ଆଜିଠୁ ନୂଆ ମୋଟର ଯାନ ଆଇନ: ବହୁଗୁଣା ହେଲା ଜରିମାନା ରାଶି

ଭୁବନେଶ୍ୱର, ୧ା୯(ବ୍ୟୁରୋ): ରାଜ୍ୟରେ ନୂଆ ମୋଟର ଯାନ ଆଇନ-୨୦୧୯ ରବିବାରଠାରୁ ଲାଗୁ କରାଯିବ। ମୋଟର ଯାନ ଆଇନ ୧୯୮୮କୁ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଡ଼କ ପରିବହନ ବିଭାଗ ଦ୍ୱାରା ଲୋକମାନଙ୍କୁ ଉତ୍ତମ ସୁବିଧା ଯୋଗାଇଦେବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାର ଶିକାର ଲୋକଙ୍କୁ ଉଦ୍ଧାର କରୁଥିବା ବ୍ୟକ୍ତିଙ୍କ ପାଇଁ ଏଥିରେ କେତେକ ସଂଶୋଧନ କରାଯାଇଛି। ଗାଡି ଧକ୍କାରେ ମୃତାହତ ଲୋକଙ୍କ ପାଇଁ ମୋଟର ଯାନ ଦୁର୍ଘଟଣା ସହାୟତା ପାଣ୍ଠି ଗଠନ କରାଯାଇଛି। ରାସ୍ତାରେ ଯାତାୟାତ କରୁଥିବା ଲୋକମାନଙ୍କୁ ବୀମାଭୁକ୍ତ କରିବା ପାଇଁ ଏହି ଆଇନରେ ବ୍ୟବସ୍ଥା ହୋଇଛି। ସଡକ ସୁରକ୍ଷାରେ ଉନ୍ନତି, ପରିବହନ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧା, ଗ୍ରାମାଞ୍ଚଳ ପରିବହନ ବ୍ୟବସ୍ଥାରେ ଉନ୍ନତି, ଅଟୋମେଶନ ଓ କମ୍ପ୍ୟୁଟରୀକରଣ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ତେବେ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ଏଥିରେ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ଅପ୍ରାପ୍ତ ବୟସ୍କ ପିଲା ଗାଡି ଚଳାଇଲେ ସେମାନଙ୍କ ମାତାପିତା ଓ ଯାନବାହନ ମାଲିକଙ୍କୁ ଜରିମାନା ଦେବା ସହିତ ଜେଲ ଯିବାକୁ ପଡିବ। ଦ୍ରୁତ ଗତିରେ ଗାଡି ଚଲାଇବା, ବିନା ହେଲ୍‌ମେଟ ଓ ମୋବାଇଲରେ କଥା ହୋଇ ଗାଡି ଚଳାଇଲେ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ। ସଂଶୋଧିତ ଆଇନରେ ଜରିମାନା ରାଶିକୁ ବହୁଗୁଣା ବୃଦ୍ଧି କରାଯାଇଛି। ସାଧାରଣ ନିୟମ ଉଲ୍ଲଂଘନ କଲେ ପୂର୍ବରୁ ପ୍ରଥମ ଥର ପାଇଁ ୧୦୦ ଟଙ୍କା ଜରିମାନା କରାଯାଉଥିବା ବେଳେ ଦ୍ୱିତୀୟ ଥର ପାଇଁ ୩୦୦ ଟଙ୍କା ହେଉଥିଲା। ସେପ୍ଟେମ୍ବର ପହିଲାରୁ ଏହା ଯଥାକ୍ରମେ ୫୦୦ ଓ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡ୍ରାଇଭିଂ ନିୟମ ଉଲ୍ଲଂଘନ କଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ବିନା ଟିକେଟରେ ଯାତ୍ରା କଲେ ୨୦୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ପରିବହନ କର୍ତ୍ତୃପକ୍ଷଙ୍କ ନିୟମକୁ ଅବମାନନା କଲେ ୫୦୦ ବଦଳରେ ୨ ହଜାର, ଜାଣିଶୁଣି ସୂଚନା ନ ଦେଲେ ୫୦୦ରୁ ୨ ହଜାର, ଅନ୍ୟକୁ ଗାଡି ଚଳାଇବାକୁ ଦେଲେ ୧ ହଜାରରୁ ୫ ହଜାର, ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫୦୦ରୁ ୫ ହଜାର, ଅଯୋଗ୍ୟ ଘୋଷିତ ପରେ ଗାଡି ଚଳାଇଲେ ୫ରୁ ୧୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି। କଣ୍ଡକ୍ଟର ଲାଇସେନ୍ସ ଅପରାଧ ମାମଲା ପାଇଁ ୧୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଏହି ସଂଶୋଧିତ ଆଇନରେ କେତେକ ନୂତନ ଜରିମାନାର ବ୍ୟବସ୍ଥା କରାଯାଇଛି। ମୋଟର ଯାନ ଆଇନ ସପ୍ତମ ପରିଚ୍ଛେଦକୁ ଉଲ୍ଲଂଘନ କରି ଯାନବାହନ ବିକ୍ରି କଲେ ନିର୍ମାତା, ଡିଲରଙ୍କ ଉପରେ ପ୍ରତ୍ୟେକ ଗାଡି ପିଛା ୧ ଲକ୍ଷ ଟଙ୍କାର ଜରିମାନା କରାଯିବ। ସେହିପରି ଯଦି ଗାଡି ନିର୍ମାତା ଆଇନକୁ ଉଲ୍ଲଂଘନ କରିବେ ତେବେ ତାଙ୍କୁ ୧୦୦ କୋଟି ଟଙ୍କା, ବିପଦପୂର୍ଣ୍ଣ ଗାଡିକୁ ଅଯୋଗ୍ୟ ବ୍ୟକ୍ତିଙ୍କୁ ବିକ୍ରି କଲେ ୧ ଲକ୍ଷ, ଆଇନ ବିରୋଧରେ ଗାଡିର କୌଣସି ଯନ୍ତ୍ରାଂଶକୁ ବଦଳାଇଲେ ପ୍ରତିବଦଳ ଅଂଶ ପାଇଁ ୫ ହଜାର, ଅଣପଞ୍ଜୀକୃତ ଏବଂ ଗାଡିର ଫିଟ୍‌ନେସ ନ ଥିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ହାଲୁକା ଯାନକୁ ଦ୍ରୁତ ଗତିରେ ଚଳାଇଲେ ୧ ହଜାର ବଦଳରେ ୨ ହଜାର, ଯାତ୍ରୀବାହୀ ଗାଡିକୁ ଅତ୍ୟଧିକ ବେଗରେ ଚଳାଇଲେ ୪ ହଜାର, ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା କଲେ ୧ ହଜାର ପରିବର୍ତ୍ତେ ୧୦ ହଜାର, ଟ୍ରାଫିକ୍‌ରେ ନାଲିବତି ଉଲ୍ଲଂଘନ, ବନ୍ଦ ଥିବା ବେଳେ ଯିବା, ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର, ନୋ ଓଭର ଟେକିଂ ଜୋନରେ ଓଭରଟେକ କରିବା, ଯାନବାହନର ବିପରୀତ ଦିଗରୁ ଗାଡି ଚଳାଇବା, ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇଲେ ପ୍ରଥମ ଥର ପାଇଁ ୫ ହଜାର ଓ ଦ୍ୱିତୀୟ ଥର ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ମଦ୍ୟପାନ କରି ଗାଡି ଚଳାଇଲେ ୩ ହଜାର ବଦଳରେ ୧୫ ହଜାର, ମାନସିକ ଓ ଶାରୀରିକ ଅସୁସ୍ଥ ବ୍ୟକ୍ତି ଗାଡି ଚଳାଇବା ପାଇଁ ୫୦୦ରୁ ୨ ହଜାର, ଦୁର୍ଘଟଣା ଘଟାଇବା ପାଇଁ ୧ ହଜାରରୁ ୧୦ ହଜାର, ରେସିଂ ସ୍ପିଡ୍‌ରେ ଗାଡି ଚଳାଇଲେ ୫୦୦ରୁ ୧୦ ହଜାର, ଅସୁରକ୍ଷିତ ଯାନକୁ ଚଳାଇବା ପାଇଁ ୧ ହଜାରରୁ ୧୫୦୦, ବାୟୁ ଓ ଶବ୍ଦ ପ୍ରଦୂଷଣ ପାଇଁ ୨ ହଜାରରୁ ୧୦ ହଜାର, ଶରୀର କିମ୍ବା ସମ୍ପତ୍ତିକୁ କ୍ଷତି ପହଞ୍ଚାଇଲେ ୧ ହଜାରରୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ। ସେହିପରି ଯାନବାହନରେ ବିସ୍ଫୋରକ ସାମଗ୍ରୀ ନେବା ପାଇଁ ୫ ହଜାରରୁ ୧୦ ହଜାର, ବିନା ସିଟ୍‌ ବେଲ୍‌ଟରେ ଗାଡି ଚଳାଇଲେ ୧ ହଜାର, ଦୁଇଚକିଆ ଯାନରେ ଦୁଇଜଣରୁ ଅଧିକ ଗଲେ ୧ ହଜାର, ବିନା ହେଲ୍‌ମେଟରେ ଗାଡି ଚଳାଇଲେ ୧ ହଜାର, ବିନା ପଞ୍ଜୀକରଣରେ ଗାଡି ଚଳାଇଲେ ୧୦ ହଜାର, ବିନା ଅନୁମତିରେ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ପଡିବ। ସେହିପରି ଗାଡି ପଞ୍ଜୀକରଣ ପାଇଁ ଆବେଦନ ନ କରି କିମ୍ବା ଜାଲ କାଗଜପତ୍ର କରି ଗାଡି ବିକିଲେ ଡିଲରଙ୍କୁ ୧୫ଗୁଣା ଟିକସ ଆକାରରେ ଜରିମାନା ଦେବାକୁ ହେବ। ଓଭର ଲୋଡିଂ ପାଇଁ ୨୦ ହଜାର ଏବଂ ପ୍ରତି ଟନ ପିଛା ୨ ହଜାର, ଅଧିକ ଯାତ୍ରୀ ନେଲେ ପ୍ରତି ଯାତ୍ରୀ ପିଛା ୨୦୦ ଟଙ୍କା ଜରିମାନା ଆକାରରେ ଦେବାକୁ ପଡିବ। ଏହିପରି ଆହୁରି ଅନେକ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ମୋଟର ଯାନ ଆଇନ ସେପ୍ଟେମ୍ବର ପହିଲାରୁ କଡାକଡି ଭାବେ ଲାଗୁ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଶନିବାର ସଚିବାଳୟଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?