ଆଜିର ଅର୍ଥନୀତି/ ଭଣ୍ଡାର ନୀତି ସୁଧାର

ଖାଦ୍ୟଶସ୍ୟ ଭଣ୍ଡାରଘରେ ସାଇତି ରଖିବା ଏକ ଖର୍ଚ୍ଚବହୁଳ ଓ କଷ୍ଟକର କାର୍ଯ୍ୟ। ପ୍ରତି କୁଇଣ୍ଟାଲ ଗହମ ଓ ଚାଉଳକୁ ସାଇତି ରଖିବା ପାଇଁ କେନ୍ଦ୍ର ସରକାର ପ୍ରାୟ ୯ ଟଙ୍କା, ଅର୍ଥାତ୍‌ ଟନ୍‌ ପିଛା ୯୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ତା’ଛଡ଼ା ମଣ୍ଡିରୁ ଗୋଦାମଘରକୁ ପରିବହନ କରି ନେବା, ରାଜ୍ୟ ରାଜ୍ୟ ଭିତରେ ପରିବହନ ବାବଦ ଭଡ଼ା, ପରିବହନରେ ବିଳମ୍ବଜନିତ ବ୍ୟୟ ଏବଂ ଅନେକ ଆନୁଷଙ୍ଗିକ ଖର୍ଚ୍ଚ ବି ରହିଛି। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)କୁ ଖାଦ୍ୟଶସ୍ୟ ସଂଗ୍ରହ ଓ ସଂରକ୍ଷଣର ଦାୟିତ୍ୱ ଓ ଅଧିକାର ଦିଆଯାଇଛି। କେନ୍ଦ୍ର ବଜେଟରେ ସରକାର ଖାଦ୍ୟ ପାଇଁ ଯେଉଁ ସବ୍‌ସିଡି ଦେଉଛନ୍ତି, ସେଇଥିରୁ ଏ ଖର୍ଚ୍ଚ ଭରଣା କରାଯାଏ। ଏଫ୍‌ସିଆଇ ଏହାକୁ ଦେଶର ଯେକୌଣସି ସ୍ଥାନରେ ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ବ୍ୟାବହାରିକ ଓ ବଫର ଷ୍ଟକ୍‌ ଭାବେ ସାଇତି ରଖେ। ବଫର ମାନେ ମରୁଡ଼ି, ଶସ୍ୟହାନି ଭଳି ପରିସ୍ଥିତିରେ ଗଚ୍ଛିତ ଖାଦ୍ୟଶସ୍ୟର ଯଥାର୍ଥ ଉପଯୋଗ କରିବା ଏବଂ ଦରବୃଦ୍ଧି ଭଳି ପରିସ୍ଥିତିର ମୁକାବିଲା କରିବା। ତେବେ ଏତେ ପରିମାଣର ଖାଦ୍ୟଶସ୍ୟକୁ ସାଇତି ରଖିବା ପାଇଁ ଦେଶରେ ଯଥେଷ୍ଟ ଭଣ୍ଡାର ଭିତ୍ତିଭୂମିର ଅଭାବ ରହିଛି। ଏଫ୍‌ସିଆଇର ନିଜସ୍ବ ଭଣ୍ଡାରଘର ପୂର୍ଣ୍ଣ ହୋଇଗଲେ ଏହା କେନ୍ଦ୍ରୀୟ ଓ୍ବେୟାର୍‌ହାଉସିଂ କର୍ପୋରେଶନ (ସିଡବ୍‌ଲ୍ୟୁସି ଓ ରାଜ୍ୟ ଓ୍ବେୟାର୍‌ହାଉସିଂ କର୍ପୋରେଶନ (ଏସ୍‌ଡବ୍‌ଲ୍ୟୁସି)ର ଭଣ୍ଡାର ଘରେ ବ୍ୟାବହାରିକ ଓ ବଫର ଷ୍ଟକ୍‌ଗୁଡ଼ିକୁ ସାଇତି ରଖେ। ସେତକ ବି ଯଦି ଯଥେଷ୍ଟ ନ ହୁଏ ତେବେ ଏଫ୍‌ସିଆଇ ଘରୋଇ ଗୋଦାମ ଘରଗୁଡ଼ିକୁ ଭଡ଼ାରେ ନିଏ। ବର୍ତ୍ତମାନ ଦେଶରେ ବଫର ଷ୍ଟକ୍‌ ଭାବେ ଯେତିକି ଖାଦ୍ୟଶସ୍ୟ ରଖାଯାଉଛି, ତାହା ଆବଶ୍ୟକତାଠାରୁ ଅଢ଼େଇଗୁଣ ଅଧିକ।
ବର୍ତ୍ତମାନ ରାଜସ୍ବ ଆଦାୟରେ ହ୍ରାସ, ଆର୍ଥିକ ମାନ୍ଦାବସ୍ଥା, ବିତ୍ତୀୟ ନିଅଣ୍ଟ ପରିମାଣ ବୃଦ୍ଧି, ଅଭିବୃଦ୍ଧି ହ୍ରାସ ଓ ଉପଭୋକ୍ତାଙ୍କ ଚାହିଦା ହ୍ରାସ ପାଇ ଚାଲିଥିବା ବେଳେ ଖାଦ୍ୟଶସ୍ୟ ସାଇତି ରଖିବା ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର କୌଣସି କାରଣ ନାହିଁ। ଖାଦ୍ୟଶସ୍ୟ ସୁରକ୍ଷିତ ଭାବେ ସାଇତି ରଖିବା ନିମନ୍ତେ ଭାରତର ସୁନାମ ନାହିଁ। ପ୍ରତିବର୍ଷ ପରିବହନ ସମୟରେ ଓ ଗୋଦାମ ଘରେ ସାଇତି ରଖିବା ଅବସରରେ ଲକ୍ଷ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ ନଷ୍ଟ ହୋଇଥାଏ। ତା’ ସହ ଗୋଦାମ ଘରେ ଥିବା ସମୟରେ ଚୋରି ହେବା ଓ ଖାଦ୍ୟଶସ୍ୟର ଗୁଣାତ୍ମକ ମାନ ନଷ୍ଟ ହେବା ମଧ୍ୟ ଦେଖାଯାଏ। ଖେତରୁ ଥାଳି ପର୍ଯ୍ୟନ୍ତ ଆସିବା ଭିତରେ ଖାଦ୍ୟଶସ୍ୟର ଏକ ଉଲ୍ଲେଖନୀୟ ଅଂଶ ନଷ୍ଟ ହୋଇଥାଏ। ସଂରକ୍ଷଣ ସମୟରେ ଖାଦ୍ୟଶସ୍ୟ ନଷ୍ଟ ହେବା ଯୋଗୁ ଯେତିକି ଆର୍ଥିକ କ୍ଷତି ଘଟେ, ତା’ ସହ ସଂରକ୍ଷଣ ଲାଗି ନିଯୁକ୍ତ କର୍ମଚାରୀମାନଙ୍କ ଦରମା ଆଦି ବାବଦକୁ ମଧ୍ୟ ବହୁ ଟଙ୍କା ଖର୍ଚ୍ଚ ହୁଏ। ଏହା ଖରାପ ଟଙ୍କା ଉପରେ ଭଲ ଟଙ୍କା ଖର୍ଚ୍ଚ କରିବା ପରି। ଖାଦ୍ୟ ସବ୍‌ସିଡିକୁ ଏପରି ଭାବେ ସଂରକ୍ଷଣଜନିତ କୁପରିଚାଳନାରେ ବ୍ୟୟ କରିବା ଉଚିତ ନୁହେଁ। ସଂରକ୍ଷଣଜନିତ କୁପରିଚାଳନାରେ ଏପରି ଭାବେ ପ୍ରଭୂତ ଖାଦ୍ୟଶସ୍ୟ ନଷ୍ଟ ହେଉଥିବା ବିଷୟ ନେଇ ଏକଦା ସୁପ୍ରିମ୍‌କୋର୍ଟରେ ଅପିଲ କରାଯାଇଥିଲା। ନଷ୍ଟ ନ କରି ଖାଦ୍ୟଶସ୍ୟକୁ ବରଂ ଗରିବ ଲୋକଙ୍କୁ ମାଗଣାରେ ବାଣ୍ଟିଦେବା ଉଚିତ ବୋଲି ସୁପ୍ରିମ୍‌କୋର୍ଟ ସରକାରଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ସରକାର ଏହି ପରାମର୍ଶ ଗ୍ରହଣ କରିନାହାନ୍ତି।
ନୂତନ ବଫର ମାନଦଣ୍ଡ ଅନୁସାରେ କେନ୍ଦ୍ର ପାଖରେ ପ୍ରତିବର୍ଷ ଜୁଲାଇ ୧ ସୁଦ୍ଧା ୪୧.୧ ନିୟୁତ ଟନ୍‌ ଏବଂ ଅକ୍ଟୋବର ୧ ସୁଦ୍ଧା ୩୦.୭ ନିୟୁତ ଟନ୍‌ ଚାଉଳ ଓ ଗହମ ରହିବା ଉଚିତ। କିନ୍ତୁ ସେପ୍ଟେମ୍ବର ସୁଦ୍ଧା ସରକାରଙ୍କ କେନ୍ଦ୍ରୀୟ ଭଣ୍ଡାରରେ ୭୩.୬ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଥିଲା ଯାହା ଉକ୍ତ ବଫର ମାନଦଣ୍ଡ ତୁଳନାରେ ୨.୪ ଗୁଣ ଅଧିକ ଏବଂ ଜୁଲାଇ ସୁଦ୍ଧା ଯେତିକି ଖାଦ୍ୟଶସ୍ୟ ଥିଲା ତାହା ଉକ୍ତ ମାନଦଣ୍ଡଠାରୁ ୮୦ ପ୍ରତିଶତ ଅଧିକ। ଖରିଫ ଋତୁର ଖାଦ୍ୟଶସ୍ୟ ସଂଗ୍ରହ ନଭେମ୍ବରଠାରୁ ଆରମ୍ଭ ହେଉଥିବାରୁ ଉକ୍ତ ସଂରକ୍ଷିତ ପରିମାଣ ଆହୁରି ବୃଦ୍ଧି ପାଇବ। ସରକାର ଖାଦ୍ୟଶସ୍ୟର ମୂଲ୍ୟ ଅନ୍ତର୍ଜାତୀୟ ବଜାର ସହ ପ୍ରତିଯୋଗିତାକ୍ଷମ କଲେ ତାହା ବିଦେଶୀ ବଜାରକୁ ରପ୍ତାନି କରାଯାଇପାରିବ। ବଫର ସୀମାଠାରୁ ଅଧିକ ଖାଦ୍ୟଶସ୍ୟ ମହଜୁଦ ରଖିବା ଏବଂ ତା’ର ସଂରକ୍ଷଣ ଓ ନଷ୍ଟ ହେବା ବାବଦକୁ ହଜାର ହଜାର କୋଟି ଟଙ୍କା ବ୍ୟୟ କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ସରକାର ନିଜ ନୀତିରେ ସୁଧାର ଆଣିବା ଦରକାର। ଦେଶର କୌଣସି ସ୍ଥାନରେ ମରୁଡ଼ି, ଶସ୍ୟହାନି ପରି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ସେଠାକୁ ଖାଦ୍ୟଶସ୍ୟ ପଠାଯାଇପାରିବ। ସରକାର ଖାଦ୍ୟଶସ୍ୟ ମହଜୁଦ ବ୍ୟବସ୍ଥାକୁ କୃତ୍ରିମ ଭାବରେ ନିୟନ୍ତ୍ରଣ କରିବା ବନ୍ଦ କରିବା ଦରକାର। ଖାଦ୍ୟଶସ୍ୟର ମୂଲ୍ୟ ନିର୍ଦ୍ଧାରଣକୁ ମୁକ୍ତ କରିଦେବା ଉଚିତ। ତାହାକୁ ବଜାରର ନିୟନ୍ତ୍ରଣରେ ଛାଡ଼ିଦେବା ଆବଶ୍ୟକ। ସରକାର ଯେହେତୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କେବଳ ଧାନ ଓ ଗହମ ପରି ନିର୍ଦ୍ଦିଷ୍ଟ ଖାଦ୍ୟଶସ୍ୟ ପାଇଁ ଦେଉଛନ୍ତି, ତେଣୁ କୃଷକମାନେ ଏହି ଚାଷ ସହ ବାନ୍ଧି ହୋଇଯାଉଛନ୍ତି। ବିଶେଷତଃ ଧାନଚାଷ ବିପୁଳ ଜଳ ଆବଶ୍ୟକ କରିବା ସହ ମୃତ୍ତିକାର ମାନରେ ଅବନତି ଘଟାଇଥାଏ। ନାବାର୍ଡ ଓ ଆଇସିଆର୍‌ଆଇଇଆର୍‌ ଏକ ରିପୋର୍ଟରେ ଧାନ ଉତ୍ପାଦନର ଏକ ବଡ଼ ଅଂଶ କେନ୍ଦ୍ରୀୟ ଓ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ସ୍ଥାନାନ୍ତରର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛି। ପଞ୍ଜାବ ଓ ହରିୟାଣାର ଧାନଚାଷ ହେଉଥିବା ଅଞ୍ଚଳରେ ଜଳସେଚନ ଜରିଆରେ ଗହମ ଚାଷ କରିବା ପାଇଁ ମଧ୍ୟ ଏଥିରେ ପ୍ରସ୍ତାବ ଦିଆଯାଇଛି। ୨୦୩୦ ସୁଦ୍ଧା ଭାରତରେ ଆସନ୍ନ ଜଳ ସଂକଟର ମୁକାବିଲା କରିବାରେ ମଧ୍ୟ ଏହା ସାହାଯ୍ୟ କରିବ ବୋଲି କୁହାଯାଇଛି। ତା’ଛଡ଼ା କୃଷକମାନେ ଧାନ ଓ ଗହମକୁ ଛାଡ଼ି ଫଳମୂଳ, ପନିପରିବା, ମକା, ବାଜରା ଓ ଅନ୍ୟ ଖାଦ୍ୟଶସ୍ୟ ଚାଷ କଲେ ଭାରତର ପୌଷ୍ଟିକ ଅଭାବ ପୂରଣ ହେବା ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ବି ଏହା ସହାୟକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri