ଆଇନ ସେବାକେନ୍ଦ୍ର ଉଦ୍‌ଘାଟନ କଲେ ଜିଲା ଦୌରାଜଜ

ଚନ୍ଦ୍ରଗିରିି,୧ା୧୦(ଡି.ଏନ.ଏ.)-ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି, ଅଡ଼ବା ଓ ପି.ଗୋବିନ୍ଦପୁର ପଞ୍ଚାୟତରେ ରବିବାର ଗ୍ରାମୀଣ ଆଇନ ସେବାକେନ୍ଦ୍ର ଗଜପତି ଜିଲା ଦୌରା ଜଜ୍‌ ତଥା ଡିଏଲଏସଏ ଅଧ୍ୟକ୍ଷ ବିଶ୍ୱଜିତ ଦାସ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ମୋହନା ଜେଏମଏଫସି କୋର୍ଟ ବିଚାରପତି ମନୋଜ କୁମାର ମହାନ୍ତି, ମୋହନା ବିଡିଓ ବଂଶୀଧର ଖୋସଲା ଉପସ୍ଥିତ ଥିଲେ। ସ୍ଥାନୀୟ ସରପଞ୍ଚ ନର୍ମଦା ଦଳାଇ, ଆଇନଜୀବୀ ସୀମାଞ୍ଚଳ କାର୍ଯୀ, ସନ୍ତୋଷ କୁମାର ପାଢ଼ୀ, ସୁଦର୍ଶନ ସାହୁ, ରବୀନ୍ଦ୍ର ନାୟକ, ରାଧାମୋହନ ସାହୁ, ବୈଦ୍ୟନାଥ ସିଙ୍ଗଙ୍କ ସମେତ ବରିଷ୍ଠ ଆଇନଜୀବୀମାନେ ଉପସ୍ଥିତ ଥିଲେ । ସମିତିସଭ୍ୟ ରାମଚନ୍ଦ୍ର ପୂଜାରୀ ଏବଂ ଗ୍ରାମର ପ୍ରମୁଖ ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିଲେ। ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ଗ୍ରାମ୍ୟସ୍ତରରୁ କିଭଳି ସାଧାରଣ ଲୋକମାନେ ଆଇନ ସେବା ପାଇପାରିବେ, ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲା ଦୌରାଜଜ ଦାସ ବୁଝାଇଥିଲେ। କେନ୍ଦ୍ରରେ ଦୁଇଜଣ ଆଇନ ସହାୟତା କର୍ମୀଙ୍କ ସହ ଜଣେ ଆଇନଜୀବୀ ରହି ସାଧାରଣ ଲୋକ କିଭଳି ଆଇନ ସେବା ପାଇପାରିବେ, ସେ ନେଇ ସହଯୋଗ କରିବେ ବୋଲି ଜିଲା ଦୌରାଜଜ ଦାସ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଭବ୍ୟ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡି, ୧୭।୪ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡିରେ ବେଶ ଧୁମ୍‌ଧାମରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହି ଅବସରରେ ସାମୁହିକ ଭାବେ ହନୁମାନ ଚାଳିଶା...

ବାଲିଗୁଡା ବିଧାନସଭା ନିର୍ବାଚନ: କିଏ ମାରିବ ବାଜି, ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ରଣକୌଶଳ ଆରମ୍ଭ

ବାଲିଗୁଡା,୧୫।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ...

ସରିଲା ୧୩ ଦିନିଆ ଦଣ୍ଡଯାତ୍ରା

ବାଲିଗୁଡା,୧୩ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ...

ସୁରଦା, ପ୍ରତିଭା, କଳ୍ପନାଙ୍କୁ ନେଇ ତେଜୁଛି ରାଜନୀତି

ଫୁଲବାଣୀ, ୧୩ା୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଜନୀତି ଦିନକୁ ଦିନ ଗରମ ହେବାରେ ଲାଗିଛି । ବାଲିଗୁଡା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରଦା ପ୍ରଧାନ,...

ନିର୍ବାଚନ ପୂର୍ବରୁ ଝଟ୍‌କା: କଂଗ୍ରେସ, ଭାଜପା ଛାଡ଼ିଲେ ଶତାଧିକ କର୍ମୀ

ଦାରିଙ୍ଗବାଡି,୧୨।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମିଶ୍ର କଲ୍ୟାଣ ମଣ୍ଡପଠାରେ ବିଜେଡିର କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଥମିଲା ଚର୍ଚ୍ଚା: ଚକ୍ରମଣୀଙ୍କୁ ଦୋହରାଇଲା ବିଜେଡି

ଫୁଲବାଣୀ, ୧୨ା୪(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri