Posted inଖେଳ

ଆଇସୋଲେଶନ କ୍ୟାମ୍ପ୍‌ ପାଇଁ ଆଇସିସିର ସୁପାରିସ

ଦୁବାଇ, ୨୩ା୫ (ପି.ଟି.): କରୋନାଭାଇରସ୍‌ ଯୋଗୁ କ୍ରିକେଟ ବନ୍ଦ ରହିଛି। ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଖେଳକୁ ପୁଣି ଆରମ୍ଭ କରିବା ଲାଗି ଯୋଜନା କରୁଛି। ଏଥିପାଇଁ ଶୁକ୍ରବାର ନୂଆ ଗାଇଡ୍‌ ଲାଇନ୍‌ ଘୋଷଣା କରିଛି। ଚିଫ୍‌ ମେଡିକାଲ ଅଫିସର ନିଯୁକ୍ତି ସହ ମ୍ୟାଚ୍‌ ପୂର୍ବରୁ ୧୪ ଦିନିଆ ଆଇସୋଲେଶନ ଟ୍ରେନିଂ କ୍ୟାମ୍ପ ଆୟୋଜନ ପାଇଁ ସୁପାରିସ କରିଛି। ସରକାରଙ୍କ ନିୟମ କିପରି କାର୍ଯ୍ୟକାରୀ କରାଯିିବ ସେହି ଦାୟିତ୍ୱ ଚିଫ୍‌ ମେଡିକାଲ ଅଫିସର ଅବା ବାୟୋସେଫ୍ଟି ଅଫିସିଆଲଙ୍କ ଉପରେ ନ୍ୟସ୍ତ ରହିବ। କୌଣସି ମ୍ୟାଚ ଖେଳିବାକୁ ଯିବା ପୂର୍ବରୁ ସମ୍ପୃକ୍ତ ଦଳ ଅତି କମ୍‌ରେ ୧୪ ଦିନିଆ ଆଇସୋଲେଶନ କ୍ୟାମ୍ପରେ ରହିବେ। ସୋମାନଙ୍କର ସ୍ବାସ୍ଥ୍ୟ, ତାପମାତ୍ରା ଯାଞ୍ଚ କରାଯିବା ସହ କୋଭିଡ୍‌-୧୯ ଟେଷ୍ଟ ହେବ। ଗସ୍ତ ପୂର୍ବରୁ ସେମାନେ କରୋନା ସଂକ୍ରମଣରୁ ମୁକ୍ତ ବୋଲି ସ୍ପଷ୍ଟ ହେବା ଜରୁରୀ। ମହାମାରୀ ଯୋଗୁ କ୍ରିକେଟର ସମସ୍ତ କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଛି। ଏପରିକି ଆସନ୍ତା ଟି୨୦ ବିଶ୍ୱକପ୍‌ ନିର୍ଦ୍ଧାରିତ ସମୟରେ ହେବ କି ନା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଆଇସିସି ଗାଇଡ୍‌ ଲାଇନ୍‌ରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛିି ଟ୍ରେନିଂ ବେଳେ ଖେଳାଳିମାନଙ୍କ ପାଇଁ ମଧ୍ୟାନ୍ତର ରହିବ ନାହିଁ। ମ୍ୟାଚବେଳେ ପଡ଼ିଆରେ ଅମ୍ପାୟର ଓ ଖେଳାଳିମାନେ ସାମାଜିକ ଦୂରତ୍ୱ ବଜାୟ ରଖିବେ। ନିଜ ଜିନିଷ (କ୍ୟାପ୍‌, ଟାଓ୍ବେଲ, ସନ୍‌ଗ୍ଳାସ୍‌, ଜମ୍ପର) ଅମ୍ପାୟରଙ୍କୁ ନ ଦେଇ ନିଜ ହେପାଜତରେ ରଖିବେ। ହେଲେ ଖେଳାଳିମାନଙ୍କ ଜିନିଷଗୁଡ଼ିକ କାହା ଦାୟିତ୍ୱରେ ରହିବ ତାହା ସ୍ପଷ୍ଟ କରାଯାଇ ନାହିଁ। ବଲ୍‌କୁ ଧରିବା ବେଳେ ଅମ୍ପାୟରମାନେ ଗ୍ଳୋବ୍ସ ବ୍ୟବହାର କରିପାରନ୍ତି। ଖେଳାଳିମାନେ ପଡ଼ିଆରେ ସେମାନଙ୍କ କ୍ୟାପ୍‌ ଅବା ସନ୍‌ଗ୍ଲାସ୍‌ ରଖିପାରିବେ ନାହିଁ। ଏଥିପାଇଁ ରନ ପେନାଲ୍‌ଟି ହୋଇପାରେ। ମ୍ୟାଚ ପୂର୍ବରୁ ଅବା ପରେ ଚେଞ୍ଜିଂ ରୁମ୍‌ରେ ଯଥାସମ୍ଭବ କମ୍‌ ସମୟ ରହିବାକୁ କୁହାଯାଇଛି। ଆଇସିସି କ୍ରିକେଟ କମିଟି ଇତିମଧ୍ୟରେ ବଲ୍‌କୁ ଚକ୍‌ ଚକ୍‌ କରିବା ଲାଗି ପାଟି ଲାଳ ବ୍ୟବହାର କରିବା ଉପରେ କଟକଣା ଜାରି କରି ସାରିଛି। ଏଣିକି ବଲ୍‌ ସଂସ୍ପର୍ଶରେ ଆସିବା ପରେ ଆଖି, ନାକ ଓ ମୁହଁରେ ହାତ ନ ମାରିବା ଲାଗି ପରାମର୍ଶ ଦିଆଯିବା ସହ ସେମାନଙ୍କ ହାତକୁ ସାନିଟାଇଜ୍‌ କରିବା ଲାଗି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri