ଆଉ ୩ ସ୍ଥାନରେ ସ୍ଥାପନ ହେବ କୋଭାସ୍‌ ମେଶିନ

ଭୁବନେଶ୍ୱର, ୨୯।୪(ବ୍ୟୁରୋ): କରୋନାକୁ ମୁକାବିଲା କରିବା ପାଇଁ ଏବେ ରାଜ୍ୟର ସବୁ ବିଭାଗ ଏକତ୍ର ହୋଇ କାର୍ଯ୍ୟ କରୁଛି। ରାଜ୍ୟବାସୀଙ୍କୁ କରୋନା କବଳରୁ କିପରି ରକ୍ଷା କରାଯାଇପାରିବ ତାହା ହିଁ ଏବେ ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହୋଇଛି। ଶୀଘ୍ର ନମୁନା ପରୀକ୍ଷା ପାଇଁ ଆସନ୍ତା ୨ମାସ ଭିତରେ ରାଜ୍ୟର ଆଉ ୩ଟି ସ୍ଥାନରେ ଉଚ୍ଚ କ୍ଷମତା ସମ୍ପନ୍ନ କୋଭାସ୍‌ ମେଶିନ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ରାଜ୍ୟରେ କେବଳ ଭୁବନେଶ୍ୱରସ୍ଥିତ ଆର୍‌ଏମ୍‌ଆର୍‌ସିରେ ଏହି କୋଭାସ୍‌ ମେଶିନ ରହିଛି। ତେବେ ଆଗକୁ ବଲାଙ୍ଗୀର, କୋରାପୁଟ ଏବଂ ବାଲେଶ୍ୱରରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ମେଶିନ ସ୍ଥାପନ କରାଯିବ ବୋଲି ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା କହିଛନ୍ତି।
କରୋନା ମୁକାବିଲା ପାଇଁ ଧନ, ଜନ, ଜ୍ଞାନ ବଳରେ ଥିବା ଦେଶମାନେ ମଧ୍ୟ ସାମଗ୍ରୀ ବଳରେ ପଛରେ ପଡ଼ି ଯାଉଛନ୍ତି। ଏପରିସ୍ଥିତିରେ ଛୁଞ୍ଚିଠାରୁ ପିପିଇ, ମାସ୍କଠାରୁ ସାନିଟାଇଜର୍‌ ଏବଂ ଭିଟିଏମ୍‌ କିଟ୍‌ଠାରୁ ଭେଣ୍ଟିଲେଟର ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ଓଡ଼ିଶାର ସ୍ଥିତି କ’ଣ ରହିଛି ସେନେଇ ରାଜ୍ୟ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଏକ ପ୍ରଶ୍ନ ରଖିଥିଲେ। ଉତ୍ତରରେ ରାଜ୍ୟ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଓ ଉପକରଣ ଯୋଗାଣ ଦାୟିତ୍ୱରେ ଥିବା ହେମନ୍ତ ଶର୍ମା କହିଥିଲେ, କରୋନା ମୁକାବିଲା ପାଇଁ ଆଗୁଆ ୬ ମାସର ଯୋଜନା ପ୍ରସ୍ତୁତ କରାଯାଇଛି। ଏପରିକି କରୋନା ଯୁଦ୍ଧରେ ବିଜୟ ପାଇଁ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ କମ୍‌ ସମୟରେ ପହଞ୍ଚାଇବା କାର୍ଯ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ମେଡିସିନ, ଦ୍ୱିତୀୟଟି ହେଲା ଭେଣ୍ଟିଲେଟରଠାରୁ ଆରମ୍ଭ କରି କୋଭିଡ୍‌ ହସ୍ପିଟାଲର ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ତୃତୀୟ ହେଲା ଟେଷ୍ଟିଂ ସରଞ୍ଜାମ। ପ୍ରତିଦିନ ଗ୍ରୁପ୍‌ କଲ୍‌ ମାଧ୍ୟମରେ ଏହି କାର୍ଯ୍ୟକୁ ଆଗେଇ ନିଆଯାଉଛି। କେଉଁଠୁ ଆସିବ ଏବଂ କେମିତି ଆସିବ ସେନେଇ ବିତରକମାନଙ୍କ ସହ ଆଲୋଚନା କରାଯାଉଛି। ନମୁନା ପରୀକ୍ଷଣକୁ ଦ୍ୱିଗୁଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଧିକ ପ୍ରାଥମିକତା ଦିଆଯାଇ ପଦକ୍ଷେପ ନିଆଯାଉଛି। ତେଣୁ କୋଭାସ୍‌ ମେଶିନ କାର୍ଯ୍ୟକ୍ଷମ ହେବାପରେ ହିଁ ଦିନକୁ ଓଡ଼ିଶାରେ ୨୫୦୦ ଟେଷ୍ଟିଂ କରିବାକୁ ସମ୍ଭବ ହେଉଛି ବୋଲି ହେମନ୍ତ ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri