ଆଖଣ୍ଡଳମଣିଙ୍କ ଜାଗର ମହୋତ୍ସବ ପ୍ରସ୍ତୁତି

ଭଦ୍ରକ ଅଫିସ,୩୦।୧ – ଭଦ୍ରକ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ବୁଧବାର ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ଜାଗର ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃୟାରୀ ୨୧ରେ ଥିବା ମହାଶିବରାତ୍ରି ପାଇଁ ଆୟୋଜିତ ଏହି ବୈଠକକୁ ବାବାମଣିଙ୍କ ଜାଗରଯାତ୍ରା ଉପଲକ୍ଷେ ହେବାକୁ ଥିବା ନୀତିକାନ୍ତି ସହ ସମ୍ପୃକ୍ତ ସେବାୟତମାନେ ବର୍ଜନ କରିଛନ୍ତି। ପୀଠ ପରିସରରେ ନୂତନ ଶ୍ରାବଣୀ ମଣ୍ଡପ ତିଆରି କରା ନ ଯିବା, ଶିବଗଙ୍ଗା ପୁଷ୍କରିଣୀ ମଧ୍ୟରେ ଚନ୍ଦନ ମନ୍ଦିର ନିର୍ମାଣ ନ ହେବା, ଆଗନ୍ତୁକ ଭକ୍ତଙ୍କ ପାଇଁ ପରିସ୍ରାଗାର ବ୍ୟବସ୍ଥା ନ ଥିବା ନେଇ ଏହି ସେବାୟତମାନେ ପ୍ରଶାସନର ଦୃଷ୍ଟିଆକର୍ଷଣ କରିଆସୁଥିଲେ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନ ଥିବା ଅଭିଯୋଗ କରି ମହାଦୀପ ସେବାୟତ ଅମର ପାଢ଼ୀ, କନିକା ରାଜାଙ୍କ ପହିଲି ଘର୍ଷଣ ଲାଗି କରୁଥିବା ବଡ଼ପଣ୍ଡାଙ୍କ ପ୍ରତିନିଧି ବାବାଜୀ ଶଙ୍କର ପାଢ଼ୀ, ପାଳିଆ ସେବାୟତ ଓ ପ୍ରହର ପୂଜାରେ ନିୟୋଜିତ ଥିବା ସେବାୟତ ପ୍ରସ୍ତୁତି ବୈଠକରେ ଯୋଗ ଦେଇ ନ ଥିଲେ।
ଜାଗରଯାତ୍ରା ଉପଲକ୍ଷେ ବାବାମଣିଙ୍କ ନୀତିନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି ପରେ କନିକା ରାଜାଙ୍କ ତରଫରୁ ପହିଲି ଘର୍ଷଣ ଭୋଗ, ୫ଟା ୪୫ରୁ ରାତି ୧୧ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦିଅଁ ଦର୍ଶନ ଏବଂ ଘର୍ଷଣ ଭୋଗ ପରେ ବିଭିନ୍ନ ସମୟରେ ବିଭିନ୍ନ ପୂଜା ଉପଚାର ଅନୁଷ୍ଠିତ ହେବ। ରାତି ୧୨ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସୁନାବେଶ ସମ୍ପୂର୍ଣ୍ଣ ଏବଂ ମହାଦୀପ ପ୍ରସ୍ତୁତି, ୧ଟା ୩୦ରୁ ୩ଟା ୧୫ରେ ସର୍ବସାଧାରଣଙ୍କ ସୁନାବେଶ ଦର୍ଶନ। ପରେ ୪ଟା ୧୫ ମଧ୍ୟରେ ମହାଦୀପ ପୂଜା ସହ ୪ଟା ୧୫ରୁ ସାଢ଼େ ୪ଟା ମଧ୍ୟରେ ମହାଦୀପ ଗମ୍ଭୀରାରୁ ଆନୟନ ଓ ଶ୍ରୀଜୀଉଙ୍କ ପହଡ଼। ୪ଟା ୩୦ରୁ ଭୋର ୫ଟା ମଧ୍ୟରେ ମହାଦୀପ କୀର୍ତ୍ତନ ସହ ବେଢା ପରିକ୍ରମା ପରେ ମନ୍ଦିର ଚୂଡ଼ାରେ ସ୍ଥାପନ ହେବ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେତୁ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜିଲା ପ୍ରଶାସନ ଓ ମ୍ୟାନେଜିଂ ଟ୍ରଷ୍ଟି ତରଫରୁ ବିହିତ ପଦକ୍ଷେପ ନିଆଯିବ। ଟ୍ରଷ୍ଟ ବୋର୍ଡ ସଭାପତି ତଥା ଉପଜିଲାପାଳ ପୀତାମ୍ବର ସାମଲଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ତଥ୍ୟ ଉପସ୍ଥାପନ କରିଥିଲେ। ଅଧିକ ପୋଲିସ ଫୋର୍ସ ବ୍ୟବସ୍ଥା, ରାତ୍ରିକାଳୀନ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା, ପର୍ଯ୍ୟାପ୍ତ ଆଲୋକ, ରାସ୍ତାଘାଟ ମରାମତି ଓ ଗମନାଗମନ ଆଦି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚଳିତବର୍ଷ ଜାଗରଯାତ୍ରା ଦିନ ଭକ୍ତମାନଙ୍କ ସୁରକ୍ଷା ପାଇଁ ସନ୍ଧ୍ୟା ୬ଟା ପରେ ଡଙ୍ଗା ଚଳାଚଳ ବନ୍ଦ ରଖିବା ସହିତ ଯାତ୍ରିବାହୀ ଗାଡ଼ି ଏବଂ ଡଙ୍ଗାଗୁଡ଼ିକରେ ଅତ୍ୟଧିକ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯାଇଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲାପରିଷଦ ସଭାପତି ଦ୍ୱିଜବର ରାଉତ, ସିଡିଏମ୍‌ଓ ଡା. ଜଗନ୍ନାଥ ପହି, ଏସ୍‌ଡିପିଓ ମନୋରଞ୍ଜନ ସାମଲ, ସେବାୟତ ପ୍ରତିନିଧି ସରୋଜ ପାଢୀଙ୍କ ସମେତ ବହୁ ଅଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପଲେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ବାଣିଜ୍ୟ ଦିବସ: ଆଧୁନିକ ଭାରତ ନିର୍ମାଣରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ଛତ୍ରପୁର,୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ ସୋମବାର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଜୟ…

ଲୁଗା ବ୍ୟବସାୟୀଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ: ସୁନା ଗହଣା ସବୁ ଲୁଟିନେେଲେ

ଦାରିଙ୍ଗବାଡ଼ି, ୩।୮(ଅରୁଣ ସାହୁ ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ର ଲୁଗା ବ୍ୟବସାୟୀ ଅଶୋକ ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ…

ବନ ନିଗମର ବିଭିନ୍ନ ସମସ୍ୟା ସମାଧାନ ଦାବି: ଖାଲି ପଦବୀ ପୂରଣ ଉପରେ ଗୁରୁତ୍ୱ

ଭଞ୍ଜନଗର, ୩।୮(ବାବୁଲା ପ୍ରଧାନ): ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ପାଦକ ସମ୍ମିଳନୀ ସୋମବାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ରଙ୍କ…

ଶ୍ରାବଣ ସୋମବାରରେ ପାଟଣା ଅଞ୍ଚଳରେ ଭକ୍ତିମୟ ପରିବେଶ, ହରହର ମହାଦେବ ଧ୍ବନୀରେ ପ୍ରକମ୍ପିତ ମନ୍ଦିର

ପାଟଣା,୩ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳର ଶୈବ ପୀଠ ଗୁଡ଼ିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରାବଣ ମାସ ପ୍ରଥମ ସୋମବାର…

ପାନବରଜରେ ଗୁଳିମାଡ଼ ଘଟଣାର ପର୍ଦ୍ଧାଫାଶ କଲା ପୋଲିସ, ପ୍ଲଟ୍‌ ବ୍ୟବସାୟରୁ ହୋଇଥିଲା ବିବାଦ

ଖୋର୍ଦ୍ଧା,୩।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପାନବରଜ ଗ୍ରାମରେ ଗୁଳିକାଣ୍ଡ ମାମଲାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା…

ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ରେ ସେକ୍ସ ରାକେଟ୍‌ ଠାବ, ପ୍ରଲୋଭନ ଦେଖାଇ…

ରାଉରକେଲା,୩ା୮(ସଙ୍ଗୀତା ଜେନା): ସହରର ସିଭିଲ୍ ଟାଉନ୍‌ସିପ୍ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ (ଦେହବ୍ୟାପାର) ଠାବ ହୋଇଛି। ରଘୁନାଥପାଲୀ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର…

ଏନ୍‌ଲିନୋ ପାଇଁ ସତର୍କ କଲେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର,୩।୮: ରାଜ୍ୟରେ ବନ୍ୟା ପ୍ରକୋପ ହ୍ରାସ ପାଇଥିବା ସର୍ବୋଚ୍ଚ ଯନ୍ତ୍ରୀ ସୋମବାର ପ୍ରକାଶ କରିଛନ୍ତି। ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ।…

ଶ୍ରାବଣ ସୋମବାରରେ ତିନି ରାଜ୍ୟରୁ ଆସିଲେ ଭକ୍ତ, ସ୍ଥାନୀୟ ଯୁବକଙ୍କ ପକ୍ଷରୁ ନିଆଗଲା ବଡ଼ ପଦକ୍ଷେପ

କଲ୍ୟାଣସିଂହପୁର, ୩।୮(ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଐତିହାସିକ ଦେବଗିରି ଶୈବପୀଠ ଉତ୍ସବମୁଖର ହୋଇଉଠିଛି। ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri