Posted inଖେଳ

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆ- ଶ୍ରୀଲଙ୍କା ମୁକାବଲା

ଲଣ୍ଡନ,୧୫।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ୨୦ତମ ମ୍ୟାଚ୍‌ରେ ଶନିବାର ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବକୁ ଥିବା ଏହି ମ୍ୟାଚ୍‌ ଶ୍ରୀଲଙ୍କା ପାଇଁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ବହନ କରୁଛି। ଶ୍ରୀଲଙ୍କାର ଗତ ଦୁଇଟି ମ୍ୟାଚ୍‌ ବର୍ଷା ଯୋଗୁ ଧୋଇଯାଇଥିଲା। ଫଳରେ ପଏଣ୍ଟ ଭାଗ ହୋଇଥିଲା। ତେଣୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ହେବା ଶ୍ରୀଲଙ୍କା ପାଇଁ ଅପରିହାର୍ଯ୍ୟ ହୋଇପଡିଛି। ତେବେ ଅଷ୍ଟ୍ରେଲିଆ ଦଳ ସବୁ ଦୃଷ୍ଟିରୁ ବେଶ୍‌ ସନ୍ତୁଳିତ ଥିବାରୁ ଶ୍ରୀଲଙ୍କାକୁ ବେଶ୍‌ କଷ୍ଟ କରିବାକୁ ପଡିବ। ଗତ ୪ ତାରିଖ ପରେ ଶ୍ରୀଲଙ୍କା ଟୁର୍ନାମେଣ୍ଟରେ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିନାହିଁ। ବାଂଲାଦେଶ ଓ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା।
ଶ୍ରୀଲଙ୍କା ଏହା ପୂର୍ବରୁ ୧୯୯୬ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ ବିଶ୍ୱକପ୍‌ ଚାମ୍ପିୟନ ହୋଇଥିଲା। ଚଳିତ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଗୋଟିଏ ବିଜୟ, ପରାଜୟ ସହ ଓ ଦୁଇଟି ବିନା ଫଳାଫଳ ସହ ମୋଟ ୪ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଶ୍ରୀଲଙ୍କା କେବଳ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ହରାଇଛି। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡଠାରୁ ୧୦ ଉଇକେଟରେ ପରାସ୍ତ ହୋଇଥିଲା। ଅପରପକ୍ଷରେ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ କେବଳ ଭାରତଠାରୁ ପରାସ୍ତ ହୋଇ ମୋଟ ୬ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ପୂର୍ବରୁ ୫ଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ, ଦ୍ୱିତୀୟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ, ଚତୁର୍ଥ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଛି।
ଦୁଇଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହ ଅଷ୍ଟ୍ରେଲିଆ ତାରକା ଓପନର ଡେଭିଡ ଓ୍ବାର୍ନର ଜବରଦସ୍ତ ଫର୍ମରେ ରହିଛନ୍ତି। ଗତ ଦୁଇଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩୦୦ରୁ ଉର୍ଦ୍ଧ୍ୱ ରନ ସଂଗ୍ରହ କରିଛି। ଓ୍ବାର୍ନର ଏପର୍ଯ୍ୟନ୍ତ ତାଙ୍କ ଧୂଆଁଧାର ବ୍ୟାଟିଂ ଦେଖାଇ ନ ଥିଲେ ମଧ୍ୟ ପାକିସ୍ତାନ ବିପକ୍ଷରେ ୧୧୧ଟି ବଲ ଖେଳି ୧୦୭ ରନର ଶତକୀୟ ପାଳି ଖେଳିଥିଲେ। ବଲ୍‌ ଟ୍ୟାମ୍ପରିଂ ଜନିତ ବାସନ୍ଦରୁ ଫେରିବା ପରେ ଏହା ଓ୍ବାର୍ନରଙ୍କ ପ୍ରଥମ ଶତକ ଥିଲା। ଅଧିନାୟକ ଆରୋନ ଫିଞ୍ଚ୍‌ ମଧ୍ୟ ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ସେ ଓ ଓ୍ବାର୍ନର ଅଷ୍ଟ୍ରେଲିଆକୁ ଦମ୍‌ଦାର ଆରମ୍ଭ ପ୍ରଦାନ କରିଛନ୍ତି। ପୁଣିଥରେ ଶ୍ରୀଲଙ୍କା ବିପକ୍ଷରେ ଏହି ଦୁଇ ଓପନର କମାଲ କରିବେ ବୋଲି ଆଶା କରାଯାଉଛି। ତେବେ କ୍ୱାଲିଟି ପେସ୍‌ ବୋଲିଂ ଆଗରେ ଅଷ୍ଟ୍ରେଲିଆ ସାମାନ୍ୟ ଦୁର୍ବଳ ମନେ ହେଉଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅଷ୍ଟ୍ରେଲିଆ ୫ ଉଇକେଟ ହରାଇ ୭୯ ରନ ସଂଗ୍ରହ କରିଥିଲା। ପାକିସ୍ତାନ ବିପକ୍ଷରେ ମଧ୍ୟ ଅଷ୍ଟ୍ରେଲିଆ ମିଡଲଅର୍ଡର ବିପର୍ଯ୍ୟୟ ଘଟିଥିଲା। ଅଷ୍ଟ୍ରେଲିଆର ଏହି ଦୁର୍ବଳତାରୁ ଫାଇଦା ଉଠାଇବାକୁ ଶ୍ରୀଲଙ୍କା ଲକ୍ଷ୍ୟ ରଖିଛି।
ଶ୍ରୀଲଙ୍କା ଦ୍ରୁତ ବୋଲର ନୂଆନ ପ୍ରଦୀପ ପ୍ରତ୍ୟାବର୍ତ୍ତନ କଲେ ଦଳରେ ବୋଲିଂ ବିଭାଗ ଆହୁରି ଦୃଢ ହେବ। ସେହିପରି ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଶାଶୁଙ୍କ ଦେହାନ୍ତ କାରଣରୁ ଶ୍ରୀଲଙ୍କା ଯାଇଥିଲେ। ସେ ମଧ୍ୟ ଏହି ମ୍ୟାଚ୍‌ରେ ଯୋଗ ଦେବେ ବୋଲି ଆଶା କରାଯାଉଛି। ଦିମୁଥ କରୁଣାରତ୍ନେଙ୍କ ନେତୃତ୍ୱରେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷରେ ପୂରା ୫୦ ଓଭର ଖେଳି ପାରିନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷରେ ଶ୍ରୀଲଙ୍କା ୧୪ ରନରେ ୫ ଉଇକେଟ ହରାଇଥିଲା। ସେହିପରି ଆଫଗାନିସ୍ତାନ ବିପକ୍ଷରେ ୩୬ ରନରେ ୭ ଉଇକେଟ ହରାଇଥିଲା। ତେଣୁ ଶ୍ରୀଲଙ୍କାକୁ ବ୍ୟାଟିଂ ଦୁର୍ବଳତାରେ ସୁଧାର ଆଣିବାକୁ ପଡିବ। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ପ୍ୟାଟ କୁମିନ୍ସ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଜବରଦସ୍ତ ପ୍ରଦର୍ଶନ କରି ପ୍ରତ୍ୟେକ ୯ଟି ଲେଖାଏ ଉଇକେଟ ହାସଲ କରିଛନ୍ତି। ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡେଭିଡ ଓ୍ବାର୍ନର, ଉସ୍‌ମାନ ଖ୍ବାଜା, ଷ୍ଟିଭେନ୍‌ ସ୍ମିଥ୍‌, ଗ୍ଲେନ ମ୍ୟାକ୍ସଓ୍ବେଲ, ମାର୍କସ ଷ୍ଟୋଇନିସ୍‌, ଆଲେକ୍ସ କାରୀ, ନାଥାନ କଲ୍ଟର- ନାଇଲ, ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜାସନ ବେହରେନଡୋର୍ଫ, ନାଥାନ ଲିୟନ, ଶନ୍‌ ମାର୍ଶ ଓ କେନ୍‌ ରିଚାର୍ଡସନ।
ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରତ୍ନେ (ଅଧିନାୟକ), ଧନଞ୍ଜୟ ଡି ସିଲ୍‌ଭା, ନୂଆନ ପ୍ରଦୀପ, ଅଭିଷ୍କା ଫର୍ନାଣ୍ଡୋ, ସୁରଙ୍ଗା ଲାକମଲ, ଲସିଥ ମାଲିଙ୍ଗା, ଆଞ୍ଜେଲୋ ମାଥ୍ୟୁସ, କୁଶଲ ମେଣ୍ଡିସ୍‌, ଜୀବନ ମେଣ୍ଡିସ୍‌, କୁଶାଲ ପେରେରା, ଥିସାରା ପେରେରା, ମିଲିନ୍ଦା ସିରିଓ୍ବର୍ଦ୍ଧନା, ଲାହିରୁ ଥିରିମାନେ, ଇସୁରୁ ଉଡାନା ଓ ଜେଫ୍ରେ ଭାଣ୍ଡରସେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri