ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲିଙ୍କ ଶୀର୍ଷ ସ୍ଥାନର ନିକଟତର ରୋହିତ

ଲଣ୍ଡନ, ୮।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଭାରତୀୟ ତାରକା ଓପନର ରୋହିତ ଶର୍ମା ଏବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଅଧିନାୟକ ବିରାଟ କୋହଲିଙ୍କ ଶୀର୍ଷ ସ୍ଥାନର ନିକଟତର ହୋଇଛନ୍ତି। କୋହଲି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ୱକପ୍‌ରେ ୫ଟି ଶତକ ହାସଲ କରି ବିଶ୍ୱରେକର୍ଡ କରିବା ସହ ରୋହିତ ବ୍ୟାଟିଂ ତାଲିକାର ୨ ନମ୍ବର ସ୍ଥାନ ଅଧିକାର କରିଛନ୍ତି। କୋହଲି ଓ ରୋହିତଙ୍କ ମଧ୍ୟରେ ବ୍ୟବଧାନ କମିଛି। ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ କୋହଲି ୬୩.୧୪ ରନ ହାରରେ ୪୪୨ ରନ ସଂଗ୍ରହ କରିଛନ୍ତି। ଏଥିରେ ୫ଟି ଅର୍ଦ୍ଧଶତକ ସାମିଲ ରହିଛି। ଏଥିସହ ଗୋଟିଏ ପଏଣ୍ଟ ହାସଲ କରି କୋହଲି ୮୯୧ ପଏଣ୍ଟ ହାସଲ କରିଛନ୍ତି।
ଅନ୍ୟପଟେ ରୋହିତ ବିଶ୍ୱକପ୍‌ରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୫ଟି ଶତକ ହାସଲ କରି ମୋଟ କ୍ୟାରିୟର ଶ୍ରେଷ୍ଠ ୮୮୫ ପଏଣ୍ଟ ପାଇଛନ୍ତି। ସେହିପିରି ପାକିସ୍ତାନର ବାବର ଆଜମ ବ୍ୟାଟିଂ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଟପ୍‌ ୧୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଷଷ୍ଠ ସ୍ଥାନରେ ରହିଛନ୍ତି। ଗ୍ରୁପ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରି ସେ ଏପର୍ଯ୍ୟନ୍ତ ୬୩୮ ରନ ସଂଗ୍ରହ କରିଛନ୍ତି। ରୋହିତଙ୍କଠାରୁ ସେ ମାତ୍ର ୯ ରନ ପଛରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ସ୍ଥିର ପ୍ରଦର୍ଶନ କରି ୪ଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନ ଅଧିକାର କରିବା ସହ ଟପ୍‌ ୧୦କୁ ଫେରିଛନ୍ତି। ଅଷ୍ଟ୍ରେଲିଆର ଉସ୍‌ମାନ ଖ୍ବାଜା କ୍ୟାରିୟର ଶ୍ରେଷ୍ଠ ୧୫ତମ ସ୍ଥାନ ଅଧିକାର କରିଛନ୍ତି। ଇଂଲଣ୍ଡ ଓପନର ଜାସନ ରଏ ଓ ଜନ୍ନି ବେୟାରଷ୍ଟୋ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୧୩ତମ ସ୍ଥାନରେ ରହିଛନ୍ତି।
ସେହିପରି ବୋଲିଂ ତାଲିକାରେ ଭାରତର ଯଶପ୍ରୀତ ବୁମ୍‌ରା ଲିଗ୍‌ ପର୍ଯ୍ୟାୟରେ ୯ଟି ମ୍ୟାଚ୍‌ ଖେଳି ୧୭ ଉଇକେଟ ଅକ୍ତିଆର କରିବା ସହ ୨୧ରୁ ଉନ୍ନତି କରି ୫୬ ପଏଣ୍ଟ ହାସଲ କରିଛନ୍ତି ଓ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ପୂର୍ବପରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ସେ ପ୍ରଥମ ବୋଲର ଭାବେ ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସ ୩ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡ଼ା ଓ ଇମ୍ରାନ ତାହିର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଆଫଗାନିସ୍ତାନ ସ୍ପିନର ମୁଜିବ ଉର ରହମାନ ଷଷ୍ଠ, ରସିଦ ଖାଁ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ସପ୍ତମ ଓ ପାକିସ୍ତାନର ମହମ୍ମଦ ଅମୀର ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଜୋଫ୍ରା ଆର୍ଚର ୧୦୩ଟି ସ୍ଥାନ ଉପରକୁ ଉଠି ୪୨ତମ, ମାର୍କ ଉଡ ୧୦ଟି ସ୍ଥାନ ଉପରକୁ ଉଠି ୧୯ତମ ସ୍ଥାନରେ ରହିଛନ୍ତି। ପାକିସ୍ତାନ ଯୁବ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦୀ ୩୪ଟି ସ୍ଥାନ ଉପରକୁ ଉଠି ୨୩ତମ ସ୍ଥାନ ଅଧିକାର କରିଛନ୍ତି। ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ଅଲରାଉଣ୍ଡର ତାଲକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ୯ଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
ଦଳୀୟ ତାଲିକାରେ ଇଂଲଣ୍ଡ ୧୨୩ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି। ତେବେ ମାତ୍ର କେତୋଟି ଡେସିମାଲ ପଏଣ୍ଟରେ ଭାରତ ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୧୧୨ ଲେଖାଏ ପଏଣ୍ଟ ହାସଲ କରିଛନ୍ତି। ତେବେ ଡେସିମାଲ ପଏଣ୍ଟ ଦୃଷ୍ଟିକୋଣରୁ ନ୍ୟୁଜିଲାଣ୍ଡ ତୃତୀୟ ଓ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଛି। ସେହିପରି ୧୧୦ ପଏଣ୍ଟ ପାଇ ଦକ୍ଷିଣ ଆଫ୍ରିକା ପଞ୍ଚମ ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri