ଆଜିର ଅର୍ଥନୀତି/ଅଳସୁଆ ବଢୁଛନ୍ତି

ପ୍ରତ୍ୟେକ ରାଜନୈତିକ ଦଳ ଯେକୌଣସି ଉପାୟରେ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ନିର୍ବାଚନ ବର୍ଷରେ ଏସବୁ ଦେଖିବାକୁ ମିଳିଥାଏ। ପ୍ରମୁଖ ରାଜନୈତିକ ଦଳ, ବିଶେଷତଃ କ୍ଷମତାସୀନ ଦଳ ବିଭିନ୍ନ ଲୋକପ୍ରିୟ ଯୋଜନା ଘୋଷଣା କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରନ୍ତି। ଲୋକଙ୍କ ଭୋଟ ହାତେଇବା ଓ ପୁନଃ ନିର୍ବାଚିତ ହେବା ପାଇଁ ଶାସକ ଦଳ ନିଜ ଟଙ୍କାମୁଣିର ଡୋର ଢିଲା କରିଦିଅନ୍ତି। କିନ୍ତୁ ଏଥିପାଇଁ ସରକାରଙ୍କ ପାଖରେ ଯଥେଷ୍ଟ ସମ୍ବଳ ଅଛି କି ନାହିଁ, ସେଥି ପ୍ରତି ସେମାନଙ୍କର ନଜର ନ ଥାଏ। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଏ ଏବଂ ରାଜକୋଷରୁ ଅର୍ଥ ବଣ୍ଟାଯାଏ। ତେବେ ଏହା ନ କଲେ ରାଜନେତାମାନେ ନିଜର କ୍ଷତି ହିଁ କରିବେ। ଓଡ଼ିଶାରେ ବିଜୁ ଜନତା ଦଳ ସରକାର ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏପରି ଅନେକ ଲୋକପ୍ରିୟ ଯୋଜନା ଘୋଷଣା କରିଛନ୍ତି। କିନ୍ତୁ ଏଥିପାଇଁ ଟଙ୍କା କେଉଁଠୁ ଆସିବ ତାହା କାହାକୁ ଜଣାନାହିଁ। ଲୋକପ୍ରିୟ ଯୋଜନା ଘୋଷଣା କରିବାର ଦୁଇଟି ଅପକାରିତା ଅଛି। ପ୍ରଥମଟି ହେଉଛି, ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଯଥେଷ୍ଟ ଆଭ୍ୟନ୍ତରୀଣ ସମ୍ବଳ ଅଭାବରୁ ରାଜ୍ୟ ସରକାର ବିଭିନ୍ନ ସୂତ୍ରରୁ ଋଣ କରିପାରନ୍ତି। ଏହାଦ୍ୱାରା ସରକାର ସଦ୍ୟ ପୁଞ୍ଜି ଗଠନ କ୍ଷେତ୍ରରେ ନିବେଶ କରିପାରିବେ ନାହିଁ। ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) କମିବ। ମାଗଣା ବାଣ୍ଟିବାର ଆଉ ଏକ ଦୀର୍ଘସ୍ଥାୟୀ କୁପ୍ରଭାବ ହେଉଛି ରାଜ୍ୟରେ ବହୁସଂଖ୍ୟକ ପରାଙ୍ଗପୁଷ୍ଟ ମଣିଷ ସୃଷ୍ଟି ହେବେ। ସବୁ କଥାରେ ସେମାନେ ସରକାରଙ୍କ ଉପରେ ନିର୍ଭରଶୀଳ ହୋଇପଡ଼ିବେ। ଏହି ବ୍ୟବସ୍ଥା ଦ୍ୱାରା ମାଗଣା ଖାଇବାକୁ ମିଳୁଥିବାରୁ ଲୋକମାନେ କାମ ନ କରି ଅଳସୁଆ ହୋଇଯିବେ।
ରାଜ୍ୟର ଶ୍ରମଜୀବୀ ଲୋକମାନଙ୍କୁ ସରକାର କିଲୋ ପିଛା ଏକଟଙ୍କାରେ ଚାଉଳ ଯୋଗାଇଦେଉଛନ୍ତି। ପାଞ୍ଚଟଙ୍କାରେ ଭାତଡାଲମା ବି ଖାଇବାକୁ ମିଳୁଛି। ଶ୍ରମଜୀବୀମାନେ ପେଟ ପୋଷିବା ପାଇଁ ହିଁ ଶାରୀରିକ ଶ୍ରମସାଧ୍ୟ କାମ କରିବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ମାଗଣାରେ ଖାଇବାକୁ ମିଳିଲେ ସେମାନେ କାହିଁକି ବା କାମ କରିବାକୁ ଯିବେ? ରିଜର୍ଭ ବ୍ୟାଙ୍କର ଏକ ବାର୍ଷିକ ରିପୋର୍ଟ ଅନୁସାରେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ) ଯୋଗୁ କୃଷିକ୍ଷେତ୍ରରେ କାମ କରିବା ପାଇଁ ଲୋକ ମିଳୁନାହାନ୍ତି। ଛଅଟି ରାଜ୍ୟରେ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଲୋକମାନେ ପାରମ୍ପରିକ କୃଷିକ୍ଷେତ୍ରରେ କାମକରିବା ବଦଳରେ ଏମ୍‌ଜିଏନ୍‌ଆର୍‌ଇଜିଏ ଅଧୀନରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁଥିବାରୁ କୃଷିଶ୍ରମିକଙ୍କ ଅଭାବ ଘଟୁଛି। ଗୁଜରାଟ, କେରଳ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ୧,୭୯୮ ଜଣ ଜବ୍‌କାର୍ଡଧାରୀ ଶ୍ରମିକଙ୍କ ଉପରେ କରାଯାଇଥିବା ପ୍ରାଥମିକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ପାରମ୍ପରିକ କାର୍ଯ୍ୟ ବଦଳରେ ଏମ୍‌ଜିଏନ୍‌ଆର୍‌ଇଜିଏ ଅଧୀନରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ଶ୍ରମିକଙ୍କ ସଂଖ୍ୟା ଓଡ଼ିଶାରେ ସବୁଠାରୁ ଅଧିକ ଓ ଏହା ୭୫ ପ୍ରତିଶତ। ତା’ ତଳକୁ ରହିଛି ଉତ୍ତରପ୍ରଦେଶ (୬୬%) ଓ ପଶ୍ଚିମବଙ୍ଗ (୪୨.୫%)।
ତେବେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ବା ଗ୍ରାମରୁ ସହରକୁ ଚାଲିଯାଉଥିବା ଶ୍ରମିକଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। କାମ ପାଇଁ ସହରକୁ ଲୋକ ଆସୁ ନ ଥିବାରୁ ସହରାଞ୍ଚଳରେ ଶ୍ରମିକଙ୍କର ଘୋର ଅଭାବ ଦେଖାଦେଇଛି। ଗ୍ରାମାଞ୍ଚଳରେ ବି ଗରିବ ଓ ଶ୍ରମିକ ଶ୍ରେଣୀର ଲୋକମାନେ ମାଗଣାରେ ବା ସ୍ବଳ୍ପ ମୂଲ୍ୟରେ ଖାଇବାକୁ ପାଉଥିବାରୁ ସେମାନେ ଆଉ କୃଷିକ୍ଷେତ୍ରରେ କାମ କରିବାକୁ ମଙ୍ଗୁନାହାନ୍ତି। ଶ୍ରମିକ ଅଭାବରୁ ଠିକାଦାରମାନେ କୌଣସି ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ଭିତରେ ସାରିପାରୁ ନାହାନ୍ତି। ଅଧିକ ମଜୁରି ଯାଚିଲେ ମଧ୍ୟ ସହରାଞ୍ଚଳରେ ବିଭିନ୍ନ ନିର୍ମାଣ କାର୍ଯ୍ୟ କରିବାକୁ ଗ୍ରାମାଞ୍ଚଳରୁ ଲୋକ ଆସୁନାହାନ୍ତି। ଅପରିଣାମଦର୍ଶୀ ମାଗଣା ବଣ୍ଟନ ଯୋଗୁ ଓଡ଼ିଶାର ଶ୍ରମିକ ଶ୍ରେଣୀ ଭିତରେ କାମ କରି ରୋଜଗାର କରିବାର ମାନସିକତା ମରିଗଲାଣି। କେବଳ ଭୋଟ ପାଇବା ପାଇଁ ସରକାର ମାଗଣା ବାଣ୍ଟିବା ବ୍ୟବସ୍ଥା ବନ୍ଦ କରି ଲୋକମାନଙ୍କୁ କାମ କରି ରୋଜଗାର କରିବାକୁ ଉତ୍ସାହିତ କରିବା ଦରକାର। ତାହାଦ୍ୱାରା ରାଜ୍ୟର ତଥା ଦେଶର ଆର୍ଥିକ ଅଭିବୃଦ୍ଧି ଘଟିପାରିବ। ଓଡ଼ିଶାରେ ସାମ୍ପ୍ରତିକ ବ୍ୟବସ୍ଥା ଲକ୍ଷ ଲକ୍ଷ ଅଳସୁଆ ଲୋକଙ୍କୁ ସୃଷ୍ଟି କରିଛି। ଏହି ପରିସ୍ଥିତି ଯୋଗୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଅନ୍ୟ ପଡ଼ୋଶୀ ରାଜ୍ୟରୁ ଓଡ଼ିଶାକୁ ଶ୍ରମିକମାନେ ଆସି କାମ କରୁଛନ୍ତି। ସରଳ ଭାଷାରେ କହିଲେ ରାଜ୍ୟର ଅର୍ଥନୀତି ପାଇଁ ଏହା ଏକ ଦୋହରା ଝଟକା ବା ଦୁଇଗୁଣ କ୍ଷତିକାରକ। ଏହାଦ୍ୱାରା ଆମ ରାଜ୍ୟରୁ ପୁଞ୍ଜି ଅନ୍ୟ ରାଜ୍ୟକୁ ଚାଲିଯାଉଛି ଏବଂ ସାମ୍ପ୍ରତିକ ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଏକ ଅଳସୁଆ ଜନଗୋଷ୍ଠୀ ସୃଷ୍ଟି ହୋଇଛନ୍ତି, ଯେଉଁମାନେ ନିଜର ଜୀବିକାର୍ଜନ ପାଇଁ କିଛି କରୁନାହାନ୍ତି। ଆମ ରାଜ୍ୟର ଅର୍ଥ ବାହାର ରାଜ୍ୟକୁ ଚାଲିଯାଉଥିବାରୁ ରାଜ୍ୟର ମୋଟ ଘରୋଇ ଉତ୍ପାଦରେ ହ୍ରାସ ଘଟୁଥିବା ବେଳେ ରାଜ୍ୟ ସରକାର ପୁଳାଏ ପରାଙ୍ଗପୁଷ୍ଟଙ୍କୁ ପୋଷିଚାଲିଛନ୍ତି। ନିଶ୍ଚିତ ଭାବେ ଏହା ରାଜ୍ୟର ଅର୍ଥନୀତିକୁ ବିଗାଡ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri