ଆକୃଷ୍ଟ କରୁଛି ଡିଜିଟାଲ ଫଟୋଗ୍ରାଫି

ନୟାଗଡ଼ ଅଫିସ,୧୯ା୮ (ରଞ୍ଜନ କୁମାର ପ୍ରଧାନ): ଦୁଇ ଦଶନ୍ଧି ପୂର୍ବରୁ ପରିବାର ସହିତ ଷ୍ଟୁଡ଼ିଓରେ ଯାଇ ଫଟୋ ଉଠାଇବା କିମ୍ବା ଘରକୁ କ୍ୟାମେରାମ୍ୟାନ୍‌ ଆସି ଫଟୋ ଉଠାଇବା ମଜା ସତରେ ନିଆରା ଥିଲା। କୋଡାକ୍‌ କ୍ୟାମେରାରେ ଉଠାଯାଉଥିବା କଳାଧଳା/ରଙ୍ଗିନ ଫଟୋ ଲାଗି ପରିବାର ଭିତରେ ଅନେକ ଉତ୍ସାହ ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ଯୁଗ ବଦଳିଛି। ରିଲ୍‌ କ୍ୟାମେରା ବଦଳରେ ଡିଜିଟାଲ କ୍ୟାମେରାର ବହୁଳ ପ୍ରଚଳନ ହେଉଛି। ଏହି ଫଟୋଗ୍ରାଫି ବର୍ତ୍ତମାନ ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରୁଛି। ଆଉ ଟିକେ ଆଗକୁ ଗଲେ ଏବେ ବିଭିନ୍ନ ମୋବାଇଲ୍‌ରେ ଉନ୍ନତମାନର ଫଟୋ ଉଠାଇବା ଆପ୍‌ ରହୁଥିବା ଦେଖିବାକୁ ମିଳୁଛି। ଏହା ଫଟୋର ସୌନ୍ଦର୍ଯ୍ୟକୁ ମଧ୍ୟ ଦ୍ୱିଗୁଣିତ କରୁଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିମାନେ ଫଟୋ ଉଠାଇ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ କରୁଛନ୍ତି। ଏହା ପରେ କେତେ ଲାଇକ୍‌ ଓ କମେଣ୍ଟ ଆସୁଛି ତାହା ଗଣନା କରୁଛନ୍ତି। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ଫଟୋଗ୍ରାଫି ପ୍ରତି ଦୁର୍ବଳତା ଥିବା ଦେଖାଯାଉଛି। ନୟାଗଡ଼ ଜିଲାର ଏହିଭଳି ଅନେକେ ଅଛନ୍ତି, ଯେଉଁମାନେ ଏବେ ବୃତ୍ତିଗତ ଫଟୋଗ୍ରାଫର। ପ୍ରତିବର୍ଷ ଅଗଷ୍ଟ ୧୯କୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଜିଲାର କେତେଜଣ ଫଟୋଗ୍ରାଫରଙ୍କ ମତାମତକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ରିପୋର୍ଟ।
କ’ଣ କହନ୍ତି ଏମାନେ…
– ପ୍ରକୃତିର ସୁନ୍ଦରତା ମଣିଷର ଦୃଷ୍ଟି ଶକ୍ତିରେ ଥାଏ। ମୁଁ କୌଣସି ଜିନିଷକୁ ଯେଭଳି ଦେଖୁଛି ଅନ୍ୟମାନଙ୍କ ନଜରରେ ତାହା ସେୟା ହୋଇ ନ ପାରେ। ପ୍ରତି ଫଟୋ ପଛରେ ଏକ କାହାଣୀ ଥାଏ। ଯାହା ଫଟୋକୁ ସୁନ୍ଦରରୁ ଅତି ସୁନ୍ଦର କରିଥାଏ। ଭଲ ବା ଖରାପ ଫଟୋ କିଛି ନାହିଁ। ୨୦୦୪ ମସିହାରୁ ମୁଁ ଫଟୋ ଉଠାଉଛି। ୮୦୦ ଟଙ୍କା ଦେଇ ଏକ କୋଡ଼ାକ୍‌ ରିଲ୍‌ କ୍ୟାମେରା ଆଣିଥିଲି। ସେଥିରେ ବିଭିନ୍ନ ଫଟୋ ଉଠାଏ, ଯାହାକୁ ନେଇ ଘରେ ଗାଳି ଶୁଣିଥିଲି। ପରେ ଏହାକୁ ବ୍ୟବସାୟରେ ପରିଣତ କରିଦେଲି। ବର୍ତ୍ତମାନ ଅନେକ ଫିଲ୍ମରେ କ୍ୟାମେରାମ୍ୟାନ୍‌ ଭାବେ କାମ କରିବା ସହ ବିଭିନ୍ନ ପ୍ରକାର ଫଟୋ ଉଠା ଜାରି ରଖିଛି।
କାହ୍ନା ସ୍ବାଇଁ, ନୟାଗଡ଼

– ୧୯୯୯ ମସିହାରୁ ଫଟୋ ଉଠାଉଛି। ଏଥିପ୍ରତି ଦୁର୍ବଳତା ଥିବାରୁ ଫଟୋଗ୍ରାଫି ପାଇଁ ଆକୃଷ୍ଟ ହେଲି। କ୍ୟାମେରା ଲେନ୍ସରେ ପ୍ରକୃତିଠାରୁ ଆରମ୍ଭ କରି ବିଭିନ୍ନ ଜିନିଷକୁ ବାନ୍ଧି ରଖିବାର ମଜା ନିଆରା, ଯାହାଦ୍ୱାରା ସ୍ମୃତିକୁ ସାଇତି ରଖାଯାଇପାରିବ। ଭଲ ଫଟୋ ଉଠିବା ଜଣେ ଫଟୋଗ୍ରାଫରର ଶୈଳୀ ଉପରେ ନିର୍ଭର କରିଥାଏ। ବେଳେବେଳେ ଅତି ସାଧାରଣ ଦୃଶ୍ୟଟିଏ କ୍ୟାମେରା ଲେନ୍ସରେ ଚମତ୍‌କାର ଫଟୋ ପାଲଟିଯାଏ। ଫଟୋଟିଏ ଉଠାଯିବା ପରେ ଏହା ଯୁଗ ଯୁଗ ପାଇଁ ଫଟୋ ଫ୍ରେମ ନ ହେଲେ ଆଲବମ୍‌ ଭିତରେ ସାଇତି ହୋଇ ରହିଥାଏ। ଏହା ପର ମୁହୂର୍ତ୍ତରେ ଆନନ୍ଦିତ କରିଥାଏ।
ବିଶ୍ୱନାଥ ବେହେରା, ନୟାଗଡ଼

– କିଛିବର୍ଷ ପୂର୍ବେ ଫଟୋର ଚାହିଦା କମି ଯାଇଥିଲା। ହେଲେ ବର୍ତ୍ତମାନ ଏହାର ଚାହିଦା ବଢ଼ିବାରେ ଲାଗିଲାଣି। ଭଲ ଫଟୋଟିଏ ପାଇଁ ଲୋକମାନେ ଅଧିକ ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି। ପୂର୍ବରୁ ବାହାଘରରେ କେବଳ ଭିଡିଓ ରେକର୍ଡ଼ିଂ ହେଉଥିଲା। ବର୍ତ୍ତମାନ ଫଟୋସୁଟ୍‌ ପାଇଁ ବର/କନ୍ୟା ପରିବାର ପକ୍ଷରୁ ଅଧିକ ଟଙ୍କା ଦେବାକୁ ଦ୍ୱିଧାବୋଧ କରୁନାହାନ୍ତି। ମେହେନ୍ଦିଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ପ୍ରତିଦିନ ଫଟୋ ଉଠାଯାଉଛି। ଏହା ଜଣେ ଫଟୋଗ୍ରାଫରଙ୍କ ପାଇଁ ଶୁଭ ଖବର। କେବଳ ଯେ ବାହାଘର ତା’ ନୁହେଁ, ନିଜର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଲୋକମାନେ ଫଟୋକୁ ଅଧିକ ପସନ୍ଦ କରୁଛନ୍ତି। ଫଟୋଗ୍ରାଫିକୁ ପେସା କଲେ ବି ପରିବାରଟିଏ ପ୍ରତିପୋଷଣ କରିବାରେ ଅସୁବିଧା ହେବ ନାହିଁ।
ଚନ୍ଦନ ରାଉତରାୟ, ଦର୍ପନାରାୟଣପୁର
– ୧୯୮୭ ମସିହାରୁ ମୁଁ ଫଟୋଗ୍ରାଫି କରୁଛି। ବିଭିନ୍ନ ସମୟରେ ଫଟୋ ଉଠାଇବାକୁ ମୁଁ ଭଲ ପାଏ। ବିଶେଷ କରି କୌଣସି ସ୍ଥାନରେ ସଭା ସମିତି ହେଲେ ସେଠାକୁ ଯାଇ ଫଟୋ ଉଠାଏ। ଫଟୋ ଉଠା ଏକ ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଥମେ ଏକ ଷ୍ଟୁଡ଼ିଓରେ ରହି କାମ କରୁଥିଲି। ପରେ ନିଜର କ୍ୟାମେରା କିଣି ଷ୍ଟୁଡ଼ିଓ କରିଛି। ବିଜୁ ପଟ୍ଟନାୟକ, ନରେନ୍ଦ୍ର ମୋଦି ପ୍ରମୁଖ ମନ୍ତ୍ରୀମାନେ ଜିଲାର ବିଭିନ୍ନ ସ୍ଥାନକୁ ଆସିଥିବା ବେଳେ ମୁଁ ଯାଇ ସେଠାରେ ଫଟୋ ଉଠାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ପରେ ଏଥିପ୍ରତି ମୋର ଉତ୍ସାହ ବଢ଼ିଛି।
ବଳଭଦ୍ର ସ୍ବାଇଁ, ଶରଣକୁଳ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri