ଅସ୍ଥାୟୀ ମଣ୍ଡିରେ ପଡ଼ିଛି ରବିଧାନ, କାଳବୈଶାଖୀକୁ ଡର

କୁନ୍ଦୁରା,୩୧ା୫(ଡି.ଏନ୍‌.ଏ.)- ରବିଋତୁରେ କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ବର୍ତ୍ତମାନ ୭୦ ପ୍ରତିଶତ ଧାନ ଅମଳ ହୋଇସାରିଛି। ଆଗକୁ ବର୍ଷା ଆଶଙ୍କାରେ ଚାଷୀମାନେ ଅମଳ ଧାନକୁ ଅସ୍ଥାୟୀ ମଣ୍ଡିରେ ଗଦା କରିଲେଣି। ଗତ ୨୫ ତାରିଖରେ ମଣ୍ଡି ଆରମ୍ଭ ହେବାର ଥିଲା। କିନ୍ତୁ ଏଯାବତ୍‌ କୌଣସି ସ୍ଥାନରେ ଧାନ କିଣାଯାଇନାହିଁ। ଅନ୍ୟପକ୍ଷରେ ଜୁନ୍‌ ୨/୩ରେ ଲଘୁଚାପ ଓ ପରେ ମୌସୁମୀ ପ୍ରବେଶ କରିବା ସମ୍ଭାବନା ଥିବାରୁ ବର୍ଷାରେ ଧାନ ଭିଜିବା ଭୟ ଚାଷୀଙ୍କୁ ଘାରିଛି।
କୁନ୍ଦୁରା ବ୍ଲକ ଅଧୀନରେ ଡଙ୍ଗରପାଉଁଶି, କୁନ୍ଦୁରା, ଖଟଲାପଦର, ଦିଗାପୁର, ତାରାପାଟ ଭଳି ଅଧିକ ଧାନ ଅମଳ ହେଉଥିବା ଅଞ୍ଚଳରେ ମଣ୍ଡି କରାଯିବା ସ୍ଥାନ ଚିହ୍ନଟ ହୋଇଛି। କିନ୍ତୁ ସେହି ସ୍ଥାନଗୁଡ଼ିକରେ ଏଯାବତ ସ୍ଥାୟୀ ମଣ୍ଡି କରାଯାଇପାରି ନାହିଁ ା ଫଳରେ ୨୦ ବର୍ଷ ହେବ ଚାଷୀମାନେ ନିଜ ଟଙ୍କାରେ ଅସ୍ଥାୟୀ ମଣ୍ଡିସ୍ଥଳକୁ ସଫାସୁତୁରା କରି ସେଠାରେ ଧାନ ଗଦା କରିବା ସହ ଏହାକୁ ଘୋଡ଼ାଇବା ପାଇଁ ତାରପୋଲିନ କିଣିଥାନ୍ତି ା ଏଠାରେ ଉଲ୍ଲେଖଯୋଗ୍ୟ ଯେ କୁନ୍ଦୁରା ବ୍ଲକ ମଣ୍ଡିସ୍ଥଳକୁ ସମସ୍ତ ପ୍ରକାର ବିଦ୍ୟୁତ, ପାଣି, ତାରପୋଲିନ ସୁବିଧା ଯୋଗାଇଦେବା ପାଇଁ ଦାୟିତ୍ୱରେ ରହିଛି ଜିଲାପାଳଙ୍କ ଦ୍ୱାରା ପରିଚାଳିତ ନିୟନ୍ତ୍ରିତ ବଜାର କମିଟି। କିନ୍ତୁ ଏହାସତ୍ତ୍ୱେ ଚାଷୀଙ୍କୁ କୌଣସି ସୁବିଧା ମିଳିପାରୁନାହିଁ ା ଗତ ରବି ଋତୁରେ ୧,୭୪୩ ଚାଷୀଙ୍କ ୧,୩୩,୧୮୭ କୁଇଣ୍ଟାଲ ଧାନ କିଣାଯାଇଥିଲା। ଚଳିତ ବର୍ଷ ମଧ୍ୟ ସେହି ସମାନ ପରିମାଣର ଧାନ କିଣାଯିବ। କିନ୍ତୁ ଏଥର ମଣ୍ଡିରେ ଧାନକିଣା ପାଇଁ ଧାର୍ଯ୍ୟ ହୋଇଥିବା ଦିନଠାରୁ ବିଳମ୍ବ ହେଲାଣି। ଅନ୍ୟପକ୍ଷରେ ଛୋଟ ଓ ଅଭାବି ଚାଷୀଙ୍କୁ ଦଲାଲମାନେ ୧୦୦୦/୧୨୦୦ ଟଙ୍କା ଦେଇ ଧାନ କିଣି ନେଉଛନ୍ତି।
ଗତ ରବିଋତୁ ଧାନକିଣା ପାଇଁ କୋରାପୁଟ ଜିଲାର କେବଳ ଦୁଇଟି ମିଲର୍ସଙ୍କୁ ସାମିଲ କରାଯାଇଥିବା ବେଳେ କଳାହାଣ୍ଡି ଜିଲାର ମିଲ୍‌ ମାଲିକଙ୍କୁ ମଧ୍ୟ ଏଥିପାଇଁ ଅନୁମତି ମିଳିଥିଲା। ଚାଷୀମାନେ ଏବେ ଧାନ ଗଦେଇ ନୟାନ୍ତ ହେବା ସହ ବାହାର ଜିଲାର ମିଲର୍ସ ମଣ୍ଡିସ୍ଥଳକୁ ପହଞ୍ଚତ୍ବା ପର୍ଯ୍ୟନ୍ତ ଅପେକ୍ଷାରେ ରହୁଛନ୍ତି ା ପ୍ରଶାସନ ମିଲର୍ସମାନଙ୍କୁ ପ୍ରତ୍ୟକ୍ଷ ଦାୟିତ୍ୱ ଦେଇଥିବା ବେଳେ ମିଲର୍ସମାନେ ଚାଷୀଙ୍କ ସହ ମୁଲଚାଲ କରିବା ବାହାନାରେ ସପ୍ତାହ ସପ୍ତାହ ଗଡ଼ାଉଥିବା ବେଳେ ବର୍ଷାରେ ଧାନ ଖରାପ ହେଲା କହି କୁଇଣ୍ଟାଲ ପିଛା ୫ରୁ ୭ କେଜି ଅଧିକ ଧାନ ନେବା ପାଇଁ ବାଧ୍ୟ କରୁଛନ୍ତି। ରବି ଋତୁରେ ଚାଷୀଙ୍କୁ ଧାନରେ ଅଧିକ ଲାଭ ମିଳିଥାଏ ା କିନ୍ତୁ ପ୍ରଶାସନ ନିର୍ଦ୍ଧାରିତ ସମୟରେ ଧାନ କିଣିଲେ, ମିଲର୍ସମାନେ ଚାଷୀଙ୍କ ସହ ମୁଲଚାଲ କରିବା ପାଇଁ ବାହାନା ମିଳିପାରି ନଥାନ୍ତା ା ବିଗତ ଦିନରେ ପ୍ରଶାସନ ନିର୍ଦ୍ଧାରିତ ସମୟରେ ଧାନ ନ କିଣିବା ଯୋଗୁ ବର୍ଷାରେ ଧାନ ଗଜା ହେଉଥିଲା। କେତେକ ଲାଞ୍ଚଖୋର ଅଫିସର ଏହାର ସୁଯୋଗରେ ମିଲର୍ସଙ୍କ ସହ ସଲାସୁତୁରା କରି ଅଧିକ ଧାନ କାଟି ଚାଷୀଙ୍କଠାରୁ କିଣୁଥିଲେ। ସରକାର କିମ୍ବା ମଣ୍ଡି ଦାୟିତ୍ୱରେ ଥିବା ପ୍ରଶାସନ ଏଭଳି ଅବ୍ୟବସ୍ଥା ସୁଧାରିବା ବଦଳରେ ଚାଷୀକୁଳକୁ ସମସ୍ୟା ଭିତରକୁ ଠେଲି ଦେଉଛନ୍ତି। କୁନ୍ଦୁରା ବ୍ଲକର ଡଙ୍ଗରପାଉଁଶି ଓ ଦିଗାପୁର ଅସ୍ଥାୟୀ ମଣ୍ଡିରେଧାନ ଗଦାଇ ସାରିଲେଣି ଚାଷୀ ା କିନ୍ତୁ ୪ ଦିନ ହେବ ସନ୍ଧ୍ୟାରେ ନିୟମିତ କାଳବୈଶାଖୀ ବର୍ଷା ହେଉଥିବାରୁ ଚାଷୀ ମଣ୍ଡିରେ ଧାନ ରଖି ନାହିଁ ନ ଥିବା ସମସ୍ୟା ଭୋଗୁଛି। ୩/୪ ଦିନ ମଧ୍ୟରେ ଅମଳ ହୋଇଥିବା ରବିଧାନକୁ ଅସ୍ଥାୟୀ ମଣ୍ଡିସ୍ଥଳରୁ କିଣିବା ପାଇଁ ପ୍ରଶାସନ ଓ ଜିଲା ଯୋଗାଣ ବିଭାଗ ତତ୍ପରତା ନ ଦେଖାଇଲେ, ଚାଷୀମାନେ କ୍ଷତି ସହିବାରୁ କେହି ରୋକିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ପାତଲମ୍ବା ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ : ଦନ୍ତା ହାତୀ ଆକ୍ରମଣ ସନ୍ଦେହ; ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁର, ୧୭।୭ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ପାତଲମ୍ବା ଜଙ୍ଗଲରୁ ଶୁକ୍ରବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri