ଅସ୍ଥିକୁ ସୁସ୍ଥ ରଖିବେ କିପରି ଧ୍ୟାନ ଦିଅନ୍ତୁ…

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଅସ୍ଥି ଅନ୍ୟତମ। ଏହା ଯଦି ଦୁର୍ବଳ ହୋଇଯାଏ ତେବେ ଆମେ କାମ କରିବା ତ ଅଲଗା କଥା, ଚାଲବୁଲ କରିପାରିବା ନାହିଁ। ଏହାର ଉପଯୁକ୍ତ ଯତ୍ନ ନ ନେଲେ ଆମକୁ ହୁଏତ ବାକି ଜୀବନ ବିଛଣାରେ ଶୋଇ ରହି କଟାଇବାକୁ ପଡ଼ିପାରେ। ତେବେ ଏହାକୁ କିପରି ସୁସ୍ଥ ରଖିବେ ସେ ବିଷୟରେ ଜାଣିବା ନିହାତି ଦରକାର। ପ୍ରଥମ କଥା ହେଲା ସନ୍ତୁଳିତ ଓଜନ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଯଦି ଆପଣ ଅଧିକ ଥର ଚା’ କିମ୍ବା ଥଣ୍ଡା ପାନୀୟ ପିଉଛନ୍ତି ତେବେ ଏଭଳି ଅଭ୍ୟାସ ତୁରନ୍ତ ପରିହାର କରନ୍ତୁ। କାରଣ ଏହାର ପ୍ରଭାବ ଅସ୍ଥି ଉପରେ ପଡିଥାଏ। ଅଧିକ ଲୁଣଜାତୀୟ ଖାଦ୍ୟ ଖାଇଲେ ଅସ୍ଥି ଧୀରେ ଧୀରେ ଦୁର୍ବଳ ହୋଇଥାଏ। ତେଣୁ ସେପରି ଖାଦ୍ୟ ଯେତେ କମ ଖାଇବେ ସେତେ ଭଲ। ନିଶାଦ୍ରବ୍ୟ ସେବନ କୁପ୍ରଭାବ ମଧ୍ୟ ଅସ୍ଥି ଉପରେ ପଡିଥାଏ। ଏପରି ଅଭ୍ୟାସ ଛାଡିବାକୁ ଚେଷ୍ଟା କରନ୍ତୁ। ଅସ୍ଥିକୁ ସୁସ୍ଥ ରଖିବା ପଛରେ ଭିଟାମିନ୍‌ ‘ଡି’ର ପ୍ରମୁଖ ଭୂମିକା ରହିଛି ଆଉ ଏହାର ମୁଖ୍ୟ ଉତ୍ସ ହେଲା ସକାଳର ସୂର୍ଯ୍ୟକିରଣ। ଶରୀରରେ କ୍ୟାଲସିୟମ ପରିମାଣ ଅସନ୍ତୁଳିତ ରହିଲେ ଅସ୍ଥି ଦୁର୍ବଳ ହୋଇଯାଏ। ଏପରି ସମସ୍ୟାର ସମାଧାନ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆଉ ଏକ ସରଳ ଉପାୟ ରହିଛି ଯାହାକୁ ଆପଣେଇଲେ ଅସ୍ଥି ସୁସ୍ଥ ରହିବ। ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri