Posted inଖେଳ

ଆଇସିସି ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ଗଫ୍‌, ଓ୍ବିଲସନ୍‌

ଦୁବାଇ, ୩୦।୭ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଏହାର ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ମଙ୍ଗଳବାର ୨ଜଣ ନୂଆ ସଦସ୍ୟଙ୍କୁ ସାମିଲ କରିଛି। ଏହି ଦୁଇଜଣ ହେଲେ ଇଂଲଣ୍ଡ ମାଇକେଲ୍‌ ଗଫ୍‌ ଓ ଓ୍ବେଷ୍ଟଇଣ୍ଡିଜର ଜୋଏଲ୍‌ ଓ୍ବିଲସନ। ବାର୍ଷିକ ରିଭ୍ୟୁ ଓ ଚୟନ ପ୍ରକ୍ରିୟା ପରେ ଉଭୟ ଗଫ୍‌ ଓ ଓ୍ବିଲସନଙ୍କୁ ଆଗାମୀ ୨୦୧୯-୨୦ ସିଜନ ଲାଗି ଏମିରେଟ୍ସ ଆଇସିସି ଏଲିଟ୍‌ ପ୍ୟାନେଲ୍‌ ଅମ୍ପାୟର ତାଲିକାରେ ସ୍ଥାନ ମିଳିଛି। ଏହି ଦୁଇ ଅମ୍ପାୟର ପୂର୍ବରୁ ଏମିରେଟ୍ସ ଆଇସିସି ଇଣ୍ଟରନ୍ୟାଶନାଲ ଅମ୍ପାୟର ପ୍ୟାନେଲରେ ରହି ମ୍ୟାଚ୍‌ ପରିଚାଳନା କରୁଥିଲେ। ତେବେ ଆଇସିସି ଜେନେରାଲ ମ୍ୟାନେଜର (କ୍ରିକେଟ୍‌) ଜେଫ୍‌ ଅଲାର୍ଡିକ, ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଭାଷ୍ୟକାର ଦାୟିତ୍ୱ ତୁଲାଉଥିବା ସଞ୍ଜୟ ମଞ୍ଜରେକର, ମ୍ୟାଚ୍‌ ରେଫରି ରଞ୍ଜନ ମଦୁଗଲେ ଓ ଡେଭିଡ୍‌ ବୁନ୍‌ଙ୍କୁ ନେଇ ଗଠିତ ଚୟନ ପ୍ୟାନେଲ ଉଭୟ ଗଫ୍‌ ଓ ଓ୍ବିଲସନଙ୍କୁ ଏମିରେଟ୍ସ ଆଇସିସି ଏଲିଟ୍‌ ଅମ୍ପାୟର ମଣ୍ଡଳୀକୁ ପଦୋନ୍ନତି ଦେଇଛନ୍ତି। ଅନ୍ତର୍ଜାତୀୟସ୍ତରରେ ଉଭୟଙ୍କର ପୂର୍ବରୁ ଅନେକ ଅଭିଜ୍ଞତା ରହିଛି। ଗଫ୍‌ ୯ ଟେଷ୍ଟ, ୫୯ ଦିନିକିଆ ଓ ୧୪ ଟି୨୦ ମ୍ୟାଚ୍‌ ପରିଚାଳନା କରିସାରିଛନ୍ତି। ସେହିଭଳି ଓ୍ବେଷ୍ଟଇଣ୍ଡିଜ ଅମ୍ପାୟର ଓ୍ବିଲସନଙ୍କର ୧୩ ଟେଷ୍ଟ, ୬୩ ଦିନିକିଆ ଓ ୨୬ ଟି୨୦ ମ୍ୟାଚ୍‌ ପରିଚାଳନା କରିବାର ଅଭିଜ୍ଞତା ରହିଛି। ନିକଟରେ ଅବସର ନେଇଥିବା ଇଆନ୍‌ ଗୁଲ୍ଡ ଓ ଭାରତର ରବି ସୁନ୍ଦରାମଙ୍କ ସ୍ଥାନରେ ଉଭୟ ଆଇସିସି ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ସ୍ଥାନ ପାଇଛନ୍ତି। ରବିଙ୍କ ଅବସର ପରେ ଆଇସିସି ଏଲିଟ୍‌ ଅମ୍ପାୟର ପ୍ୟାନେଲରେ ଭାରତୀୟଙ୍କ ପ୍ରତିନିଧିତ୍ୱ ଶୂନ୍ୟସ୍ଥାନ ପଡ଼ିଛି।
ଆଇସିସି ଏଲିଟ୍‌ ପ୍ୟାନେଲ ଅମ୍ପାୟର ମଣ୍ଡଳୀରେ ପୂର୍ବରୁ ଅଲିମ୍‌ ଦାର୍‌, କୁମାର ଧର୍ମସେନା, ମାରାଇସ ଏରାସମସ୍‌, କ୍ରିସ୍‌ ଗଫାନୀ, ରିଚାର୍ଡ ଇଲିଙ୍ଗ୍‌ଓ୍ବର୍ଥ, ରିଚାର୍ଡ କେଟେଲ୍‌ବର୍ଗ, ନାଇଜେଲ ଲଙ୍ଗ୍‌, ବ୍ରୁସ ଓକ୍ସେଫୋର୍ଡ, ପଲ୍‌ ରିଲିଫ୍‌ ଓ ରଡ୍‌ ଟର୍କର ସ୍ଥାନ ମ୍ୟାଚ୍‌ ପରିଚାଳନା କରି ଆସୁଛନ୍ତି। ସେହିଭଳି ଏମିରେଟ୍ସ ଆଇସିସି ଏଲିଟ୍‌ ମ୍ୟାଚ୍‌ ରେଫରି ପ୍ୟାନେଲ୍‌ ପୂର୍ବଭଳି ଅପରିବର୍ତ୍ତିତ ରହିଛି। ଡେଭିଡ୍‌ ବୁନ୍‌, କ୍ରିସ୍‌ ବ୍ରଡ୍‌, ଜେଫ୍‌ କ୍ରୋ, ରଞ୍ଜନ ମଦୁଗଲେ, ଆଣ୍ଡି ପେକ୍ରଫ୍ଟ, ରିଚି ରିଚାର୍ଡଶନ ଓ ଏକମାତ୍ର ଭାରତୀୟ ଭାବେ ଜାଭାଗଲ ଶ୍ରୀନାଥ ଏଥିରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri