ନୂଆଦିଲ୍ଲୀ,୨୩ା୪:ଦିଲ୍ଲୀର ଜଣେ ବରିଷ୍ଠ ଭାରତୀୟ ରାଜସ୍ବ ସେବା (ଆଇଆର୍ଏସ୍) ଅଫିସରଙ୍କ ୨୨ ବର୍ଷୀୟା ଝିଅଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବୁଧବାର ସକାଳେ ବଳାତ୍କାର ପରେ ହତ୍ୟା କରାଯାଇଛି। ଯୁବତୀଙ୍କ ମୃତଦେହ ଘରୁ ମିଳିବା ପରେ ପୂର୍ବତନ ଘରୋଇ ସହାୟକ ରାହୁଲ ମୀନା (୨୧)ଙ୍କୁ ସନ୍ଦେହ କରାଯାଇଥିଲା। ପୋଲିସ୍ ଅଭିଯୁକ୍ତ ରାହୁଲଙ୍କୁ ଦ୍ୱାରକାସ୍ଥିତ ଏକ ହୋଟେଲରୁ ଗିରଫ କରିଛି। ରାହୁଲ ଆଇଆର୍ଏସ୍ ଅଫିସରଙ୍କ ଘରେ ୮ ମାସ କାମ କରିଥିଲେ। ତେବେ ଟଙ୍କା ହେରଫେର ଅଭିଯାଗରେ ତାଙ୍କୁ ମାସେ ପୂର୍ବରୁ ବାହାର କରିଦିଆଯାଇଥିଲା। ମୋବାଇଲ ଫୋନ୍ କେବୁଲ ସହାୟତାରେ ଯୁବତୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯିବା ପୂର୍ବରୁ ବଳାତ୍କାର କରାଯାଇଥିବା ଜଣାପଡ଼ିଛି। ହତ୍ୟା ପୂର୍ବଦିନ ରାହୁଲ ଅସଦାଚରଣ ମାମଲାରେ ଜଡ଼ିତ ଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily

