ଆକ୍ରମଣ କରି ଟଙ୍କା, ବାଇକ ଲୁଟ୍‌ ଘଟଣା: ୩ ଗିରଫ

ଛତ୍ରପୁର,୨୧ା୯(ଡି.ଏନ.ଏ)- ଚମାଖଣ୍ଡି ଥାନା ଅଧୀନ ବନ୍ଦର ଗାଁକୁ ଯିବା ରାସ୍ତାରେ ଗତ ୧୭ ତାରିଖ ସ୍ପଷ୍ଟ ଦିବାଲୋକରେ ଏଲ୍‌. ଯୋଗେଶଙ୍କୁ ସଂଘବନ୍ଧ ଆକ୍ରମଣ କରାଯାଇଥିଲା। ତାଙ୍କଠାରୁ ୩୮ ହଜାର ଟଙ୍କା ଓ ବାଇକ୍‌ ଲୁଟ୍‌ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଚମାଖଣ୍ଡି ପୋଲିସ ଗିରଫ କରିଛି। ସେମାନେ ହେଲେ କୂଅପଲ୍ଲୀର ସନ୍ତୋଷ ପ୍ରଧାନ, ନାରାୟଣପୁରର ଗିରିଧାରୀ ପ୍ରଧାନ ଓ ଦିବାକର ପ୍ରଧାନ। ଏମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ସହଦେବ ମହାପାତ୍ର ସୂଚନା ଦେଇଛନ୍ତି। ଏଥିସହ ଲୁଟ୍‌ ହୋଇଥିବା ବାଇକ୍‌ ଉଦ୍ଧାର ହୋଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ୫ ଜଣଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି।
୧୭ ତାରିଖ ଅପରାହ୍ନରେ ବନ୍ଦର ଗାଁର ଯୋଗେଶ ବାଇକ ଯୋଗେ ଚମାଖଣ୍ଡିରୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କୁ ୮ ଜଣ ଅଟକାଇ ୮ ହଜାର ଟଙ୍କା ଛଡାଇ ନେଇଥିଲେ। ସେମାନେ ଯୋଗେଶଙ୍କ ଏଟିଏମ୍‌ କାର୍ଡ ନେଇଯାଇ ପିନ୍‌ ନମ୍ବର ମାଗିଥିଲେ। ଯୋଗେଶ ସେ ସମୟରେ ଭୁଲ୍‌ ନମ୍ବର କହିଥିଲେ। ୨ ଅଭିଯୁକ୍ତ ଯୋଗେଶଙ୍କ ବାଇକ୍‌ ଓ ଏଟିଏମ କାର୍ଡ ନେଇ ଟଙ୍କା ଉଠାଇବାକୁ ଯାଇଥିଲେ। ଅନ୍ୟମାନେ ନିକଟସ୍ଥ ଏକ ଜଙ୍ଗଲରେ ଯୋଗେଶଙ୍କୁ କାବୁ କରି ରଖିଥିଲେ। ପିନ୍‌ ନମ୍ବର ଭୁଲ ଯୋଗୁ ୨ ଅଭିଯୁକ୍ତ ଏଟିଏମରୁ ଟଙ୍କା ଉଠାଇ ପାରୁ ନ ଥିବା ତାଙ୍କ ସହଯୋଗୀଙ୍କୁ ଫୋନରେ କହିଥିଲେ। ପରେ ମାଡ ମାରି ଯୋଗେଶଙ୍କଠାରୁ ଠିକ୍‌ ପିନ୍‌ ନେଇ ଅଭିଯୁକ୍ତମାନେ ତାଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ଉଠାଇ ନେଇଥିଲେ। ପରେ ଯୋଗେଶଙ୍କୁ ସେମାନେ ଛାଡି ଚାଲି ଯାଇଥିଲେ। ଏ ନେଇ ଚମାଖଣ୍ଡି ଥାନାରେ ଯୋଗେଶଙ୍କ ଏତଲା ପ୍ରକାରେ ପୋଲିସ ଏକ ମାମଲା (ନଂ.୧୧୧/୧୯) ରୁଜୁ କରି ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri