ଆଇଆର୍‌ଡିଏ ଅଧିକାରୀ ପରିଚୟ; ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ବଢୁଛି ସାଇବର କ୍ରାଇମ୍‌

ଗୋପାଳପୁର,୭ା୧୧-ଆଇଆର୍‌ଡିଏ (ଇନ୍‌ସ୍ୟୁରାନ୍ସ ରେଗୁଲେଟାରି ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି)ର ଅଧିକାରୀ ପରିଚୟ ଦେଇ ଅନ୍‌ଲାଇନ୍‌ରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ଡୁରା ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହାର ଶିକାର ହୋଇଛନ୍ତି ଶକ୍ତି କୁମାର ପାତ୍ର। ମଙ୍ଗଳବାର ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଠକେଇର ତଦନ୍ତ ଚଳାଇଥିବା ବେଳେ ଶକ୍ତିଙ୍କ ବାପା ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।
୨୦୧୩ରେ ଶକ୍ତିଙ୍କ ନଁାରେ ତାଙ୍କ ବାପା ବିର୍ଲା ସନ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସରେ ଏକ ପଲିସି କରିଥିଲେ। ୨୦୧୫ରେ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ଫୋନ କରି ଆଇଆର୍‌ଡିଏର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ବିର୍ଲା ସନ୍‌ ଲାଇଫ ଇନ୍‌ସ୍ୟୁରାନ୍ସର ବିବରଣୀ ଦେବା ସହ ଉକ୍ତ ପଲିସିରେ ୨ ଲକ୍ଷ ୪୫ ହଜାର ଟଙ୍କା ବୋନସ ଆସିଛି, ଏଥିରେ ଇନକମ୍‌ ଟ୍ୟାକ୍ସ ଲାଗିବ ବୋଲି କହିଥିଲେ। ଏଥିରୁ ମୁକ୍ତି ପାଇବାକୁ ହେଲେ ଅନ୍ୟ ଏକ ଇନ୍‌ସ୍ୟୁରାନ୍ସ କରିବାକୁ କହି ଏକ ଆକାଉଣ୍ଟ ନମ୍ବର ତାଙ୍କୁ ଦେଇଥିଲେ। ଏହା ଶୁଣି ତାଙ୍କ ବାପା ଉକ୍ତ ଆକାଉଣ୍ଟ ନମ୍ବରରେ ୪୫ ହଜାର ଟଙ୍କା ଜମା କରିଥିଲେ। ପରେ ଉକ୍ତ ଇନ୍‌ସ୍ୟୁରାନ୍ସର ଏକ ନକଲ ଘରେ ପହଞ୍ଚତ୍ଥିଲା, କିନ୍ତୁ ବୋନସ ଟଙ୍କା ଆସିନଥିଲା। ପୁଣି ଉକ୍ତ ବ୍ୟକ୍ତି ଫୋନ କରି ତାଙ୍କ ବାପାଙ୍କୁ ଇନ୍‌କମ୍‌ ଟ୍ୟାକ୍ସ ଭରିବା ପାଇଁ କହି ଆକାଉଣ୍ଟ ଓ ଫୋନ ନମ୍ବର ଦେଇଥିଲେ। ଏଥିରେ ମଧ୍ୟ ତାଙ୍କ ବାପା ୧୯ ହଜାର ଟଙ୍କା ପୈଠ କରିଥିଲେ। ପରେ ବିର୍ଲା ସନ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ଏମ୍‌ଡି ପରିଚୟ ଦେଇ ଫୋନ ଆସିଥିଲା। ବୋନସ ଟଙ୍କା ପାଇବା ପାଇଁ ଏକ ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇବାକୁ କୁହାଯାଇଥିଲା। ସେହି ଆକାଉଣ୍ଟ ନମ୍ବରରେ ମଧ୍ୟ ତାଙ୍କ ବାପା ଟଙ୍କା ଜମା କରିଥିଲେ। ଏପରି ୨୦୧୫ରୁ ୨୦୧୭ ମଧ୍ୟରେ ୨୫ଟି ବ୍ୟାଙ୍କ ଆକାଉଣ୍ଟରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଶକ୍ତିଙ୍କ ବାପା ଜମା କରିିଥିଲେ। କିଛି ଦିନ ପରେ ଶକ୍ତିଙ୍କ ବାପା କଲ ଆସିଥିବା ନମ୍ବରକୁ ଫୋନ କରିବାରୁ ତାହା ସୁଇଚ୍‌ ଅଫ୍‌ କହିବାରୁ ଏ ନେଇ ଅନ୍‌ଲାଇନରେ ପୋଲିସର ଉଚ୍ଚ ପଦାଧିକାରୀଙ୍କୁ ଅଭିଯୋଗ କରିଥିଲେ। ମଙ୍ଗଳବାର ଉକ୍ତ ଅଭିଯୋଗକୁ ଗୋପାଳପୁର ଥାନାଧିକାରୀ ପାଇ ଶକ୍ତିଙ୍କ ବାପାଙ୍କୁ ଡାକି ବିଭିନ୍ନ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ଛେଳି କଲେ, ତା’ପରେ ତାଲା ଭାଙ୍ଗି ବ୍ୟାଙ୍କରେ ପଶିଲେ: ୩ ଜଣଙ୍କୁ…

ଅତାବିରା/ଗୋଡ଼ଭଗା, ୭/୮(ଯୁଧିଷ୍ଠିର ମହାପାତ୍ର / ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସ୍ଥିତ ୟୁକୋ ବ୍ୟାଙ୍କରେ ବିଳମ୍ବିତ ରାତିରେ ଚୋରି…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଘୋଷଣା ହେଲା ନୂଆଁଖାଇ ଲଗ୍ନ: ପଶ୍ଚିମ ଓଡ଼ିଶାରେ ଉତ୍ସାହ ଆରମ୍ଭ

ବଲାଙ୍ଗୀର, ୭।୮( ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ବଲାଙ୍ଗୀର ଜିଲା ପାଇଁ ପାଟଣା ମହାରାଜାଙ୍କ ଶୈଳଶ୍ରୀ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

CNG-PNGରେ ମିଶିବ ବାୟୋଗ୍ୟାସ: ମୋଦି କ୍ୟାବିନେଟର ମଞ୍ଜୁରୀ, ଜାଣନ୍ତୁ କ’ଣ ଏହି ‘ଗୋବର୍ଦ୍ଧନ’ ଯୋଜନା

ନୂଆଦିଲ୍ଲୀ, ୭।୮: କେନ୍ଦ୍ର ସରକାର ଇଥାନଲ ବ୍ଲେଣ୍ଡିଂ ପେଟ୍ରୋଲ ପରେ ସିଏନଜି-ପିଏନଜିରେ ବାୟୋଗ୍ୟାସ ମିଶାଇ ନୂତନ ରୋଷେଇ ଗ୍ୟାସ ଆଣିବେ। ଏଥିପାଇଁ ସରକାର ଏକ ଯୋଜନା ପ୍ରସ୍ତୁତ…

ଆଜି ଜାତୀୟ ହସ୍ତତନ୍ତ ଦିବସ: ସରକାରୀ ଯୋଜନାରୁ ପ୍ରକୃତ ବୁଣାକାର ବଞ୍ଚିତ

ଅମରପାଲି,୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସମୃଦ୍ଧ ବାନ୍ଧକଳା ଓ ହସ୍ତତନ୍ତ ପରମ୍ପରା ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ସମ୍ବଲପୁରୀ ଶାଢ଼ି ଏବଂ ସୋନପୁରୀ ବାର୍ତ୍ତାପାଟ ପାଇଁ ଦେଶବ୍ୟାପୀ…

ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ…

ଶୋଇଥିବା ବେଳେ ମାଆ ସହିତ ୭ ବର୍ଷର ପୁଅକୁ କାମୁଡିଲା ରଣା ସାପ, ଛଟପଟ ହୋଇ ଚାଲିଗଲା ଜୀବନ

ଗଜପତି,୭।୮(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଡମତାଲ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଘରେ ଶୋଇଥିବା ବେଳେ ରଣା ସାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri