ଆକ୍ରମଣ, ପ୍ରତି ଆକ୍ରମଣ ଘଟଣା, ୬ ଗିରଫ

ଆସିକା,୧୬ା୧(ଡି.ଏନ.ଏ.): କୋଟିନଡା ଥାନା ଅନ୍ତର୍ଗତ ବେଣିଆ ଗ୍ରାମରେ ରବିବାର ରାତିରେ ଘଟିଥିବା ଆକ୍ରମଣ ଓ ପ୍ରତିଆକ୍ରମଣ ଘଟଣାରେ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପରସ୍ପର ବିରୋଧୀ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ପୋଲିସ ଗୋଟିଏ ପକ୍ଷର ୬ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା ସୂଚନା ଦେଇଛନ୍ତି। ବେଣିଆ ଗ୍ରାମର ଚନ୍ଦନ କାମ୍ପଙ୍କୁ ଛୁରାମାଡ଼ କରାଯାଇଥିବା ନେଇ ତାଙ୍କ ମା’ ନୟନୀ କାମ୍ପ ନୂଆଗାଁ ଗ୍ରାମର ଅଜୟ ବିଶ୍ୱାଳ ଓ ମଙ୍ଗୁଳୁ ପରିଡାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଅଭିଯୋଗକୁ ଭିତ୍ତି କରି କୋଟିନଡା ଥାନାରେ ନଂ.୯/୨୩ରେ ମାମଲା ରୁଜୁ କରିଛି ା ସେହିଭଳି ପ୍ରତି ଆକ୍ରମଣରେ ଗୁରୁତର ଆହତ ନୂଆଗାଁ ଗ୍ରାମର ମଙ୍ଗୁଳୁ ପରିଡାଙ୍କ ବାପା ବିପ୍ର ପରିଡା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ଅନ୍ୟ ଜଣେ ସହଯୋଗୀଙ୍କ ସହ ବେଣିଆ ଗ୍ରାମକୁ ବ୍ୟକ୍ତିଗତ କାର୍ଯ୍ୟରେ ଯାଇ ଫେରୁଥିଲା ବେଳେ ସେଠାରେ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଏ ନେଇ ନଂ.୧୦/୨୩ରେ ମାମଲା ରୁଜୁ କରାଯାଇଛି ା ଏହି ମାମଲାରେ ପୋଲିସ ବେଣିଆ ଗ୍ରାମର ଦଇତାରି ବାରିକ, ପବିତ୍ର କାମ୍ପ, ଆଶିସ କୁମାର ସ୍ବାଇଁ, ଜଗନ୍ନାଥ କାମ୍ପ, ଚନ୍ଦନ ସ୍ବାଇଁ ଓ ଦିପୁ ଲେଙ୍କାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ା ଅନ୍ୟ ଅଭିଯୁକ୍ତଙ୍କ ଠାବ ଲାଗି ପୋଲିସ ଉଦ୍ୟମ ଜାରି ରହିଥିବା କୁହାଯାଇଛି ା ଛୁରା ମାଡରେ ଆହତଙ୍କ ମା’ କରିଥିବା ମାମଲାର ଅଭିଯୁକ୍ତ ଚିକିତ୍ସାଧୀନ ଥିବାରୁ ସେମାନଙ୍କୁ ଗିରଫ କରାଯାଇପାରି ନ ଥିବା ପୋଲିସ କହିଛି। ଉଭୟ ପକ୍ଷ ନିଶାସକ୍ତ ଅବସ୍ଥାରେ ଥାଇ ପରସ୍ପର ମଧ୍ୟରେ ବଚସାରୁ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିବା ପୋଲିସ ତଦନ୍ତରୁ ଜଣାପଡିଛି ବୋଲି ଥାନା ଅଧିକାରୀ ସାହା ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ରବିବାର ରାତ୍ର ପ୍ରାୟ ୮ଟାରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ଓ ବଚସାରୁ ବେଣିଆ ଗ୍ରାମର ଚନ୍ଦନଙ୍କୁ ଛୁରାମାଡ ହୋଇଥିଲା ବେଳେ ଚନ୍ଦନଙ୍କ ସମର୍ଥକଙ୍କ ପ୍ରତି ଆକ୍ରମଣରେ ମଙ୍ଗୁଳୁ ଓ ଅଜୟ ଗୁରୁତର ଆହତ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri