ଆକାଉଣ୍ଟରେ ଟଙ୍କା ପଠାଇଲେ ଯୁକ୍ତ ୨ ପାସ୍‌ : ଫୋନ୍‌ରେ ଦାବି କରାଯାଉଛି ୩ରୁ ୬ ହଜାର ଟଙ୍କା

ନୟାଗଡ଼ ଅଫିସ,୨୭ା୪- ନୟାଗଡ଼ ଜିଲାର ଯୁକ୍ତ ୨ ପରୀକ୍ଷା ଦେଇଥିବା ବିଭିନ୍ନ ପିଲାଙ୍କ ନିକଟକୁ ଆସୁଛି ଫୋନ୍‌ କଲ୍‌। ପରୀକ୍ଷାରେ ଗୋଟିଏ ବିଷୟରେ ତୁମେ ଫେଲ୍‌ ହୋଇଯାଇଛ, ପାସ୍‌ କରିବା ପାଇଁ ଆକାଉଣ୍ଟରେ ୩ରୁ ୬ ହଜାର ଟଙ୍କା ପଠାଇବାକୁ କୁହାଯାଉଛି। ଟଙ୍କା ଡିପୋଜିଟ ପରେ ତୁମେ ପାସ୍‌ କରିବ ବୋଲି ମଧ୍ୟ ସୂଚନା ଦିଆଯାଉଛି। ଏପରି କି କେତେଜଣ ଛାତ୍ର ଉକ୍ତ ଆକାଉଣ୍ଟରେ ଟଙ୍କା ପଇଠ କରିଥିବା ଜଣାପଡ଼ିଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଭିଭାବକମାନେ ଚିନ୍ତାରେ ଅଛନ୍ତି। ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଏସ୍‌ ଭାଗ୍ୟଲକ୍ଷ୍ମୀ ମହାପାତ୍ର କୁହନ୍ତି, ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ତାଙ୍କ ବାପା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ମୋବାଇଲ୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା। ସୁରେଶ ଘରକୁ ଆସି ଏ ବିଷୟରେ ଝିଅକୁ ଜଣାଇବା ସହ ଉକ୍ତ ବ୍ୟକ୍ତି ତୋ ସହିତ କଥା ହେବାକୁ ଚାହୁଁଥିବା କହିଥିଲେ। ଭାଗ୍ୟଲକ୍ଷ୍ମୀ ଉକ୍ତ ନମ୍ବରରେ ଫୋନ୍‌ କରିବାରୁ ସେପଟୁ ଜଣେ ବ୍ୟକ୍ତି ତୁମର ପଦାର୍ଥ ବିଜ୍ଞାନ (ଫିଜିକ୍ସ)ରେ ୫ ମାର୍କ କମିଯାଇଛି, ତେଣୁ ତୁମେ ଯୁକ୍ତ ୨ରେ ଫେଲ୍‌ ହୋଇଯିବ। ଭାଗ୍ୟଲକ୍ଷ୍ମୀ ଏ ବିଷୟରେ ବାପାଙ୍କୁ କହିଥିଲେ। ସୁରେଶ ଉକ୍ତ ବ୍ୟକ୍ତିଙ୍କୁ ଭାଗ୍ୟଲକ୍ଷ୍ମୀଙ୍କ ରୋଲ୍‌ ନମ୍ବର ପଚାରିଥିଲେ। ଆଶ୍ଚର୍ଯ୍ୟର କଥା ବ୍ୟକ୍ତି ଜଣକ ଭାଗ୍ୟଲକ୍ଷ୍ମୀଙ୍କ ଠିକ୍‌ ରୋଲ୍‌ ନମ୍ବର କହି ଦେଇଥିଲେ। କ’ଣ କରାଯିବ ପଚାରିବାରୁ ମୁଁ ତୁମକୁ ଗୋଟିଏ ଆକାଉଣ୍ଟ ନମ୍ବର ମେସେଜ୍‌ କରୁଛି। ତୁମେ ସେଥିରେ ୩ ହଜାର ଟଙ୍କା ପଠାଇଲେ ପାସ୍‌ ହୋଇଯିବ ବୋଲି ବ୍ୟକ୍ତି ଜଣକ କହିଥିଲେ। ପରେ ସୁରେଶ ଏ ନେଇ ଝିଅ କୋଚିଂ ନେଉଥିବା ନିଷ୍ଟ ସେଣ୍ଟରର ଶିକ୍ଷକଙ୍କୁ ଜଣାଇଥିଲେ। ଶିକ୍ଷକ ଜଣକ ତୁମେ କୌଣସି ଟଙ୍କା ପଠାଅ ନାହିଁ ବୋଲି କହିଥିଲେ। ସେହିପରି ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଛାତ୍ରୀ ସରିତାରାଣୀ ପୂଜାରୀ କହନ୍ତି, ସେ ଓ ତାଙ୍କ ଭଉଣୀ କବିତାରାଣୀ ପୂଜାରୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ୯ଟା ୪୦ ମିନିଟରେ ତାଙ୍କ ମୋବାଇଲ୍‌କୁ କଲ୍‌ ଆସିଥିଲା। ସେପଟୁ ଜଣେ ବ୍ୟକ୍ତି ହିନ୍ଦୀରେ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ତୁମେ ଯୁକ୍ତ ୨ ପରୀକ୍ଷା ଦେଇଛ, ସବୁଥିରେ ତୁମର ପାସ୍‌ ମାର୍କ ରହିଛି ହେଲେ ଗଣିତରେ ୨୮ ମାର୍କ ଅଛି। ତେଣୁ ତୁମେ ଫେଲ୍‌ ହୋଇଯିବ। ପାସ୍‌ କରିବାକୁ ଚାହୁଁଥିଲେ ଆମକୁ ଟଙ୍କା ପଠାଅ ବୋଲି କହିଥିଲେ। ସରିତା ତୁମେ କିଏ ବୋଲି ପଚାରିବାରୁ ସେପଟୁ ବ୍ୟକ୍ତି ଜଣକ ମୁଁ ବୋର୍ଡରୁ କହୁଥିବା କହିଥିଲେ। ପରେ ସରିତା ଏ ବିଷୟରେ ନିଷ୍ଟ କୋଚିଂ ସେଣ୍ଟର ଶିକ୍ଷକଙ୍କୁ ଜଣାଇ ମୋବାଇଲ୍‌ରେ ଉକ୍ତ ନମ୍ବରକୁ ବ୍ଲକ୍‌ କରି ଦେଇଥିଲେ। ଶୁକ୍ରବାର ଗୋଟିଏ ଦିନରେ ଜିଲାର ଯୁକ୍ତ ୨ ପରୀକ୍ଷା ଦେଇଥିବା ଅଧିକାଂଶ ଛାତ୍ରୀଛାତ୍ରଙ୍କ ନିକଟକୁ ଏଭଳି କଲ୍‌ ଓ ମେସେଜ୍‌ ଆସିଛି। ପାସ୍‌ କରାଇଦେବା ପାଇଁ କାହାକୁ ୩ ହଜାର ତ ଆଉ କାହାଠାରୁ ୬ ହଜାର ଟଙ୍କା ଦାବି କରାଯାଇଛି। ଜଣେ ଛାତ୍ର ମଧ୍ୟ ଆକାଉଣ୍ଟରେ ୬ ହଜାର ଟଙ୍କା ଡିପୋଜିଟ୍‌ କରିଛନ୍ତି। କଲ୍‌ ଆସିଥିବା ଦୁଇଟି ମୋବାଇଲ୍‌ ନମ୍ବର ହେଲା ୦୭୬୩୨୯୪୮୮୯୧ ଓ ୦୯୫୭୦୫୭୦୧୦୧। ଦୁଇଟି ଏସ୍‌ବିଆଇ ଆକାଉଣ୍ଟ ନମ୍ବର ହେଲା ୩୮୩୩୨୮୨୬୫୭୪ ଓ ୩୮୦୨୪୯୭୧୧୮୯। ଏହି ଆକାଉଣ୍ଟ ବାଙ୍ଗୋଲୋରର ବୋଲି ଜଣାପଡ଼ିଛି। ଏ ନେଇ ନିଷ୍ଟ କୋଚିଂ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ବିକାଶ ଷଡ଼ଙ୍ଗୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଶିକ୍ଷାନୁଷ୍ଠାନରେ କୋଚିଂ ନେଇଥିବା ୩୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୬ ଜଣଙ୍କ ପାଖକୁ ଏଭଳି ଫୋନ୍‌ କଲ୍‌ ଆସିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଟିସିଏସ୍‌ (ଟାଟା କନ୍‌ସଲଟାନ୍ସି ସର୍ଭିସ) କିଛିବର୍ଷ ହେଲା ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ରେ ଖାତା ଦେଖିବା ପାଇଁ ଟେଣ୍ଡର ନେଇଥିଲା। ହେଲେ ଚଳିତବର୍ଷ ଏହା ଅନ୍ୟ ଏକ ସଂସ୍ଥାକୁ ଦିଆଯାଇଛି। ସେହିଠାରୁ କିମ୍ବା ବୋର୍ଡ କାର୍ଯ୍ୟାଳୟରୁ ପିଲାମାନଙ୍କ ଏହି ତଥ୍ୟ ପ୍ରଘଟ କରାଯାଇଥିବା ଆଲୋଚନା ହେଉଛି। ବର୍ତ୍ତମାନ ଯୁକ୍ତ ଦୁଇ ଖାତାଦେଖା ଚାଲୁଥିବାରୁ ଏହି କଥା ସତ ହୋଇଯିବ ଭାବି ଅଭିଭାବକଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ରମାନେ ଚିନ୍ତାରେ ଅଛନ୍ତି। ଏ ଦିଗରେ ଉଚ୍ଚଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି। ନୟାଗଡ଼ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି କହନ୍ତି, ଥାନାରେ ଅଭିଯୋଗ ହେବା ପରେ ଏହାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri