେ ଖାଦ୍ୟଶସ୍ୟ ସାଇତି ରଖିବା ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର କୌଣସି କାରଣ ନାହିଁ। ଖାଦ୍ୟଶସ୍ୟ ସୁରକ୍ଷିତ ଭାବେ ସାଇତି ରଖିବା ନିମନ୍ତେ ଭାରତର ସୁନାମ ନାହିଁ। ପ୍ରତିବର୍ଷ ପରିବହନ ସମୟରେ ଓ ଗୋଦାମ ଘରେ ସାଇତି ରଖିବା ଅବସରରେ ଲକ୍ଷ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ ନଷ୍ଟ ହୋଇଥାଏ। ତା’ ସହ ଗୋଦାମ ଘରେ ଥିବା ସମୟରେ ଚୋରି ହେବା ଓ ଖାଦ୍ୟଶସ୍ୟର ଗୁଣାତ୍ମକ ମାନ ନଷ୍ଟ ହେବା ମଧ୍ୟ ଦେଖାଯାଏ। ଖେତରୁ ଥାଳି ପର୍ଯ୍ୟନ୍ତ ଆସିବା ଭିତରେ ଖାଦ୍ୟଶସ୍ୟର ଏକ ଉଲ୍ଲେଖନୀୟ ଅଂଶ ନଷ୍ଟ ହୋଇଥାଏ। ସଂରକ୍ଷଣ ସମୟରେ ଖାଦ୍ୟଶସ୍ୟ ନଷ୍ଟ ହେବା ଯୋଗୁ ଯେତିକି ଆର୍ଥିକ କ୍ଷତି ଘଟେ, ତା’ ସହ ସଂରକ୍ଷଣ ଲାଗି ନିଯୁକ୍ତ କର୍ମଚାରୀମାନଙ୍କ ଦରମା ଆଦି ବାବଦକୁ ମଧ୍ୟ ବହୁ ଟଙ୍କା ଖର୍ଚ୍ଚ ହୁଏ। ଏହା ଖରାପ ଟଙ୍କା ଉପରେ ଭଲ ଟଙ୍କା ଖର୍ଚ୍ଚ କରିବା ପରି। ଖାଦ୍ୟ ସବ୍‌ସିଡିକୁ ଏପରି ଭାବେ ସଂରକ୍ଷଣଜନିତ କୁପରିଚାଳନାରେ ବ୍ୟୟ କରିବା ଉଚିତ ନୁହେଁ। ସଂରକ୍ଷଣଜନିତ କୁପରିଚାଳନାରେ ଏପରି ଭାବେ ପ୍ରଭୂତ ଖାଦ୍ୟଶସ୍ୟ ନଷ୍ଟ ହେଉଥିବା ବିଷୟ ନେଇ ଏକଦା ସୁପ୍ରିମ୍‌କୋର୍ଟରେ ଅପିଲ କରାଯାଇଥିଲା। ନଷ୍ଟ ନ କରି ଖାଦ୍ୟଶସ୍ୟକୁ ବରଂ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଦେବା ଉଚିତ ବୋଲି ସୁପ୍ରିମ୍‌କୋର୍ଟ ସରକାରଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ସରକାର ଏହି ପରାମର୍ଶ ଗ୍ରହଣ କରିନାହାନ୍ତି।
ନୂତନ ବଫର ମାନଦଣ୍ଡ ଅନୁସାରେ କେନ୍ଦ୍ର ପାଖରେ ପ୍ରତିବର୍ଷ ଜୁଲାଇ ୧ ସୁଦ୍ଧା ୪୧.୧ ନିୟୁତ ଟନ୍‌ ଏବଂ ଅକ୍ଟୋବର ୧ ସୁଦ୍ଧା ୩୦.୭ ନିୟୁତ ଟନ୍‌ ଚାଉଳ ଓ ଗହମ ରହିବା ଉଚିତ। କିନ୍ତୁ ସେପ୍ଟେମ୍ବର ସୁଦ୍ଧା ସରକାରଙ୍କ କେନ୍ଦ୍ରୀୟ ଭଣ୍ଡାରରେ ୭୩.୬ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଥିଲା ଯାହା ଉକ୍ତ ବଫର ମାନଦଣ୍ଡ ତୁଳନାରେ ୨.୪ ଗୁଣ ଅଧିକ ଏବଂ ଜୁଲାଇ ସୁଦ୍ଧା ଯେତିକି ଖାଦ୍ୟଶସ୍ୟ ଥିଲା ତାହା ଉକ୍ତ ମାନଦଣ୍ଡଠାରୁ ୮୦ ପ୍ରତିଶତ ଅଧିକ। ଖରିଫ ଋତୁର ଖାଦ୍ୟଶସ୍ୟ ସଂଗ୍ରହ ନଭେମ୍ବରଠାରୁ ଆରମ୍ଭ ହେଉଥିବାରୁ ଉକ୍ତ ସଂରକ୍ଷିତ ପରିମାଣ ଆହୁରି ବୃଦ୍ଧି ପାଇବ। ସରକାର ଖାଦ୍ୟଶସ୍ୟର ମୂଲ୍ୟ ଅନ୍ତର୍ଜାତୀୟ ବଜାର ସହ ପ୍ରତିଯୋଗିତାକ୍ଷମ କଲେ ତାହା ବିଦେଶୀ ବଜାରକୁ ରପ୍ତାନି କରାଯାଇପାରିବ। ବଫର ସୀମାଠାରୁ ଅଧିକ ଖାଦ୍ୟଶସ୍ୟ ମହଜୁଦ ରଖିବା ଏବଂ ତା’ର ସଂରକ୍ଷଣ ଓ ନଷ୍ଟ ହେବା ବାବଦକୁ ହଜାର ହଜାର କୋଟି ଟଙ୍କା ବ୍ୟୟ କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ସରକାର ନିଜ ନୀତିରେ ସୁଧାର ଆଣିବା ଦରକାର। ଦେଶର କୌଣସି ସ୍ଥାନରେ ମରୁଡ଼ି, ଶସ୍ୟହାନି ପରି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ସେଠାକୁ ଖାଦ୍ୟଶସ୍ୟ ପଠାଯାଇପାରିବ। ସରକାର ଖାଦ୍ୟଶସ୍ୟ ମହଜୁଦ ବ୍ୟବସ୍ଥାକୁ କୃତ୍ରିମ ଭାବରେ ନିୟନ୍ତ୍ରଣ କରିବା ବନ୍ଦ କରିବା ଦରକାର। ଖାଦ୍ୟଶସ୍ୟର ମୂଲ୍ୟ ନିର୍ଦ୍ଧାରଣକୁ ମୁକ୍ତ କରିଦେବା ଉଚିତ। ତାହାକୁ ବଜାରର ନିୟନ୍ତ୍ରଣରେ ଛାଡ଼ିଦେବା ଆବଶ୍ୟକ। ସରକାର ଯେହେତୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କେବଳ ଧାନ ଓ ଗହମ ପରି ନିର୍ଦ୍ଦିଷ୍ଟ ଖାଦ୍ୟଶସ୍ୟ ପାଇଁ ଦେଉଛନ୍ତି, ତେଣୁ କୃଷକମାନେ ଏହି ଚାଷ ସହ ବାନ୍ଧି ହୋଇଯାଉଛନ୍ତି। ବିଶେଷତଃ ଧାନଚାଷ ବିପୁଳ ଜଳ ଆବଶ୍ୟକ କରିବା ସହ ମୃତ୍ତିକାର ମାନରେ ଅବନତି ଘଟାଇଥାଏ। ନାବାର୍ଡ ଓ ଆଇସିଆର୍‌ଆଇଇଆର୍‌ ଏକ ରିପୋର୍ଟରେ ଧାନ ଉତ୍ପାଦନର ଏକ ବଡ଼ ଅଂଶ କେନ୍ଦ୍ରୀୟ ଓ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ସ୍ଥାନାନ୍ତରର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛି। ପଞ୍ଜାବ ଓ ହରିୟାଣାର ଧାନଚାଷ ହେଉଥିବା ଅଞ୍ଚଳରେ ଜଳସେଚନ ଜରିଆରେ ଗହମ ଚାଷ କରିବା ପାଇଁ ମଧ୍ୟ ଏଥିରେ ପ୍ରସ୍ତାବ ଦିଆଯାଇଛି। ୨୦୩୦ ସୁଦ୍ଧା ଭାରତରେ ଆସନ୍ନ ଜଳ ସଂକଟର ମୁକାବିଲା କରିବାରେ ମଧ୍ୟ ଏହା ସାହାଯ୍ୟ କରିବ ବୋଲି କୁହାଯାଇଛି। ତା’ଛଡ଼ା କୃଷକମାନେ ଧାନ ଓ ଗହମକୁ ଛାଡ଼ି ଫଳମୂଳ, ପନିପରିବା, ମକା, ବାଜରା ଓ ଅନ୍ୟ ଖାଦ୍ୟଶସ୍ୟ ଚାଷ କଲେ ଭାରତର ପୌଷ୍ଟିକ ଅଭାବ ପୂରଣ ହେବା ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ବି ଏହା ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri