Posted inଖେଳ

ଆଇସିସି ବିଶ୍ୱକପ୍‌ : ଦକ୍ଷିଣ ଆଫ୍ରିକାର ସହଜ ବିଜୟ

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨୮।୬- ଚଳିତ ଆଇସିସି ବିଶ୍ୱକପ୍‌ରେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଡରେ ଅନୁଷ୍ଠିତ ଟୁର୍ନାମେଣ୍ଟର ୩୫ତମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୭୬ ଟି ବଲ୍‌ ବାକି ରଖି ୯ ଉଇକେଟରେ ଶ୍ରୀଲଙ୍କାକୁ ହରାଇଛି। ପରାଜୟ ସହ ଶ୍ରୀଲଙ୍କା ଏକ ପ୍ରକାର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିଛି। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୩୭.୨ ଓଭରରେ ଗୋଟିଏ ଉଇକେଟ ହରାଇ ୨୦୬ ରନ କରି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ଏଥି ସହିତ ଦକ୍ଷିଣ ଆଫ୍ରିକା ୮ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ୫ ପରାଜୟ ଏବଂ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନକୁ ଉଠିଛି। ଅନ୍ୟପଟେ ଶ୍ରୀଲଙ୍କା ୭ ମ୍ୟାଚ୍‌ ଖେଳି ୨ ବିଜୟ, ୩ ପରାଜୟ ଓ ଦୁଇଟି ବିନା ଫଳାଫଳ ସହ ୬ ପଏଣ୍ଟ ପାଇଁ ତାଲକାରେ ପୂର୍ବପରି ସପ୍ତମ ସ୍ଥାନରେ ରହିଛି।
୨୦୪ ରନ ଛୋଟିଆ ଟାର୍ଗେଟର ପିଛା କରି ଦକ୍ଷିଣ ଆଫ୍ରିକା ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ତେବେ ଇନ୍‌ଫର୍ମ ଯୁବ ଓପନର କ୍ୱିଣ୍ଟନ ଡି କକ୍‌ ୧୫ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି ଅଭିଜ୍ଞ ଲାସିଥ ମାଲିଙ୍ଗା ଦ୍ୱାରା କ୍ଳିନ୍‌ ବୋଲ୍ଡ ହୋଇ ପ୍ରଥମେ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଉଇକେଟରେ ଅଭିଜ୍ଞ ହାସିମ ଅମଲା ଓ ଅଧିନାୟକ ଫାଫ୍‌ ଡୁପ୍ଲେସି ଅପରାଜିତ ୧୭୫ ରନ କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଡୁପ୍ଲେସି ୧୦୩ଟି ବଲର ସମ୍ମୁଖୀନ ହୋଇ ୧୦ ଚୌକା ଓ ୧ ଛକା ସହ ୯୬ ରନ କରି ଅପରାଜିତ ରହିଥିଲେ। ସେହିପରି ଅମଲା ୧୦୫ଟି ବଲ୍‌ ଖେଳି ୫ ଚୌକା ସହ ୮୦ ରନ କରି ଅପରାଜିତ ରହିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ଦକ୍ଷିଣ ଆଫ୍ରକା ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ହରାଇ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ଅଧିନାୟକ ଦିମୁଥ କରୁଣାରତ୍ନେଙ୍କୁ ପ୍ରଥମ ବଲ୍‌ରେ ହରାଇ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଖାତା ଖୋଲିବା ପୂର୍ବରୁ ସେ କାଗିସୋ ରାବାଡ଼ାଙ୍କ ବଲରେ ଫାଫ୍‌ ଡୁପ୍ଲେସିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। କୁଶଲ ପେରେରା ଓ ଅଭିଷ୍କା ଫର୍ନାଣ୍ଡୋ ଦ୍ୱିତୀୟ ଉଇକେଟରେ ୬୭ ରନ କରିଥିଲେ। ଅଭିଷ୍କା ୩୦ ରନ କରି ଡ୍ବେନ ପ୍ରିଟୋରିୟସଙ୍କ ବଲ୍‌ରେ ଡୁପ୍ଲେସିଙ୍କୁ କ୍ୟାଚ୍‌ ଦେବା ପରେ ନିୟମିତ ବ୍ୟବଧାନରେ ଉଇକେଟ ପତ୍ତନ ହୋଇଥିଲା। କୁଶଲ ମଧ୍ୟ ୩୦ ରନ କରି ପ୍ରିଟୋରିୟସଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। କୁଶଲ ମେଣ୍ଡିସ୍‌ ୨୩ ରନ କରିଥିବା ବେଳେ କ୍ରିସ୍‌ ମୋରିସଙ୍କୁ କ୍ୟାଚ୍‌ ଦେଇ ପ୍ରିଟୋରିୟସଙ୍କ ତୃତୀୟ ଶିକାର ହୋଇଥିଲେ। ଅଭିଜ୍ଞ ଅଲରାଉଣ୍ଡର ଅଞ୍ଜେଲୋ ମାଥ୍ୟୁସ ୧୧, ଜୀବନ ମେଣ୍ଡିସ୍‌ ୧୮ କରି ମୋରିସ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। ୨୪ ରନ କରି ଧନଞ୍ଜୟ ଡି ସିଲ୍‌ଭା ଜେପି ଡୁମିନିଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଥିସାରା ପେରେରା ୨୧ ରନ କରି ଆଣ୍ଡିଲ ଫେଲୁକ୍ୱାୟୋଙ୍କ ଦ୍ୱାରା ଆଉଟ ହେବା ପରେ ଇସୁରୁ ଉଡ଼ାନା ୧୭ ରନ କରି ରାବାଡ଼ାଙ୍କ ଦ୍ୱାର କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଲସିଥ ମାଲିଙ୍ଗା ୪ ରନ କରିଥିବା ବେଳେ ଡୁପ୍ଲେସିଙ୍କୁ କ୍ୟାଚ୍‌ ଦେଇ ମୋରିସ୍‌ଙ୍କ ତୃତୀୟ ଶିକାର ହୋଇଥିଲେ। ସୁରଙ୍ଗା ଲାକମଲ ୫ ରନ କରି ଅପରାଜିତ ରହିଥିଲେ। ପୁଣି ଥରେ ଶ୍ରୀଲଙ୍କାର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଛି। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ପ୍ରିଟୋରିୟସ ଓ ମୋରିସ ୩ଟି ଲେଖାଏ, ରାବାଡ଼ା ୨, ଫେଲୁକ୍ୱାୟୋ ଓ ଡୁମିନି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ଅଲଆଉଟ୍‌
(କୁଶଲ ପେରେରା- ୩୦, ଅଭିଷ୍କା- ୩୦, ଧନଞ୍ଜୟ- ୨୪, କୁଶଲ ମେଣ୍ଡିସ୍‌- ୨୩, ଥିସାରା ପେରେରା- ୨୧, ମୋରିସ- ୩/୪୬, ପ୍ରିଟୋରିୟସ- ୩/୨୫, ରାବାଡ଼ା- ୨/ ୩୬)।
ଦକ୍ଷିଣ ଆଫ୍ରିକା ୩୭.୨ ଓଭରରେ ୨୦୬/୧
(ଡୁପ୍ଲେସି- ୯୬*, ଅମଲା- ୮୦*, ଡିକକ- ୧୫, ମାଲିଙ୍ଗା- ୧/୪୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri