ଆଜିଠୁ ଏସ୍‌ଡିସି ଫୁଟବଲ କପ୍‌

ଫୁଲବାଣୀ ଅଫିସ, ୨୪ା୨-ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍‌ ଏସ୍‌ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍‌ ୨୦୨୦ ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାରଠାରୁ ଲିଗ୍‌ ପର୍ଯ୍ୟାୟ ଆରମ୍ଭ ହେବ। ସ୍ଥାନୀୟ କରୋନେଶନ ପଡିଆରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ସକାଳ ୭ଟାରେ ଆରମ୍ଭ ହେବ। ପ୍ରତ୍ୟେକ ଦିନ ୪ଟି ମ୍ୟାଚ ଖେଳାଯିବ ବୋଲି ରବିବାର ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା (ଆଇଟିଡିଏ) ସଭାଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆଇଟିଡିଏ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ସୂଚନା ଦେଇଛନ୍ତି।
ଏହି ଜିଲାସ୍ତରୀୟ ଲିଗ୍‌ ୨୮ ପର୍ଯ୍ୟନ୍ତ ବାରିପଦା ଏବଂ ଫୁଲବାଣୀରେ ଅନୁଷ୍ଠିତ ହେବ। କନ୍ଧମାଳରେ କନ୍ଧମାଳ, କୋରାପୁଟ, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ (ବି) ଟିମ୍‌ ଖେଳିବ। ଖେଳାଳିମାନେ ପହଞ୍ଚି ଅଭ୍ୟାସ କରିଛନ୍ତି। ୧୭ ବର୍ଷରୁ ୩ା୫ ବର୍ଷ ମଧ୍ୟରେ ଖେଳାଳି ଏଥିରେ ଭାଗ ନେଇଛନ୍ତି। ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ମାର୍ଚ୍ଚ ୨ରେ ସେମିଫାଇନାଲ କେନ୍ଦୁଝର ଏବଂ ସୁନ୍ଦରଗଡ, ୫ ତାରିଖରେ ଫାଇନାଲ ମ୍ୟାଚ କଟକ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଜେତା ଦଳକୁ ୨ ଲକ୍ଷ, ଉପବିଜେତାକୁ ୧ ଲକ୍ଷ, ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୫୦ ହଜାର ଏବଂ ୪ର୍ଥ ସ୍ଥାନରେ ଥିବା ଦଳକୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରତିଦିନ ପ୍ଲେୟାର ଅଫ ଦ ମ୍ୟାଚଙ୍କୁ ୩ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ। ଏହି ପ୍ରତିଯୋଗିତାରେ ୯ଟି ଜିଲା ଭାଗ ନେଇଛନ୍ତି। ପ୍ରତି ଜିଲାରୁ ୨୦ ଜଣିଆ ଦଳ ଖେଳିବା ପାଇଁ ଚୟନ କରାଯାଇଛି। ୯୦ମିନିଟ ଧରି ମ୍ୟାଚ ହେବ। ୪୫ ମିନିଟ୍‌ ଲେଖାଏ ଦୁଇଟି ସୋପାନରେ ଖେଳ ହେବ। ଜିତିବା ଟିମ୍‌କୁ ୩ ପଏଣ୍ଟ ମିଳିବ। ଯଦି ମ୍ୟାଚ ଟାଇ ହୁଏ, ତେବେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ଦିଆଯିବ ବୋଲି ସୂଚନା ମିଳିଛି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ମ୍ୟାଚ କମିଶନର ଦୁର୍ଗାମାଧବ ନାୟକ, ଏସ୍‌ଡିସି ରାଜ୍ୟ କୋ-ଅର୍ଡିନେଟର ସ୍ବଦେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

‘ଲୋକ ସଭା, ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯାଉ’

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ନାରୀ ନିର୍ଯାତନା ବଢି ଚାଲିଛି । ଗତ ୨ବର୍ଷ ମଧ୍ୟରେ ଓଡିଶା ନାରୀ ନିର୍ଯାତନା କ୍ଷେତ୍ରରେ ଦେଶରେ ଏକ ନମ୍ବର ହୋଇଛି ।…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

ପ୍ରେମିକ ସହ ସ୍ତ୍ରୀ ରଖୁଥିଲେ ଶାରୀରିକ ସମ୍ପର୍କ: ପ୍ଲାନ ପକାଇ ଧରିଦେଲେ ସ୍ବାମୀ, ଗୋଟେ ଘରେ ଉଲଗ୍ନ କରି…

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡ଼ା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ସ୍ଵାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ ପ୍ରେମିକ ସହ…

ପ୍ରଶାସନ ଫେଲ୍, ସାହାରା ସାଜିଲା କମ୍ପାନୀ: ଥୁଆମୂଳ ରାମପୁରରେ ତାତି ବଢ଼ୁଛି, ଜଳଛତ୍ର ନାହିଁ

ଥୁଆମୂଳରାମପୁର,୨୯।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ତାପମାତ୍ରା ୩୮ ଡିଗ୍ରୀ ସେଲସିଅସରୁ ବୃଦ୍ଧି ପାଇ ୪୫…

ଅଘୋଷିତ ବିଦ୍ୟୁତ କାଟରେ ଅସହ୍ୟ ଲାଞ୍ଜିଗଡ ଗ୍ରାମବାସୀ: ଗ୍ରିଡ୍‌ରେ ତାଲା ପକାଇ ଧାରଣା, ଟାଟା ପାୱାର ଯନ୍ତ୍ରୀଙ୍କ ସହ ଆଲୋଚନା

ଲାଞ୍ଜିଗଡ, ୨୯।୫ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ବ୍ଲକ ଅଞ୍ଚଳବାସୀ ଶୁକ୍ରବାର ଲାଞ୍ଜିଗଡ ଟାଟା ପାୱାର ବିଦ୍ୟୁତ ଗ୍ରିଡ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri